କବିଚନ୍ଦ୍ରପୁର ସ୍କୁଲ ଠାରୁ ମନ୍ଦାରବଗିଚା ଓ ହରିଜନ ପଡା ରାସ୍ତା ନିର୍ମାଣ କରିବାକୁ ଦାବି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି ( ନବୀନ କିଶୋର ସାହୁ): ଯୋଜନା ପରେ ଯୋଜନା ପ୍ରଣୟନ ହେଉଛି । ସରକାରୀ ତହବିଲରୁ ପାଣିପରି ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ଗାଁର ସର୍ବାଙ୍ଗିନ ବିକାଶ ପାଇଁ ନବୀନ ସରକାର ସଦା ଚେଷ୍ଟିତ ବୋଲି ଡିଣ୍ଡିମ ପିଟା ଚାଲିଛି । କିନ୍ତୁ ପ୍ରକୃତ ଚିତ୍ର ଭିନ୍ନ ଧରଣର । ଆଜି ବି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଅବହେଳିତ ଜୀବନ ନିର୍ବାହ କରୁଛନ୍ତି ଶହ ଶହ ଗ୍ରାମବାସୀ । ଏପରି ଏକ ଚିତ୍ର ଦେଖିବାକୁ ମିଳିଛି ମ.ରାମପୁର ବ୍ଲକ ଅଳାତରା ପଞ୍ଚାୟତରେ । ପିଡଵ୍ଲୁଡି ରାସ୍ତା ଠାରୁ କବିଚନ୍ଦ୍ରପୁର, ମନ୍ଦାରଵଗିଚା ପଡା ଓ ହରିଜନ ପଡା ପର୍ଯ୍ୟନ୍ତ ଯାଇଥିଵା ମାଟି ରାସ୍ତା ଅତି ଶୋଚନୀୟ ହୋଇ ପଡ଼ିଛି ।ବର୍ଷା ଦିନରେ ଏହି ରାସ୍ତା ଦେଇ ସ୍କୁଲ ଛାତ୍ରଛାତ୍ରୀ ଓ ଜନସାଧାରଣ ଯିବାଆସିବା କରିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ବର୍ଷା ଦିନରେ ଯଦି କୌଣସି ଲୋକ ରୋଗବ୍ୟାଧିରେ ପଡନ୍ତି ତେବେ ତାଙ୍କୁ ପ୍ରାୟ ଏକ କିଲୋମିଟର ବୋହି ନେଲା ପରେ ଆମ୍ଭୁଲାନ୍ସରେ ବସାଇ ଡାକ୍ତରଖାନା ନେଇଥାନ୍ତି ମନ୍ଦାରବଗିଚା ପଡାବାସୀ । ଦିର୍ଘ‌ ବର୍ଷରୁ ବସବାସ କରୁଥିବା ଗାଁରେ ପାନୀୟ ଜଳ ଓ ସର୍ବ ସାଧାରଣ ରାସ୍ତାଟିଏ ଅପହଞ୍ଚ । ଗାଁର ସମସ୍ୟା ନେଇ ଅଭିଯୋଗ ଉପରେ ଅଭିଯୋଗ ହୋଇଛି କିନ୍ତୁ ପ୍ରଶାସନ କିମ୍ବା ନିର୍ବାଚିତ ଜନପ୍ରତିନିଧି ଏଥିପ୍ରତି କର୍ଣ୍ଣପାତ କରୁନଥିବା ଦେଖାଯାଇଛି । ଏନେଇ ଅଳାତରା ସରପଞ୍ଚଙ୍କୁ ପଚାରିବାରୁ କବିଚନ୍ଦ୍ରପୁର ସ୍କୁଲ ଠାରୁ ହରିଜନ ପଡା ରାସ୍ତା କାମକୁ ମନରେଗା ଯୋଜନାରେ ସାମିଲ କରିବାକୁ ସିକ୍ୟୁର କରାଯାଇଛି, ଆପୃଭ ହେଲେ ଏ ବର୍ଷ ସୁଦ୍ଧା କାମ ସମ୍ପୂର୍ଣ୍ଣ କରାଯିବ ବୋଲି କହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.