ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ସରକାରର ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ଆସନ୍ତା ମଇ ୩୦ରୁ ଜୁନ ୩୦ ପର୍ଯ୍ୟନ୍ତ ଏକ ମାସ ଧରି ‘ବିକାଶ ତୀର୍ଥ’ କାର୍ଯ୍ୟକ୍ରମର ଆୟୋଜନ କରିଛି ବିଜେପି । ଏହି କାର୍ଯ୍ୟକ୍ରମ ତୃଣମୂଳ ସ୍ତରରେ ପହଞ୍ଚି ଜନସାଧାରଣଙ୍କୁ ବିକାଶର ବାର୍ତ୍ତା ଦେବ । ଏଥିପାଇଁ ବର୍ତ୍ତମାନଠାରୁ ପ୍ରସ୍ତୁତ ହେଉଛି ଭାରତୀୟ ଜନତା ପାର୍ଟି । ଏହି ଅବସରରେ ଆଜି (ଗୁରୁବାର) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଖମପଡା ଶିବ ମନ୍ଦିର ପ୍ରାଙ୍ଗଣରେ ବିଜେପି ରୁପ୍ରା ମଣ୍ଡଳର ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରୁପ୍ରା ମଣ୍ଡଳ ବିଜେପି ସଭାପତି କିର୍ତ୍ତିଚନ୍ଦ୍ର ମାହାର, ସାଧାରଣ ସମ୍ପାଦକ ତଥା ବନବାସୀ କଲ୍ୟାଣ ଆଶ୍ରମ ନର୍ଲା ବ୍ଲକ ସଂଯୋଜକ ରାଜୀବ ଲୋଚନ ପୋଢ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଧନୁର୍ଯ୍ୟ ବାରିକଙ୍କ ସମେତ ହିରୋ ହିରାଲାଲ ମହଲା, ସୁରେଶ ସାହୁ, ସଞ୍ଜୁ ସାହୁ, ଜୟ ସାହୁ, ନବୀନ ପଧାନ ଏବଂ ଅନେକ ବିଜେପି କର୍ମୀ ଉପସ୍ଥିତ ଥିଲେ ।