ଡ୍ରାଇଭର ମାନଙ୍କ ଦାବି ପୂରଣ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଡ୍ରାଇଭର ମାନଙ୍କୁ ରଜ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯେଉଁ ଦାବି ନେଇ ଡ୍ରାଇଭରମାନେ ଆନ୍ଦୋଳନ କରୁଥିଲେ, ତାହାକୁ ସରକାର ପୂରଣ କରିଛନ୍ତି। ଗତ ମାର୍ଚ୍ଚ ମାସ ଡ୍ରାଇଭର ଏକତା ମହାମଞ୍ଚ ୧୦ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲା। ଡ୍ରାଇଭରଙ୍କ ଦାବିକୁ ଅନୁଧ୍ୟାନ କରି ଓଡ଼ିଶା ମୋଟର ଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ଯୋଜନା ୨୦୨୩ ଏବଂ କଲ୍ୟାଣ ବୋର୍ଡ ଗଠନକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ପ୍ରଦାନ କରିଛନ୍ତି।

Omkar Vasthu
Omkar Vasthu

ସେଗୁଡିକ ମଧ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁ କ୍ଷେତ୍ରରେ ମୋଟର ଯାନ ଡ୍ରାଇଭର, କର୍ମଚାରୀଙ୍କ ନିକଟତମ ଆତ୍ମୀୟ ପାଇବେ ୪ଲକ୍ଷ ଟଙ୍କା । ମୋଟର ଯାନ ଡ୍ରାଇଭର ଓ ଅନ୍ୟାନ୍ୟ କର୍ମଚାରୀ ମାନଙ୍କର ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନା କାର୍ଯ୍ୟକାରୀ କରିବାପାଇଁ ରାଜ୍ୟ ସରକାରଙ୍କ ତରଫରୁ ବୋର୍ଡକୁ ପ୍ରାରମ୍ଭିକ ଭାବେ ଅନୁଦାନ ପ୍ରଦାନ କରାଯିବ। ପରବର୍ତ୍ତୀ ସମୟରେ, ବୋର୍ଡ, ପଞ୍ଜୀକରଣ ଶୁଳ୍କ ସଂଗ୍ରହ, ଯାନ ମାଲିକଙ୍କ ଅବଦାନ ଏବଂ ଅନ୍ୟାନ୍ୟ ଉତ୍ସରୁ ପାଣ୍ଠି ସଂଗ୍ରହ କରି ଏହି ଯୋଜନାକୁ ପ୍ରାରମ୍ଭରେ ପରିବହନ ଡ୍ରାଇଭର ଓ ଅନ୍ୟାନ୍ୟ କର୍ମଚାରୀଙ୍କ ପାଇଁ ଏହି ସବୁ ସୁବିଧାର ପ୍ରାବଧାନ କରାଯାଇଛି।

Pearl dental clinic
Near Ashish Medical Store, Bhawanipatna

ମୃତ୍ୟୁ କ୍ଷେତ୍ରରେ, ମୃତ ଡ୍ରାଇଭର/ କର୍ମଚାରୀଙ୍କ ପରିବାର ଲୋକଙ୍କୁ ୪ ଲକ୍ଷ ଟଙ୍କା (୪,୦୦,୦୦୦/-) ପ୍ରଦାନ କରାଯିବ ।
ଅତି ଗଭୀର ଆଘାତ କ୍ଷେତ୍ରରେ ୮୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବ । ସ୍ଥାୟୀ ଅକ୍ଷମତା ମାମଲାରେ ମୋଟର ପରିବହନ ଡ୍ରାଇଭର କିମ୍ବା କର୍ମଚାରୀଙ୍କୁ ୧ଲକ୍ଷ ପଚାଶ ହଜାର ଟଙ୍କା (୧,୫୦,୦୦୦/ -) ପ୍ରଦାନ କରାଯିବ । ସାଧାରଣ ମୃତ୍ୟୁ ମାମଲାରେ ପରିବାର ଲୋକଙ୍କୁ ୨ ଲକ୍ଷ ଟଙ୍କା (୨,୦୦,୦୦୦/-) ପ୍ରଦାନ କରାଯିବ । ଏହା ବ୍ୟତୀତ, ସେମାନଙ୍କୁ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା, ମଧୁ ବାବୁ ପେନସନ୍ ଯୋଜନା ଆଦିରେ ସେମାନଙ୍କ ଯୋଗ୍ୟତା ଅନୁଯାୟୀ ଅନ୍ତର୍ଭୁକ୍ତ କରାଯିବ । ଏହି ଯୋଜନା କାର୍ଯ୍ୟକାରୀ ହେବାଦ୍ବାରା ୫ ଲକ୍ଷରୁ ଉର୍ଦ୍ଧ୍ୱ ମୋଟର ଯାନ ଡ୍ରାଇଭର ଓ କର୍ମଚାରୀ ଉପକୃତ ହେବେ । ଏଥି ନିମନ୍ତେ ଗଠିତ ହେବାକୁ ଥିବା କଲ୍ୟାଣ ବୋର୍ଡରେ ସରକାରୀ ସଦସ୍ୟଙ୍କ ସହିତ ମୋଟର ପରିବହନ ଡ୍ରାଇଭର, କର୍ମଚାରୀ ମାନଙ୍କର ପ୍ରତିନିଧି ମଧ୍ୟ ସଦସ୍ୟ ରହିବେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.