“ଦୃଷ୍ଟିବିସ୍ତାର ୭ x ୧” ଚିତ୍ରକଳା ପ୍ରଦର୍ଶନୀ ଉଦ୍ଯାପିତ

ବାହାନଗା ଦୁର୍ଘଟଣାରେ ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ବାଲେଶ୍ୱର ସ୍ଥିତ ଓଡିଶା ଲଳିତକଳା ଏକାଡେମୀର ଆଞ୍ଚଳିକ ଆର୍ଟ ଗ୍ୟାଲେରୀରେ “ଦୃଷ୍ଟିବିସ୍ତାର ୭ x ୧” ନାମକ ଚିତ୍ରକଳା ପ୍ରଦର୍ଶନୀର ଶେଷ ଦିନରେ ବହୁ ଦର୍ଶକ ଉପସ୍ଥିତ ହୋଇ ପ୍ରଦର୍ଶନୀକୁ ଉପଭୋଗ କରିଥିଲେ ।

Omkar Vasthu
Omkar Vasthu


ସନ୍ଧ୍ୟା ୭ଟା ୩୦ ମିନିଟରେ ଚିତ୍ରଶିଳ୍ପୀମାନେ ବାହାନଗା ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକ ମାନଙ୍କ ଆତ୍ମାର ସଦ୍ଗତି ନିମନ୍ତେ ଚିତ୍ରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନକରିବା ସହିତ କେଣ୍ଡେଲ ଜଳାଇ ନିରବ ପ୍ରାର୍ଥନା କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ଥିବା ଚିତ୍ର ଶିଳ୍ପୀମାନେ ହେଲେ ଆର୍ଟ ଗେଲେରୀର ପରିଚାଳନା ଦାୟିତ୍ୱରେ ଥିବା ମରୁତ କୁମାର ରାଉତ, କେଶୁ ଦାସ, ଆକାଶ ଶ୍ରୀଚନ୍ଦନ ରାମ, ଅର୍ଚନା ଜେନା, ଆର୍ଯ୍ୟପ୍ରଜ୍ଞା ବାସବଦତ୍ତା, ମାନସ ଦାସ, ପ୍ରଦୀପ୍ତ କିଶୋର ଦାସ ଓ ରଘୁନାଥ ଜେନା ।

ଶେଷରେ ପ୍ରଦୀପ୍ତ କିଶୋର ଦାସ ପ୍ରଦର୍ଶନୀର ସଫଳତା ପାଇଁ ବାଲେଶ୍ୱରର ସମସ୍ତ ଦର୍ଶକ, କଳା ପ୍ରଶଂସକ, ସୃଜନଶୀଳ ବ୍ୟକ୍ତି, ଅତିଥିଗଣ, ପ୍ରତିଭାଗୀ ଚିତ୍ରଶିଳ୍ପୀ ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.