ଜିଲ୍ଳା ଅବସରପ୍ରାପ୍ତ କର୍ମଚାରୀ ସଂଗଠନ ପକ୍ଷରୁ ଦାବିପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଜିଲ୍ଳା ଅବସରପ୍ରାପ୍ତ କର୍ମଚାରୀ ସଂଗଠନ ରାୟଗଡା ପକ୍ଷରୁ ଆଜି ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜିଲ୍ଳାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଳାପାଳଙ୍କୁ ପ୍ରଦାନ କରାଯାଇଛି । ଏଥିରେ ଚିକିତ୍ସା ଭତା ଓ ଚିକିତ୍ସା ସୁବିଧା ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରିବା, ୨୦୧୭ରେ ଅନ୍ୟାୟ ଭାବେ ଉଚ୍ଛେଦ ହୋଇଥିବା ସାଧାରଣ ଅଭିଯୋଗ ଓ ପେନସନ୍ ପ୍ରଶାସନ ବିଭାଗକୁ ପୂର୍ଣ୍ଣ ଅବସ୍ଥାପିତ କରିବା,ରେଳଯାତ୍ରାରେ ବରିଷ୍ଠ ନାଗରିକଙ୍କୁ ମିଳୁଥିବା ରିହାତିର ପୁନଃ ପ୍ରଚଳନ ଓ ମୋ ବସ ଭଳି ରାଜ୍ୟର ଅନ୍ୟ ସମସ୍ତ ବସରେ ରିହାତି ପ୍ରଦାନ,ବ୍ୟାଙ୍କ ସୁଧର ପେନସନରଙ୍କୁ ରିହାତି ପ୍ରଦାନ, ୭ମ ବେତନ କମିଶନଙ୍କ ସୁପାରିଶ ଭିତିରେ ସର୍ବନିମ୍ନ ୯ହଜାର ଟଙ୍କା କେନ୍ଦ୍ର ଅନୁରୂପ ପେନସନ୍ ପ୍ରଦାନ, କ୍ୱାଲିଫାଇଙ୍ଗ ସର୍ଭିସ ୨୦ବର୍ଷକୁ ହ୍ରାସ କରିବା, କେନ୍ଦ୍ର ଅନୁରୂପ ଫର୍ମୁଲା ୧ରେ ପେନସନ୍ ନିର୍ଦ୍ଧାରଣ, ଇପିଏଫ ପେନସନଧାରୀଙ୍କୁ ସର୍ବନିମ୍ନ ୯ହଜାର ଟଙ୍କା ପ୍ରଦାନ କରିବା, ନୂତନ ପେନସନ୍ ସ୍କିମ ବାତିଲ କରି ପୁରୁଣା ସ୍ଥିରିକୃତ ପେନସନ୍ ଲାଗୁ କରିବା, ଅତିରିକ୍ତ ପେନସନ୍ ୬୫ବର୍ଷ ବୟସରୁ ଲାଗୁ କରିବା ସହ ବିଭାଗ ନିଷ୍ପତି କ୍ରମେ ୨୦୦୪ବର୍ଷରେ ମୁନିସିପାଲ ଶିକ୍ଷକ କର୍ମଚାରୀ,ସରକାରୀ କର୍ମଚାରୀ ମାନ୍ୟତା ପାଇଥିଲେ ମଧ୍ୟ ୨୦୦୪ପୂର୍ବରୁ ଓ ପରେ ଅବସର ନେଇଥିବା ମାଧ୍ୟମିକ ସ୍କୁଲ ଶିକ୍ଷକଙ୍କୁ ଏ ପର୍ଯ୍ୟନ୍ତ ମିଳି ନ ଥିବା ଅନୟୁଟିଲାଇଜଇଡ୍ ପ୍ରୋଭିଜନାଲ ସେଲେରୀ ପ୍ରଦାନ କରିବା, ଓଏସଆରଟିସି କର୍ମଚାରୀଙ୍କ ଚୁଡାନ୍ତ ପେନସନ୍ ତୁରନ୍ତ ପ୍ରଦାନ କରିବା, କମ୍ୟୁଟେସନ୍ ଦେୟର ଅବଧିକୁ ୧୨ବର୍ଷକୁ ହ୍ରାସ କରିବା, କରୋନା ମହାମାରୀ ସମୟର ଦୀର୍ଘ ୧୮ମାସର ବକେୟା ମହଙ୍ଗା ଭତା ପ୍ରଦାନ କରିବା ଆଦି ଦାବି ଉଲ୍ଳେଖ ରହିଛି । ଦୀର୍ଘ ଦିନର ଏହି ଦାବିଗୁଡିକ ସମାଧାନ କରିବା ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଉଥିବା କାଳକ୍ଷେପଣ ନୀତି ବନ୍ଦ କରି ତୁରନ୍ତ ସମାଧାନ କରିବାକୁ ନିବେଦନ କରାଯାଇଥିବା ନେଇ ସଂଘ ସଭାପତି ନିରଂଜନ ନାୟକ ପ୍ରକାଶ କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ସଂଘ ସଂପାଦକ ଏଲ.ଆର.ଏମ.ପଟ୍ଟନାୟକ, ଉପସଭାପତି ଦାଶରଥି ରାଜଗୁରୁ, ମୁଖ୍ୟ ଉପଦେଷ୍ଠା ଜଳନ୍ଧର ପୁଶିକା,ଉପେଦଷ୍ଠା ଏମ.ଏମ.ଆଚାର୍ଯ୍ୟଙ୍କ ସମେତ ଅନ୍ୟ ପଦାଧିକାରୀ ଓ କାର୍ଯ୍ୟକାରିଣୀ ସଭ୍ୟମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.