ମନ୍ତ୍ରୀ ଟୁକୁନି ସାହୁଙ୍କ ଶାରଳା ମନ୍ଦିର ପରିଦର୍ଶନ

ଓଡ଼ିଆ ବାର୍ତ୍ତା/ ଜଗତସିଂହପୁର: ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଜଗତସିଂହପୁର ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ପରିଦର୍ଶନ ସହ ସମୀକ୍ଷା ବୈଠକ କରିଥିଲେ । ଅପରାହ୍ନରେ ମନ୍ତ୍ରୀ ଶ୍ରୀମତୀ ସାହୁ ପ୍ରସିଦ୍ଧ ଝଙ୍କଡ଼ ଶାରଳା ମନ୍ଦିରରେ ମାଙ୍କ ଦର୍ଶନ କରିବା ସହିତ ଆଶୀର୍ବାଦ ଭିକ୍ଷା କରିଥିଲେ । ତାଙ୍କ ସହ ଜଗତସିଂହପୁର ସାଂସଦ ଡ଼ା. ରାଜଶ୍ରୀ ମଲ୍ଲିକ ଓ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଗସ୍ତରେ ସାମିଲ ହୋଇଥିଲେ । ସେ ମନ୍ଦିରରେ ପହଞ୍ଚିଲା ପରେ ମନ୍ଦିର ପ୍ରଶାସକ ଓ ବିଜୁ ଜନତା ଦଳର କର୍ମକର୍ତ୍ତା ତାଙ୍କୁ ସ୍ବାଗତ କରିଥିଲେ । ମନ୍ଦିର ପରିସରରେ ମନ୍ତ୍ରୀ ସେବାୟତ, ଜନ ପ୍ରତିନିଧି ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ । ଶାରଳାଙ୍କ ପୀଠକୁ ମୋ ବସ ଯୋଗାଇଦେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଥିଲେ ।ତିର୍ତ୍ତୋଲ ତହସିଲଦାର ଅମୂଲ୍ୟ ସାହୁ, ଜିଲ୍ଲା ପରିଷଦ ଉପସଭାପତି ସୁଜାତା ମହାନ୍ତି, ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା, ଜିଲ୍ଲା ପରିଷଦ ସଭ୍ୟ ଗଙ୍ଗାଧର ବିଶ୍ଵାଳ, ସୁନୀଲ ବେହେରା, ପୂର୍ବତନ ବ୍ଲକ ବିଜେଡି ସଭାପତି ଅଶ୍ୱିନ ଦାସ, ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ବସନ୍ତ ମହାପାତ୍ର, ବ୍ଲକ ଆତ୍ମା ଅଧ୍ୟକ୍ଷ ଦେବେନ୍ଦ୍ର ମଲ୍ଲିକ, ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଛାତ୍ର ବିଜେଡ଼ି କାର୍ଯ୍ୟକାରୀ ସଭାପତି ରବିନାରାୟଣ କର, ବ୍ଲକ ଛାତ୍ର ବିଜେଡ଼ି ସଭାପତି କାଳନ୍ଦୀ ଦାଶ, ବରିଷ୍ଠ ନେତା ରମେଶ ରାଉଳ, ଭାସ୍କର ନାୟକ, ନିହାର ମହାନ୍ତି, ଦିଲ୍ଲୀପ ମହାନ୍ତି, ଅମରଜ୍ୟୋତି ସାହୁ, ଯୁବ ସଂଗଠକ ଅଶ୍ୱିନ ବିଶ୍ଵାଳ, ସୁବ୍ରତ ଦାଶ, ଯୁବ ବିଜେଡ଼ି ସଭାପତି ସୁମିତ୍ ଦାସ, ସୁଜିତ୍ ମହାନ୍ତି, ଯଶୋବନ୍ତ ରାଉତ, ଦେବିପ୍ରସାଦ ମହାପାତ୍ର, ଧ୍ୟାନକେତନ ସିଂ, ରୁଦ୍ର ଆଚାର୍ଯ୍ୟ, ଅରିଜିତ ଦାଶ, ସୁରତ ପଲାଇ, ବିଶ୍ୱଜିତ୍ ମହାନ୍ତି, ଆଶିଷ ଗଛାୟତ ପ୍ରମୁଖ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.