ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ଥାନା ଅନ୍ତର୍ଗତ ବାରବନ୍ଧା ଗ୍ରାମ ପଂଚାୟତର ଗୁମୁ(ଚୋଚୋବାହାଲି) ଗାଁ ନିକଟରେ ଥିବା ଅଏଁଲା ଡ଼ୁଙ୍ଗୁରୀ ଜଙ୍ଗଲରୁ ଗଳିତ ଶବ ଉଦ୍ଧାର ହେଇଛି । ତେବେ ଶବଟି ପ୍ରାୟ ଦୁଇ ତିନି ଦିନ ତଳର ହେଇଥିବା ବେଳେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ । ଜଙ୍ଗଲରେ ଏକ ଗଛ ତଳେ ଶୋଇଥବା ଅବସ୍ଥାରେ ଶବ ରହିଥିବାବେଳେ ଆନୁମାନିକ ବୟସ ପ୍ରାୟ ପଚାଶ ହେବ ବୋଲି ଜଣାପଡ଼ିଛି । ମ.ରାମପୁର ପୁଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ଶବ ବ୍ୟବଚ୍ଛେଦ୍ଦ ପାଇଁ ମ.ରାମପୁର ଡ଼ାକ୍ତରଖାନାକୁ ଆଣିଥିବା ଜଣାଯାଇଛି । ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ପ୍ରାଥମିକ ତଦନ୍ତ ଜାରୀ ରଖିଥିବା ସୂଚନା ମିଳିଛି ।