କଳାହାଣ୍ଡି: କାର୍ଯ୍ୟରତ ସାମ୍ବାଦିକଙ୍କୁ ଜୀବନରୁ ମାରିଦେବାକୁ ଧମକ, ଥାନାରେ ଏତଲା

କୋକସରା/ ଧର୍ମଗଡ଼ (ହିରଣ୍ୟ ବେହେରା/ ଲବଣୀ ରାଉତ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକର ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଖବର ସଂଗ୍ରହବେଳେ ଜଣେ ଘରୋଇ ବସ୍ କଣ୍ଡକ୍ଟର ଅଶ୍ଳୀଳ ଗାଲିଗୁଲଜ କରିବା ସହିତ ଜୀବନରୁ ମାରିଦେବା ପାଇଁ ଧମକ ଦେଇଛନ୍ତି। ଏନେଇ ସାମ୍ବାଦିକ ଜଣକ ସଂପୃକ୍ତ କଣ୍ଡକ୍ଟରଙ୍କ ନାଁରେ ଶନିବାର କୋକସରା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ଏକ ଦୈନିକ ଖବରକାଗଜର ପ୍ରତିନିଧି ସୁବାସ ବାଗ ଶନିବାର ସକାଳୁ ଖବର ସଂଗ୍ରହ ପାଇଁ ବେହେରା ଗ୍ରାମକୁ ଯାଇଥିଲେ। ତେବେ ଏହି ସମୟ ମଧ୍ୟରେ ଗୁପ୍ତା ନାମକ ଏକ ଘରୋଇ ବସ ହାଇଦ୍ରାବାଦ ଠାରୁ ଧର୍ମଗଡ ଅଭିମୁଖେ ଆସୁଥିଲା। ସେହି ବସରେ ବେନିୟମ ଭାବେ ଚାଲାଣ ହୋଇଥିବା ଦାଦନ ଶ୍ରମିକମାନେ ଘରକୁ ପ୍ରତ୍ୟାବର୍ତ୍ତନ କରୁଥିଲେ। ଏପରି କି ବସରେ ଓଭର ଲୋଡ଼ ଭାବେ କେବିନରେ ମଧ୍ୟ ଲୋକେ ବସିବାକୁ ଦେଖିବାକୁ ମିଳିଥିଲା। ଏହାକୁ ସାମ୍ବାଦିକ ସୁବାସ ଫଟୋ ଉତ୍ତୋଳନ କରିଥିଲେ। ଏହି ସମୟରେ କଣ୍ଡକ୍ଟର କୁଞ୍ଜ ବିହାରୀ ଚଲାନ ବସରୁ ଓହ୍ଲେଇ ଆସି କାହିଁକି ଫଟୋ ଉତ୍ତୋଳନ କରୁଛ ବୋଲି ସାମ୍ବାଦିକଙ୍କୁ ଅଶ୍ଳୀଲ ଭାଷାରେ ଗାଳି ଗୁଲଜ କରିଥିଲେ। ଏବଂ ଏହି ଖବର ପ୍ରସାରଣ ହେଲେ ତୋତେ ଜୀବନରୁ ମାରିଦେବି ବୋଲି ଧମକ ଦେଇଥିଲେ। ଏମିତି କି ତୋର ପରିବାରକୁ ବର୍ବାଦ କରିଦେବା ସହିତ ସ୍ତ୍ରୀ ଓ ଛୁଆକୁ ମଧ୍ୟ ଅପହରଣ କରିନେବେ ବୋଲି ଧମକ ଦେଇଥିଲେ। ଏହାପରେ ସାମ୍ବାଦିକ ସୁବାସ ବାଗ ଶନିବାର ଦିନ ହିଁ କୋକସରା ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ସହିତ ବରିଷ୍ଠ ସାମ୍ବାଦିକ ଲକ୍ଷ୍ୟଜ୍ୟୋତି ଜାଲ, ସନତ କୁମାର ପ୍ରଧାନୀ, ଶୋଭିତ ଗାନ୍ଧୀ, ଚକ୍ରଧର ବେଶ୍ରା, ଦିଲ୍ଲୀପ ଦୁରିଆ, ବିଶ୍ୱରଂଜନ ପାତ୍ର, ଜଗଦୀଶ ନାଏକ, ପ୍ରଦୀପ କୁମାର ସିଂ, ସୁଧୀର ରଞ୍ଜନ ଗୋପାଳ, ଦୁଷ୍ମନ୍ତ ପଟ୍ଟଯୋଶୀ, ଲବଣୀ ରାଉତ, ତ୍ରୈଲୋକ୍ୟ ବେଶ୍ରା, ଉପେନ୍ଦ୍ର ନାଏକ, ତ୍ରୈଲୋକ୍ୟ ସିଂ, ରୁପେନ୍ଦ୍ର ସୁନାନୀ, ଅଶ୍ବିନ ଗୋପାଳ, ଚିତ୍ତରଞ୍ଜନ ନାଏକ, ଜ୍ୟୋତି ରଞ୍ଜନ ବେମାଲ ପ୍ରମୁଖ ସାମ୍ବାଦିକ ଉପସ୍ଥିତ ରହି ଘଟଣାକୁ ନିନ୍ଦା କରିବା ସହିତ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବୀ କରିଛନ୍ତି। ଏହି ଘଟଣାକୁ ବିଭିନ୍ନ ସାମ୍ବାଦିକ ସଂଘ, ପକ୍ଷରୁ ତୀବ୍ରନିନ୍ଦା କରିବା ସହିତ କାର୍ଯ୍ୟନୁଷ୍ଠା ଗ୍ରହନ କରା ନଗଲେ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି। ଏନେଇ କୋକସରା ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚଳାଇଥିବା ଥାନା ଅଧିକାରୀ ପ୍ରସନ୍ନ ବେହେରା ସୂଚନା ଦେଇଛନ୍ତି। ଉକ୍ତ ଘରୋଇ ବସ ଟି ଷ୍ଟୁରିଷ୍ଟ ପରମିଟ ପାଇଥିବା ଜଣାପଡିଛି। ହେଲେ ପାସେଞ୍ଜର ଅନୁମତି ନଥାଇ କେଉଁ ଆଧାରରେ ଶହ ଶହ ଲୋକଙ୍କୁ ବେଆଇନ ଭାବେ ପ୍ରତିଦିନ ବସରେ ଚଢ଼ାଉଛନ୍ତି। ଏହାରି ଉପରେ ପରିବହନ ବିଭାଗ ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ମଧ୍ୟ ଦାବୀ ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.