ରାୟଗଡ଼ା: ଜେମାଦେଇପେଣ୍ଠ ଠାରେ ମାଁ ମଝିଘରିଆଣୀଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡ଼ା ବ୍ଳକ ଅନ୍ତର୍ଗତ ଜେମାଦେଇପେଣ୍ଠ ଠାରେ ମାଁ ମଝିଘରିଆଣୀ ମାଁଙ୍କ ନୂତନ ମନ୍ଦିର ସହ ମାଁ ମଝିଘରିଆଣୀ ମାଁଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ଉତ୍ସବ ୫ ଦିନ ବ୍ୟାପୀ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ରୀତିକାନ୍ତି ସହ ୧୦୮ କଳସଯାତ୍ରାରେ ହଜାରେ ହଜାରେ ଶ୍ରଦ୍ଧାଳୁ ଯୋଗଦେଇଥିଲେ । ପ୍ରଥମ ଦିନରେ ଅଙ୍କୁରାପୋପଣ, ଦୀକ୍ଷା ଗ୍ରହଣ, କଳସ ସ୍ଥାପନା, ଅଗ୍ନି ସ୍ଥାପନା, କୁଠ ସଂସ୍କାର ସ୍ଥାପନା, କୁଠ ସଂସ୍କାର ଯଜ୍ଞ ମଠପରେ ପୂଜାର୍ଚ୍ଚନା, ଦ୍ୱିତୀୟ ଦିନରେ ସ୍ତମ୍ଭପୂଜା, ବନଜାଗ, ଇନ୍ଦ୍ରଇଦ୍ରାଣୀପୁଜା, ଦୀକ୍ଷା ଗ୍ରହଣ ରତ୍ନମୁଦ, ସୂର୍ଯ୍ୟପୂଜା, କାରୁଶାଳା, ନ୍ୟାସ ହୋମ ଶେଷ ଦିନରେ ସୂର୍ଯ୍ୟପୂଜା, ଷୋଡଶ ଉପଚାର ପୂଜା, ଗୋ ପୂଜା, ଦେବତା ପ୍ରବେଶ, ମହାଧୱକ ଉତ୍ତୋଳନ, ରତ୍ନମୁଦ ପୂଜା, ପାର୍ଶ୍ୱ ଦେବତା ସ୍ଥାପନ, ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା ସହ ପୂର୍ଣ୍ଣାହୂତି, ଗାଁ ବନ୍ଧନ, ପୁଷ୍ପଞ୍ଜଳି ଆଦି ବିଧିବଦ୍ଧ ଭାବେ ଅନୁଷ୍ଠିତ କରାଯାଇଥିଲା । ଏଥିସହ ସମସ୍ତ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ସମସ୍ତ ଶ୍ରଦ୍ଧାଳୁ ଭକ୍ତଗଣ ମାନଙ୍କ ସହଯୋଗରେ ଏହି ମନ୍ଦିର ନିର୍ମାଣ କରାଯାଇଥିବା ବେଳେ ଗ୍ରାମ ସହ ସାରା ଜିଲ୍ଲାରେ ବାଧାବିଘ୍ନ ସମୟରେ ମାଁ ମଝିଘରିୟାଣୀ ମାଁ ସାହା ହୋଇଥାନ୍ତି ବୋଲି ମନ୍ଦିର ପରିଚାଳନା କମିଟିର ସଭାପତି ଯୋଗେଶ୍ଵର ଦାସ ପ୍ରକାଶ କରିଛନ୍ତି । ପୂଜାବିଧି କାର୍ଯ୍ୟକ୍ରମ ପୂଜକ ରାମଚନ୍ଦ୍ର ଦାଶ ଏବଂ ସନ୍ତୋଷ କୁମାର ଦାଶଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଉକ୍ତ କାର୍ଯ୍ୟକ୍ରମରେ ସ୍ଵାମୀ ଯୋଗିଶ୍ରୀ ଚୈତନ୍ୟ ରାମଜୀ ଉପସ୍ଥିତ ରହି ମାର୍ଗ ଦର୍ଶନ କରିଥିଲେ । ଏହି ଅବସରରେ ଗ୍ରାମକୁ ରଂଗୀନ ଆଲୋକରେ ସଜାଇବା ସହ ନାମ ସଂକୀର୍ତ୍ତନର ଆୟୋଜନ କରାଯାଇଥିଲା । ଉକ୍ତ ଉତ୍ସବରେ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଗଣ ଯୋଗ ଦେଇ ପ୍ରତ୍ୟେକ ଦିନ ହୋଇଥିବା ନାଚ ଗୀତ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ‌। ମନ୍ଦିର କମିଟି ସଭାପତି ଯୋଗେଶ୍ଵର ଦାସ, ସମ୍ପାଦକ କେ ରାମ ବାବୁ, ଏମ ଗୈାରୀ ଶଙ୍କର, ମୁକୁନ୍ଦ ପିଡିକାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ପ୍ରତିଷ୍ଠା ଉତ୍ସବକୁ ଗଣେଶ କୁମାର ସାହୁ, ଏସ ଲୋକନାଥ , ବିଜୟ କୁମାର ଚୌଧୁରୀ, ଗୁଡାଲା ସାଇ କୁମାର, ମାଝୀ ତାଡିଙ୍ଗି, ମେଲାକା ପରମେଶ, ମେଲେକା ଡିଗ୍ରୀ, ରାଜା ରାଓ ମେଲେକା, ପୂଜା କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.