କଂଗ୍ରେସକୁ ଚ୍ୟାଲେଞ୍ଜ: କହିଛ ମାନେ ଦିଅ, ନହେଲେ ଛାଡ଼ିବୁନି

ଓଡ଼ିଆ ବାର୍ତ୍ତା/ ବେଙ୍ଗାଳୁରୁ: ନୂଆ ଷ୍ଟ୍ରାଟେଜି, ପାଞ୍ଚଟି ଗ୍ୟାରେଣ୍ଟି ଓ ଦମଦାର ପ୍ରଚାର ମାଧ୍ୟମରେ କର୍ଣ୍ଣାଟକରେ ବିପୁଳ ସଫଳତା ପାଇଥିବା କଂଗ୍ରେସ ବିଜେପିକୁ ଜୋରଦାର ଟାର୍ଗେଟ କରୁଛି। ପୂର୍ବର ବିଜେପି ସରକାରର ଯୋଜନା ଗୁଡିକ ଉପରେ ରୋକ ଲଗାଇବା ସହ ବରାଦ ହୋଇଥିବା ଅର୍ଥ ଅଟକାଇବା ସହ ବହୁ କଡା ପଦକ୍ଷେପ ନେଉଛି କଂଗ୍ରେସ। ସେପଟେ ବିରୋଧୀ ମଧ୍ୟ କଂଗ୍ରେସ ସରକାରକୁ ଘେରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଯେଉଁ ୫ ଟି ଗ୍ୟାରେଣ୍ଟି ଦେଇ ଦଳ ନିର୍ବାଚନ ଜିତିଲା ସେହି ୫ ଟି ଗ୍ୟାରେଣ୍ଟି ସଠିକ ଭାବେ ପାଳନ ହେଉଛି କି ନାହିଁ ତାକୁ ନେଇ ଉଭୟ ବିଜେପି ଓ ଜେଡିଏସ ସରକାରକୁ ଟାର୍ଗେଟ କରିଛନ୍ତି। ସେଥିପାଇଁ ବିଜେପି ଓ ଜେଡିଏସ ପକ୍ଷରୁ ଭିନ୍ନ ଭିନ୍ନ କ୍ୟାମ୍ପେନ ଆରମ୍ଭ ହୋଇଛି। କଂଗ୍ରେସର ଗ୍ୟାରେଣ୍ଟି ଅନୁଯାୟୀ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ ମୁକ୍ତ ଓ ମହିଳାଙ୍କୁ ବସ ସେବା ମାଗଣା ପ୍ରତିଶ୍ରୁତି ଦିଆଯାଇଥିବ ବେଳେ କର୍ଣ୍ଣାଟକବାସୀ ବିଦ୍ୟୁତ ବିଲ ନ ଦେବା ସହ ମହିଳାମାନେ ବସ ଟିକେଟ ନ କିଣିବାକୁ ବିଜେପି ଆହ୍ୱାନ ଦେଇଛି।

Omkar Vasthu
Omkar Vasthu

କଂଗ୍ରେସ ଉପରେ ଚାପ ସୃଷ୍ଟି କରିବାକୁ ବିରୋଧୀ ବଡ଼ ଯୋଜନା କରିଛନ୍ତି। ବିଜେପି ଏହାର କ୍ୟାମ୍ପେନ ଆରମ୍ଭ କରିଥିବା ବେଳେ ଜେଡିଏସ ପ୍ରତି ତାଲୁକ ପଂଚାୟତରେ କାର୍ଯ୍ୟାଳୟ ଖୋଲିବା ସହ ଯିଏ ବିଦ୍ୟୁତ ବିଲ ନ ଦେବ ତାଙ୍କୁ ସୁରକ୍ଷା ଦେବାକୁ ଯୋଜନା କରିଛି। ଏଥିସହିତ କଂଗ୍ରେସ ପ୍ରତି ଘରର ମହିଳା ମୁଖ୍ୟଙ୍କୁ ମାସିକ ୨ ହଜାର ଟଙ୍କା , ପ୍ରତି ବିପିଏଲ ସଦସ୍ୟଙ୍କୁ ମାସିକ ୧୦ କିଲୋ ଚାଉଳ ଏବଂ ଯୁବକଙ୍କୁ ବେରୋଜଗାର ଭତ୍ତା ଦେବାକୁ ଗ୍ୟାରେଣ୍ଟି ଦେଇଥିଲା। ଏହି ୫ ଟି ଗ୍ୟାରେଣ୍ଟି ପୂରଣ କଲେ ରାଜ୍ୟ ରାଜକୋଷ ଉପରେ ବାର୍ଷିକ ୫୦ ହଜାର କୋଟି ଟଙ୍କା ବୋଝ ପଡିବ।

Pearl dental clinic
Near Ashish Medical Store, Bhawanipatna

ନିର୍ବାଚନ ପୂର୍ବରୁ ଏହାକୁ ବ୍ୟାପକ ପ୍ରଚାର କରୁଥିବା କଂଗ୍ରେସ ନେତାମାନେ ଏବେ କଥାକୁ ଭିନ୍ନ ଢଙ୍ଗରେ ଉପସ୍ଥାପିତ କରୁଥିବା ବିଜେପି ନେତା ଅଭିଯୋଗ କରିଛନ୍ତି। ଏପରିକି ଏ ସମ୍ପର୍କିତ କଂଗ୍ରେସ ନେତାଙ୍କ ଭିଡିଓ ବହୁଳ ଭାବେ ପ୍ରଚାର ପ୍ରସାର ଆରମ୍ଭ କରିଛି ବିଜେପି। ବିଜେପିର କ୍ୟାମ୍ପେନ ଅନୁଯାୟୀ ବିଜେପି ନେତା ଆର ଅଶୋକା ବିଦ୍ୟୁତ ବିଲ ଦେବେ ନାହିଁ ବୋଲି କହିବା ସହ ମହିଳା ମାନେ ବସ ଟିକେଟ ନ କିଣିବାକୁ କ୍ୟାମ୍ପେନ କରିବେ ବୋଲି କହିଛନ୍ତି। ପ୍ରତିଶ୍ରୁତି ପାଳନ କରିବାକୁ ବାଧ୍ୟ କରାଯିବ ବୋଲି କୁହାଯାଇଛି।

Udyog Nursery
Udyogi Nursery

ସେହିଭଳି ଜେଡିଏସ ନେତା ଏଚ ଡି କୁମାରସ୍ୱାମୀ ମଧ୍ୟ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ଲୋକଙ୍କୁ ବୋକା ବନେଇବାକୁ କଂଗ୍ରେସକୁ ସୁଯୋଗ ଦିଆଯିବନି ବୋଲି ସେ କହିଛନ୍ତି। ସେପଟେ କଂଗ୍ରେସ ଏହାର କଡା ଜବାଵ ରଖିଛି। କଂଗ୍ରେସର ବରିଷ୍ଠ ନେତା ରାମଲିଙ୍ଗ ରେଡ୍ଡିଙ୍କ କହିବା କଥା କଂଗ୍ରେସର ବିପୁଳ ବିଜୟ ପରେ ବିଜେପି ପ୍ରତିକ୍ରିୟାଶୀଳ ହୋଇଛି। ଯଦି ଗରିବଙ୍କ ମଙ୍ଗଳ ପାଇଁ ବିଜେପିର ଏତେ ଦରଦ ତାହେଲେ ରାସନରେ ଚାଉଳ କାହିଁକି କମାଇଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ତେଣୁ ଏସବୁ କାର୍ଯ୍ୟକ୍ରମ ପାଇଁ ମୋଡ଼ାଲିଟି ସ୍ଥିର କରାଯିବ ସହ ହିତାଧିକାରୀଙ୍କ ଆକାଉଣ୍ଟ ନମ୍ବର ଆଦିକୁ ଏକାଠି କରାଯିବ। ଏପରିକି ମୁକ୍ତ ବସ ସେବା ପାଇଁ ଆଇଡି କାର୍ଡ ପ୍ରସ୍ତୁତ ହେବା ସହ ସବୁ କ୍ରିୟାଶୀଳ ହେବ। ତେଣୁ କର୍ଣ୍ଣାଟକ ନିର୍ବାଚନ ପରେ ଉଭୟ ଶାସକ ବିରୋଧୀ କେହି କାହାକୁ ଛାଡିବା ସ୍ଥିତିରେ ନ ଥିବା ଦେଖିବାକୁ ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.