ବିଧାନସଭା କ୍ରୀଡା ସମିତିର ଅଧ୍ୟକ୍ଷ ଭୂପିନ୍ଦର ସିଂଙ୍କ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ପରିଦର୍ଶନ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ନର୍ଲା ବିଧାୟକ ତଥା ବିଧାନସଭା କ୍ରୀଡା ସମିତିର ଅଧ୍ୟକ୍ଷ ଭୂପିନ୍ଦର ସିଂ ଭବାନୀପାଟଣା ସ୍ଥିତ ବିଜୁ ପଟ୍ଟନାୟକ ଇନଡୋର ଖେଳପଡିଆ ପରିଦର୍ଶନ କରିଛନ୍ତି । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଘ ତରଫରୁ ତାଙ୍କୁ ପୁଷ୍ପଗୁଚ୍ଛ ଏବଂ ଉପଢୌକନ ଦେଇ ସ୍ୱାଗତ କରାଯାଇଥିଲା । ଶ୍ରୀ ସିଂ କୁନି ଖେଳାଳିମାନଙ୍କ ସହ କିଛି ସମୟ ଖେଳିଥିଲେ । ଏହାପରେ ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ, ସଂଘର ସଭାପତି ପ୍ରଦୀପ କୁମାର ଦାସ (ବାପି), ବରିଷ୍ଠ ଉପସଭାପତି ଅରୁଣ ରଥ, ସମ୍ପାଦକ ସନ୍ଦୀପ କୁମାର ମିଶ୍ର ଏବଂ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ସହ ଉପସ୍ଥିତ ରହି କୁନି ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ କିଛି କ୍ରୀଡା କୌଶଳ ପରାମର୍ଶ ଦେଇଥିଲେ । ତାଙ୍କର ଅଭିଭାଷଣରେ ସତୁରୀ ଓ ଅଶୀ ଦଶକରେ ଜିଲ୍ଲାର କ୍ରୀଡା ଇତିହାସ, ଗାଥା ତଥା ସଫଳତାମାନ ବଖାଣିଥିଲେ । ଏହାପରେ ସଂଘର ସଭାପତି, ସମ୍ପାଦକ, କ୍ରୀଡା ଅଧିକାରୀ ତଥା ଅନ୍ୟମାନଙ୍କ ସହ ମିଶି ଜିଲ୍ଲାରେ ବ୍ୟାଡ଼ମିଣ୍ଟନ ଖେଳକୁ ନେଇ ଭିତ୍ତିଭୂମି ଏବଂ ପ୍ରଚାର ପ୍ରସାର ଓ ବିକାଶ ନେଇ ଆଲୋଚନା କରିଥିଲେ । ପୂର୍ତ୍ତ ବିଭାଗର ନିର୍ବାହୀଯନ୍ତ୍ରୀଙ୍କୁ ବିଜୁ ପଟ୍ଟନାୟକ ଇନଡୋର ଖେଳପଡିଆର କିଛି କାମକୁ ଶୀଘ୍ର ସାରିବାକୁ ନିର୍ଦ୍ଧେଶ ଦେଇଥିଲେ । ସଂଘର ଅନ୍ୟମାନଙ୍କ ମଧ୍ୟରୁ ମନୋରଞ୍ଜନ ଦାସ,ଦୀପକ କୁମାର ସାଗର, ସରୋଜ ମହାରଣା, ମହେଶ କୁକରେଜା, ନରେଶ ସୁନାନୀ ଓ ରାହୁଲ ଗିଲ ଉପସ୍ଥିତ ରହିଥିଲେ । ଏଠାରେ ପ୍ରକାଶ ଥାଉକି, ୧୯୭୦ ମସିହାରେ ଓଡିଶାର ବାରବାଟୀ ଖେଳପଡିଆରେ ଅନୁଷ୍ଠିତ ହୋଇଥିବା ପ୍ରଥମ ଜାତୀୟ କ୍ରୀଡା ପ୍ରତିଯୋଗିତାରେ ବିଧାୟକ ଭୁପିନ୍ଦର ସିଂ ୮୦୦ ଓ ୧୫୦୦ ମିଟର ଦୌଡରେ ସ୍ୱର୍ଣ୍ଣ ପଦକ ହାସଲ କରି କଳାହାଣ୍ଡି ତଥା ସମଗ୍ର ଓଡିଶାକୁ ଗର୍ବିତ କରିଥିଲେ । ୧୯୮୯ ମସିହାରେ ସେ କ୍ରୀଡାମନ୍ତ୍ରୀ ଥିବା ସମୟରେ ଏହି ଇନଡୋର ବ୍ୟାୟା୍ମଶାଳାକୁ ଭିତ୍ତିପ୍ରସ୍ଥର ସ୍ଥାପନ କରିଥିବାବେଳେ ପୁନଶ୍ଚ ଏହି ବ୍ୟାୟା୍ମଶାଳାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ କରକମଳରେ ମନ୍ତ୍ରୀ ଥାଇ ଶ୍ରୀଯୁକ୍ତ ସିଂ ଏହାକୁ ଉଦଘାଟନ କରାଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.