କଳାହାଣ୍ଡି ଜିଲ୍ଲାସ୍ତରୀୟ ବିଶ୍ୱ ରେଡକ୍ରସ୍ ଦିବସ ପାଳିତ

ରକ୍ତଦାତା ଅନୀଲ, ପ୍ରଦୀପ, ଆଲୋକ, ରୋଜାଲିନ୍ ଓ ସାବିତ୍ରୀ ପୁରସ୍କୃତ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାସ୍ତରୀୟ ବିଶ୍ୱ ରେଡକ୍ରସ୍ ଦିବସ ଅବସରରେ ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ପୁରସ୍କୃତ କରାଯାଇଛି । ଭବାନୀପାଟଣା ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶରତଚନ୍ଦ୍ର ଶ୍ରୀଚନ୍ଦନଙ୍କ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲାପାଳ ଡ. ଗାଭାଲି ପରାଗ ହର୍ଷଦ ମୁଖ୍ୟ ଅତିଥି, ଶିକ୍ଷାବିତ୍ ଡ. ଅଜୟ ମିଶ୍ର ମୁଖ୍ୟ ବକ୍ତା ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରସନ୍ନ କୁମାର ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଅବସରରେ ଜିଲ୍ଲାର ସର୍ବାଧିକ ବ୍ୟକ୍ତିଗତ ରକ୍ତଦାତା ଭାବେ ଅନୀଲ କୁମାର ବାବୁ, ପ୍ରଦୀପ ଧଙ୍ଗଡ଼ାମାଝୀ, ଆଲୋକ କୁମାର ସାହୁ, ରୋଜାଲିନ୍ ପଣ୍ଡା ଓ ସାବିତ୍ରୀ ମହାରଣାଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ସର୍ବାଧିକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ପାଇଁ ଆମ ଓଡ଼ିଶା, ବେଦାନ୍ତ ଓ ଅନେଷ୍ଟି ଏଣ୍ଟରପ୍ରାଇଜେସ୍ ପୁରସ୍କାର ପାଇଥିଲେ ।

Udyog Nursery
Udyogi Nursery

ବକ୍ତୃତା, ଚିତ୍ରାଙ୍କନ, ପ୍ରବନ୍ଧ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ବକ୍ତୃତା କନିଷ୍ଠ ବିଭାଗରେ ସିଆ ଅମୋଷ, ସମୀକ୍ଷା ପ୍ରିୟଦର୍ଶିନୀ ଓ ପୀୟୁଷ ପ୍ଳାବନ ପଟ୍ଟଯୋଷୀ; ବରିଷ୍ଠ ବିଭାଗରେ ଅମରେନ୍ଦ୍ର ମହାନ୍ତି, ଆଦ୍ୟାଶ୍ରୀ ପାଢ଼ୀ ଓ ଚସ୍ମିତ କୌର-ବଳଭଦ୍ର ହରିଜନ ଯଥାକ୍ରମେ ୧ମ, ୨ୟ ଓ ୩ୟ ହୋଇଥିଲେ । ଚିତ୍ରାଙ୍କନ କନିଷ୍ଠ ବିଭାଗରେ ଜ୍ଞାନରଞ୍ଜନ ବେହେରା, ଓମ୍ ଭୌଲା ଓ ସ୍ୱସ୍ତିକ ଶର୍ମା; ବରିଷ୍ଠ ବିଭାଗରେ ସନ୍ତୋଷ କୁମାର ସ୍ୱାଇଁ, ଶିବ ପଟ୍ଟନାୟକ ଓ ଜୟନ୍ତ ଦାସ ଯଥାକ୍ରମେ ୧ମ, ୨ୟ ଓ ୩ୟ ହୋଇଥିବାବେଳେ ପ୍ରବନ୍ଧ କନିଷ୍ଠ ବିଭାଗରେ ସମୀକ୍ଷା ପ୍ରିୟଦର୍ଶିନୀ, ପ୍ରଦୀପ୍ତ ସାହୁ ଓ ସିଆ ଅମୋଷ; ବରିଷ୍ଠ ବିଭାଗରେ ଆଦ୍ୟାଶ୍ରୀ ପାଢ଼ୀ, ଅମରେନ୍ଦ୍ର ମହାନ୍ତି ଓ ଅଭିଜିତସୂତା ପାଢ଼ୀ-ବଳଭଦ୍ର ହରିଜନ ଯଥାକ୍ରମେ ୧ମ, ୨ୟ ଓ ୩ୟ ହୋଇଥିଲେ । ଜିଲ୍ଲା ରେଡକ୍ରସ୍ ସଂସ୍ଥାର ଅବୈତନିକ ସମ୍ପାଦକ ସୁରେନ୍ଦ୍ର ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସହକାରୀ ଜିଲ୍ଲାପାଳ ବାସନ୍ତୀ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.