IPL ଫାଇନାଲ ପରେ ଦିନିକିଆ ବିଶ୍ୱକପ ପାଇଁ ଚୟନ ହେବ ଷ୍ଟାଡିୟମ

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ଚେନ୍ନାଇ ସୁପର କିଙ୍ଗସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଆଇପିଏଲ ୨୦୨୩ର ଫାଇନାଲ ମ୍ୟାଚ ମେ ୨୮ରେ ଅହମ୍ମଦାବାଦରେ ଖେଳାଯିବ । ଫାଇନାଲ ପରେ ବିସିସିଆଇ ଦିନିକିଆ ବିଶ୍ୱକପ କ୍ରିକେଟ ନେଇ ତାଜା ଅପଡେଟ ଦେବ । ରିପୋର୍ଟ ମୁତାବକ ବିସିସିଆଇ କେଉଁ କେଉଁ ସ୍ଥାନରେ ବିଶ୍ୱକପ ଖେଳାଯିବ ତାହା ସ୍ପଷ୍ଟ କରିବ । ସେହିପରି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପରେ ବିଶ୍ୱକପର କାର୍ଯ୍ୟସୂଚୀ ମଧ୍ୟ ଘୋଷଣା କରାଯିବ । ଦିନିକିଆ ବିଶ୍ୱକପ ଭାରତର ୧୨ଟି ପଡିଆରେ ଖେଳାଯିବ ବୋଲି ରିପୋର୍ଟ ପ୍ରକାଶ ପାଇଛି । ୫ ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଥିବା ଏହି ମୁକାବିଲାର ପ୍ରଥମ ମ୍ୟାଚ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ । ୧୯ ନଭେମ୍ବରରେ ଫାଇନାଲ ମ୍ୟାଚ ଅହମ୍ମଦାବାଦରେ ଖେଳାଯିବ । ଏହା ବ୍ୟତୀତ କୋଲକାତା, ଦିଲ୍ଲୀ, ଇନ୍ଦୋର, ଧର୍ମଶାଳା, ଗୌହାଟୀ, ରାଜକୋଟ, ରାୟପୁରଓ ମୁମ୍ବାଇରେ ମ୍ୟାଚଗୁଡିକ ଆୟୋଜିତ ହୋଇପାରେ । ୧୦ଟି ଟିମ ମଧ୍ୟରେ ୪୮ ମ୍ୟାଚ ଖେଳାଯିବ । ୫ଟି ଷ୍ଟାଡିୟମର ନବୀକରଣ ପାଇଁ ବୋର୍ଡ ୫୦୨.୯୨ କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ନିଷ୍ପତି ନେଇଛି । ବିିସିସିଆଇ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଗଲେ ସ୍ଥିତି ସ୍ପଷ୍ଟ ହେବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.