ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଶ୍ରୀ ଗୋପାଳଜୀ ଯୋଗାଳୟ ପରିଦର୍ଶନ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ସନ୍ଧ୍ୟାରେ ସୋନପୁରର ଶ୍ରୀ ଗୋପାଳଜୀ ତଡିତ ମନ୍ତ୍ର ଶ୍ୱାସ ଯୋଗାଳୟ ପରିଦର୍ଶନ କରିଥିଲେ l ମନ୍ତ୍ରୀ ଶ୍ରୀ ପୂଜାରୀଙ୍କୁ ଯୋଗାଳୟ ମୁଖ୍ୟ ଫାଟକରୁ ଅନୁଷ୍ଠାନର କର୍ମକର୍ତ୍ତା ସ୍ୱାଗତ କରି ପାଛୋଟି ନେଇଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସଭାପତି ହରିହର ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଶ୍ରୀ ପୂଜାରୀ ଯୋଗ ଦେଇ ଅନୁଷ୍ଠାନ ବାତାବରଣ ପରିବେଶ ଓ ସଭ୍ୟଙ୍କ ଉତ୍ସର୍ଗକୁ ଖୁବ ପ୍ରଶଂସା କରି ନିଜ ଉଦ୍ୟମ ରେ ଏଭଳି ଏକ ସୁନ୍ଦର ଓ ଭବ୍ୟ ଅନୁଷ୍ଠାନ ନିର୍ମାଣ ମୁଁ ପ୍ରଥମ ଥର ଦେଖି ଆଶ୍ଚର୍ଯ୍ୟ ହୋଇଛି ବୋଲି କହିଥିଲେ l ଏବଂ ଆଗାମୀ ଦିନରେ ମୁଁ ଅନୁଷ୍ଠାନ ରେ ସାମିଲ ହୋଇ ଯୋଗାଭ୍ୟାସ କରିବି ବୋଲି କହି ସୋନପୁର ସହର କୁ ମୁଁ ଖୁବ ନିକଟରୁ ଦେଖିଛି ବୋଲି କହିଥିଲେ l ଏ ଅନୁଷ୍ଠାନର ରାସ୍ତା ଓ ଯୋଗ ପ୍ରଶିକ୍ଷଣ ହଲ କୁ ଖୁବ ଶୀଘ୍ର ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ l

Udyog Nursery
Udyogi Nursery

ଶିକ୍ଷାବିଦ ପ୍ରଦୀପ ପୁରୋହିତ ଅତିଥି ଆମନ୍ତ୍ରଣ କରି ସ୍ୱାଗତ ଭାଷଣ ଦେଇଥିବା ବେଳେ ଭାରତ ସରକାର ଙ୍କ ପ୍ରଚେଷ୍ଟା ରେ ଯୋଗ ଉପରେ ଜାତି ସଂଘ ରେ ମାନ୍ୟତା ମିଳିବା ପରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରୁଛି ତେଣୁ ଆପଣଙ୍କ ସ୍ୱାସ୍ଥ୍ୟ ଭଳି ଗୁରୁତ୍ୱ ପୂର୍ଣ୍ଣ ବିଭାଗ ପକ୍ଷରୁ ଏ ଯୋଗ ପୀଠ ର ବହୁ ବିକାଶ ଆଶା କରୁଛି ବୋଲି କହିଥିଲେ l ଅନୁଷ୍ଠାନ ର ଅଧ୍ୟକ୍ଷ୍ୟ ସନ୍ତୋଷ ପାଢ଼ୀ, ସମ୍ପାଦକ ଆର୍ତ୍ତତ୍ରାଣ ବାବୁ, ସହ ସମ୍ପାଦକ ଜ୍ୟୋତି ରଞ୍ଜନ ପଟ୍ଟନାୟକ ମଞ୍ଚlସିନ ରହି ଅନୁଷ୍ଠାନ ର ବିବରଣୀ ପାଠ କରି ବିଭିନ୍ନ ଦାବି ଉପସ୍ଥାପନା କରିଥିଲେ l ଅନୁଷ୍ଠାନ ର ଶୁଭେଛୁ ଶ୍ରୀବତ୍ସ ମଲ୍ଲିକ ଓ ସଂଯୋଜକ ନିରଞ୍ଜନ ତ୍ରିପାଠୀଙ୍କ ଦ୍ୱାରା ଫୁଲତୋଡ଼ା ଓ ଉପ ଢୌକନ ପ୍ରଦାନ ପୂର୍ବକ ମନ୍ତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା l ଶେଷରେ ଜ୍ୟୋତି ରଞ୍ଜନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ l ଏଠାରେ ଅନୁଷ୍ଠାନ ର ସମସ୍ତ ସଭ୍ୟ ଓ ସହରର ବହୁ ବରିଷ୍ଠ ନାଗରିକ ବୁଦ୍ଧିଜୀବୀ ଯୋଗ ଦେଇଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.