ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡିର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ‘ମୋ ଲେଖା ମୋ ଦୁନିଆ’ ପକ୍ଷରୁ ଆଭାସୀ ମାଧ୍ୟମରେ ମାସିକ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଚନ୍ଦ୍ରକାନ୍ତ ବିଶ୍ୱାଳଙ୍କ ଜନ୍ମଦିନ ଅବସରରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଲିମ୍ପିଆନ ଦୂତୀ ଚାନ୍ଦ ଓ ଅଭିନେତା ଆକାଶ ଦାସ ନାୟକ ଯୋଗଦେଇ ପ୍ରଥମେ ବାଲେଶ୍ୱର ଠାରେ ହୋଇଥିବା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପୂର୍ବକ ଶୋକ ପ୍ରକାଶ କରିଥିଲେ । ଏଥିରେ ଭଗନେଇ ଥିବା ସମସ୍ତ କବି ଓ କବୟିତ୍ରୀଙ୍କୁ ଉତ୍ସାହିତ କରି ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ନିମନ୍ତେ ମୋ ଲେଖା ମୋ ଦୁନିଆର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହି ଅନୁଷ୍ଠାନର ଉନ୍ନତି କାମନା କରିଥିଲେ । ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଡ଼. ଭବାନୀ ଶଙ୍କର ନିଆଲ, ସନାତନ ମହାକୁଡ଼, ଭାରତୀ ରଥ, ମନ୍ମଥ ସ୍ବାଇଁ, ରାଜକିଶୋର ମୁଣ୍ଡି, ନଗେନ୍ଦ୍ର କୁମାର ରାଉତ ସମେତ ଖୁସିରାମ ସାହୁ ଶ୍ରୀଯୁକ୍ତ ବିଶ୍ୱାଳଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଥିଲେ । ଏଥିରେ କଟକର ବିଜୟ ସ୍ବାଇଁ, ଭୁବନେଶ୍ୱରର ରୀତା ଅପରାଜିତା ମହାନ୍ତି, କୋରାପୁଟର ତ୍ରିନାଥ ପଟ୍ଟନାୟକ, କେନ୍ଦ୍ରାପଡ଼ାର ଗୋବିନ୍ଦ ବେହେରା, ଗଞ୍ଜାମର ରାମ ଚନ୍ଦ୍ର ପ୍ରଧାନ, ପ୍ରତାପ ଚନ୍ଦ୍ର ମିଶ୍ର, ନୟାଗଡ଼ର ଅଶୋକ କୁମାର ନାୟକ, ଭଦ୍ରକର ବେଣୁଧର ବେହେରା, କଳାହାଣ୍ଡିର ବିନୟ ନାଏକ ଆଦି ପ୍ରମୁଖ କବି ଓ କବୟତ୍ରୀ ‘ଦେଶର ସିପାହୀ’ ପ୍ରସଙ୍ଗରେ ନିଜ ନିଜ କବିତା ପାଠ କରିଥିଲେ । ଶେଷରେ ପ୍ରତିଷ୍ଠାତା ଖୁସିରାମ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।