ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣୀ ରାଉତ): ଗୋଳମୁଣ୍ଡା ବ୍ଲକର ଚଞ୍ଚରାମୁଣ୍ଡା ଠାରୁ ମୁକୁନ୍ଦପୁର ଓ ରେଙ୍ଗସାପାଳି ଠାରୁ ଲତାବନ୍ଦ ଏବଂ ଝୁଲେନବର ପତିଆଲପଡା ଠାରୁ ମୁଖୀଗୁଡା ଏହି ତିନୋଟି ରାସ୍ତା ଅତି ନିମ୍ନମାନର ହୋଇଛି ବୋଲି ଅଭିଯୋଗ ଆଣି ଧର୍ମଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛି ଯୁବ କଂଗ୍ରେସ । କଳାହାଣ୍ଡି ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜଙ୍କ ନେତୃତ୍ୱରେ ହୋଇଥିବା ଏହି ଗଣଧାରଣାରେ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ଡାକେ ଲହଜଳ, ପିସିସି ସମ୍ପାଦକ ଦିଗାମ୍ଵର ଦୁରିଆ, ସୁରେଶ ଭଇସାଲ, ଜିଲ୍ଲା ସମ୍ପାଦକ ସନ୍ତୋଷ ପାଢି, ଓବିସି ନେତା ରତନ ନାଏକ, ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ଅନୀଲ ମଲ୍ଲିକ, ଧର୍ମଗଡ଼ ବ୍ଲକ ସଭାପତି ଗୁଣ ଶବର, ଗୋଳମୁଣ୍ଡା ସଭାପତି ଲମ୍ବୁ ଜାଲ, ଧର୍ମଗଡ଼ ଏନଏସି ସଭାପତି ଗୋଲୁ ନାଏକ, ଛାତ୍ର ସଭାପତି ଓମକାର ଦୀପ, ଦେବରାଜ ଭାଟି, ଲଖମଣ ବେମାଲ, ଶିବଶଙ୍କର ନାଏକ, ଗଜାନନ ସୁନାନୀ, ଶରତ ସୁନାନୀ, ପୂର୍ଣ୍ଣ ସେଠିଆ, ନିରାକାର ଚନ୍ଦନ, ମୁକେଶ ଜଗତ, ଅନନ୍ତ ବଗର୍ତ୍ତି, ଗୁପ୍ତେସ୍ୱର ଜାଲ, ଯାଦବ ଗୋପାଳ ଶ୍ୟାମସୁନ୍ଦର ନାଏକ, ନାରୀ ନେତ୍ରୀ ପୁନମ ଗୁପ୍ତା, ରୀନା ଭୋଇ, ସୋନୁ ଶ୍ରୀବାସ୍ତବ ପ୍ରମୁଖ ଉପସ୍ଥିତ ଥିଲେ । ଜୁନାଗଡ଼ ବ୍ଲକ ଓ ଗୋଳାମୁଣ୍ଡା ବ୍ଲକରେ ଆରଡି କର୍ମଚାରୀ ମାନେ ରହିବେ ବୋଲି ଧର୍ମଗଡ଼ ଉପ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବାରୁ ଧାରଣା ପ୍ରତ୍ୟାହୃତ ହୋଇଥିବା ଜଣାପଡିଛି ।