ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚର ଧାରଣା ଓ ପ୍ରତିବାଦ ସଭା

ଓଡ଼ିଆ ବାର୍ତ୍ତା/ ନୂଆପଡା (ମହେନ୍ଦ୍ର ବାଗ): ସଦର ବ୍ଲକ ନୂଆପଡା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ତରଫରୁ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ପରିପେକ୍ଷୀରେ ନୂଆପଡା ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ତରଫରୁ ସମସ୍ତ କର୍ମଚାରୀ ଆନ୍ଦୋଳନ ରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଓହ୍ଲାଇଛନ୍ତି । ସେମାନେ ଦାବୀ କରିଛନ୍ତି ଯେ ସମସ୍ତ କନିଷ୍ଠ ସହାୟକଙ୍କ ପ୍ରବେଶିକା ଦରମା ଲେବେଲ (୪) ଗ୍ରେଡ଼ ପେ ୧୯୦୦ ଟଙ୍କା ରୁ ବୃଦ୍ଧି କରାଯାଇ ତାହାକୁ ଲେବେଲ (୯) ଗ୍ରେଡ଼ ପେ ୪୨୦୦ ଟଙ୍କା ରଖାଯାଉ । ଏହା ପୂର୍ବରୁ ଅମଲା ସଂଘ ମଇ ମାସ ୨୨ ତାରିଖ ରୁ ୩୧ ତାରିଖ ପର୍ଯ୍ୟନ୍ତ କଳା ବେଚ ପିନ୍ଧି ଆନ୍ଦୋଳନ କରିଥିଲେ । ସରକାର ଏବଂ ପ୍ରଶାସନ ଏହି ସମସ୍ୟା ସମାଧାନର ବାଟ ନ ବାହାର କରିବାରୁ ଆଜି ସେମାନେ ଆନ୍ଦୋଳନକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଓଲ୍ହାଇ ଥିବା ସୂଚନା ଦେଇଛନ୍ତି । ନୂଆପଡା ଅମଲା ସଂଘ ଚେୟାରମେନ ଆଶାରାମ ଶବର, ସଭାପତି ଧର୍ମରାଜ ନାୟକ, ସମ୍ପାଦକ ପବନ କୁମାର ସୋନୀ, ଉପ ସଭାପତି ମନୋଜ କୁମାର ମହାରଣା, ରାଜ୍ୟ ସଂଯୋଜକ ମଦନ ସାହୁ, କାର୍ଯ୍ୟକାରିଣୀ ସଦସ୍ୟ ଲକ୍ଷ୍ମଣ ଦଣ୍ଡସେନା, ରାକେଶ କୁମାର ବିଶି, ଅଭିଷେକ ଚୌହାନ, ମନୋଜ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.