ରିଷିଡାରେ ରବିଧାନ ମଣ୍ଡି ଉଦ୍‌ଘାଟିତ; ୩ ମିଲର୍ସଙ୍କୁ ପ୍ରଥମ ପର୍ଯ୍ୟାୟରେ ୧୪ ହଜାର କୁଇଣ୍ଟାଲ ଟାର୍ଗେଟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): ରିଷିଡା ଠାରେ ରବିଧାନ ମଣ୍ଡି ଉଦ୍‌ଘାଟିତ ହୋଇଛି । ତହସିଲଦାର ମିଲନ କୁମାର ଝାଙ୍କର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାର ଉଦଘାଟନ କରି ଠିକ୍ ଭାବରେ ଧାନ ଉଠିବା ଉପରେ ଗୁରୁତ୍ୱାରୋପ କରିଥିଲେ । ରିଷିଡା ପେକ୍ସର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଗୋଲାପ ଚନ୍ଦ୍ର ରଣା, ପେକ୍ସର ନିର୍ଦ୍ଦେଶକ ଯୁଗଳ କିଶୋର ରଣା, ହନୁମାନ ଦାସ, ଆର.ଏମ୍‌.ସିର ବନମାଳୀ ସୁନା ଉପସ୍ଥିତ ଥିଲେ । ଏଥର ରିଷିଡା ରବି ଧାନ ମଣ୍ଡିର ଧାନ ବିକ୍ରୀ କରିବା ପାଇଁ ପୌରକେଲା ଓ ତେରେସିଂହା ପଂଚାୟତର ୨୬୯ ଜଣ ଚାଷୀ ପଂଜିକରଣ କରିଛନ୍ତି । ସମଲେଶ୍ୱରୀ ଫୁଡ ପ୍ରଡକ୍ଟ ଧଅଁରାଖମନକୁ ୬ ହଜାର କୁଇଣ୍ଟାଲ, ବାଲାଜୀ ଏଗ୍ରୋ ଗଜବାହାଲକୁ ୪୬୦୦ କୁଇଣ୍ଟାଲ ଓ ଜୟ ଜଗଦମ୍ବା ରାଇସମିଲ ପରମାନନ୍ଦପୁରକୁ ୩୬୦୦ କୁଇଣ୍ଟାଲ ଧାନ ଉଠାଇବାକୁ ଟାର୍ଗେଟ ଦିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଡିଇଓ ଶିଶୁପାଳ ରଣା , ଶୋଭାକର ରଣା, ସତ୍ୟବାନ ସୁନା, ବସୁଦେବ ରଣା ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.