ଦାନପୁର ପଞ୍ଚାୟତ ମନେରଗା ପୋଖରୀ ନିର୍ମାଣରେ ବ୍ୟାପକ ଅନିୟମିତତା ଅଭିଯୋଗ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଗ୍ରାମାଞ୍ଚଳରେ ଲୋକଙ୍କୁ ବର୍ଷ ତମାମ କାମଧନ୍ଦା ଯୋଗାଇବା ପାଇଁ ଚାଲିଥିବା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରୂପାୟନ କ୍ଷେତ୍ରରେ ଖଲ୍ଲିକୋଟ ବ୍ଲକର ବିଭିନ୍ନ ପଂଚାୟତରେ ବ୍ୟାପକ ଅନିୟମିତତା ଲାଗି ରହିଥିବା ମାଳମାଳ ଅଭିଯୋଗ ହେଉଥିଲେ ମଧ୍ୟ ଏହାର ତଦନ୍ତ ହେଉନଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ମିଳିଥିବା ଅଭିଯୋଗ ଅନୁଯାୟୀ, ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଦାନପୁର ପଂଚାୟତ ଦୁଇଗୋଟି ପୋଖରୀ ଖନନରେ ବ୍ୟାପକ ଅନିୟମିତତା ପରିଲକ୍ଷିତ ହୋଇଥିବା ଦୃଷ୍ଟି ଆସିଛି । ପଂଚାୟତ ନୂଆବନ୍ଧର ପୁନଃ ଉଦ୍ଧାର କ୍ଷେତ୍ର ପୋଖରୀ ଭିତରୁ କିଛି ମାଟି କାଢି ମାତ୍ର ପୋଖରୀର ହୁଡ଼ାକୁ ମାତ୍ର ୨୦ ମିଟର ମାଟି ପକାଯାଇଛି l ଉକ୍ତ ନୂଆ ବନ୍ଧା ପୋଖରୀ ନିର୍ମାଣ କାର୍ଯ୍ୟ ୧୧/୫ ୨୦୨୩ ସୁଦ୍ଧା ୩୧୧୭ କର୍ମ ଦିବସ ସୃଷ୍ଟି କରାଯାଇ ଶ୍ରମିକ ଦୈନିକ ମଜୁରୀ ୨୨୨ ଟଙ୍କା ହିସାବ ରେ ୬୯୧୯୭୪ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ୬୯୨ ଜଣ ଶ୍ରମିକ ନିଯୁକ୍ତି ପାଇଥିବା ଦର୍ଶାଯାଇଛି l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି କାର୍ଯ୍ୟରେ ୭.୦୨ ଲକ୍ଷ ଓ ମ୍ୟାଟେରିଏଲସ ବାବଦ କୁ ୨.୦୭ ଲକ୍ଷ ଖର୍ଚ ହେବା ନେଇ ବ୍ୟବସ୍ତା କରାଯାଇଛି l ତେବେ ଏହି ପୋଖରୀ ନିର୍ମାଣ କାର୍ଯ୍ୟରେ କମ ଶ୍ରମିକ କମ କରୁଥିବା ବେଳେ ମିଛ ଶ୍ରମିକଙ୍କ ନାମରେ ଅର୍ଥ ପୈଠ ହୋଇଥିବା ଅଭିଯୋଗ ହୋଇଛି l ସେହିପରି ଦାନପୁର ପଂଚାୟତ ଦେଉଳପଲି ଗ୍ରାମରେ ଥିବା ମିରିଗ ବନ୍ଧ ପୋଖରୀ ନିର୍ମାଣ ମଧ୍ୟ ଅନୁରୂପ ଅନିୟମିତତା ହୋଇଥିବା ଗ୍ରାମବାସୀ ମାନେ ଅଭିଯୋଗ ଆରୋପ କରିଛନ୍ତି l ଏହି ପୋଖରୀର ଗୋଟିଏ ପାର୍ଶ୍ୱ ହୁଡ଼ାକୁ ନିକଟସ୍ଥ ବିଲରୁ ମାଟି କାଢି ହୁଡ଼ାକୁ ଡ୍ରେସିଂ କରାଯାଇଥିବା ବେଳେ ପୋଖରୀ ଭିତର ପଟେ ଗଛ ପତ୍ର ଗୁଳ୍ମ ଲତା ଯେମିତି ସେମିତି ରହିଛି l ଏଠାରେ ବ୍ୟାପକ ନିମ୍ନ ମନର କାର୍ଯ୍ୟ କରାଯାଇ ବ୍ୟାପକ ଅନିୟମିତତା ସାଙ୍ଗକୁ ବିପୁଳ ପରିମାଣର ଅର୍ଥ ହରିଲୁଟ ପାଇଁ ସମସ୍ତ ବ୍ୟବସ୍ତା କରଯାଇଛି l ଏହି ପୋଖରୀ ପାଇଁ ୨୧୩୩ କର୍ମ ଦିବସ ସୃଷ୍ଟି କରାଯାଇ ଶ୍ରମିକଙ୍କ ଦୈନିକ ମଜୁରୀ ୨୨୨ ହିସାବ ରେ ୪୭୩ .୫୨୬ ବିଲ କରାଯାଇଛି l ଏହି ନିର୍ମାଣ କାମରେ ୪୦୦ ଶ୍ରମିକ ନିଯୁକ୍ତ ହୋଇଥିବା ଦର୍ଶାଯାଇଛି l ସେହିପରି ଶ୍ରମିକଙ୍କ ବାବଦ ରେ ୭.୨୩ ଟଙ୍କା ଖର୍ଚ ଦର୍ଶାଯାଇଥିବା ବେଳେ ମେତେରିଆଲସ ବାବଦ ରେ ୨.୫୪ ଟଙ୍କା ଖର୍ଚ ହୋଇଥିବା ଜଣାପଡିଛି l ଏହି ପୋଖରୀରେ ବ୍ୟାପକ ଅନିୟମିତତା ହେବା ସହ କମ ଶ୍ରମିକ ନିୟୋଜିତ କରି ଅଧିକ ଶ୍ରମିକ ଦର୍ଶାଇ ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି l ଏ ସମ୍ପର୍କରେ ଖଲ୍ଲିକୋଟ ବିଡିଓ ବିକ୍ରମ ଦୋରାଙ୍କ ଯୋଗାଯୋଗ କରିବାରେ ଏହାର ତଦନ୍ତ ହେବ ବୋଲି ପ୍ରକାଶ କରିଥିଲେ ତେବେ ଦୁଇ ଗୋଟି ପୋଖରୀ ର ଅନିୟମିତତା ନେଇ ତଦନ୍ତ କରିବା ବଦଳରେ ପୋଖରୀ ଗୁଡିକର ଦ୍ଵିତୀୟ ପର୍ଯ୍ୟାୟ କାମ ଗତ ୩୧ ଠାରୁ ଆରମ୍ଭ ହୋଇଗଲାଣି l

Udyog Nursery
Udyogi Nursery

ତେଣୁ ପୋଖରୀ ନିର୍ମାଣ କାର୍ଯ୍ୟ ଦୁର୍ନୀତି ନିବାରଣ ବିଭାଗ କିମ୍ବା ଲୋକାୟୁକ୍ତ କରିବା ପାଇଁ ଦାବି ହେଉଛି l ସେହିପରି ଦାନପୁର ପଂଚାୟତରେ ଥିବା ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ନିର୍ମାଣ ହୋଇଥିବା ସେଡ ନିର୍ମାଣରେ ମଧ୍ୟ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି l ମାତ୍ର ଦୁଇ ଲକ୍ଷ ଟଙ୍କା ଖର୍ଚ ହୋଇଥିବା ବେଳେ ଚତୁଦଶ ଅର୍ଥ କମିଶନ ପାଣ୍ଠି ରୁ ଗତ ୨୦୨୨ ମସିହା ରେ ୭,୪୧ ,୯୦୮ ଟଙ୍କା ବିଲ ହୋଇଛି l ଏ ନେଇ ଗଂଜାମ ଜିଲ୍ଲାପାଳ ଯୁଗ୍ମ ଅଭିଯୋଗ ଶୁଣାଣି ବେଳେ ଖଲ୍ଲିକୋଟ ଠାରେ ଦାନପୁର ପଂଚାୟତର ପୂର୍ବତନ ସରପଂଚ ମନୋଜ କୁମାର ପ୍ରଧାନ ଲିଖିତ ଅଭିଯୋଗ କରିଥିଲେ l ସେହିପରି ଦାନପୁର ପଂଚାୟତ ରେ କୌଣସି ଠାରେ ନାଳ ନଥିବା ବେଳେ ୧୫ ତମ ଅର୍ଥ କମିଶନ ଅର୍ଥରୁ ୯୦.୮୦୦ ଟଙ୍କା ଖର୍ଚ ଦେଖାଇ ଵ୍ୟାପକ ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି l ସର୍ବୋପରି କାମ ପୂର୍ବରୁ ଫଳକ ଦେବା ପରିବର୍ତ୍ତେ କାମ ସାରିବା ପରେ ଫଳକ ଲେଖାଯାଉଛି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.