ଚାଲିଛି ଦଲାଲ୍ ରାଜ୍: ତୁନଗାଁ ମଣ୍ଡିରୁ ଉଠୁନି ଚାଷୀଙ୍କ ଧାନ 

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ସପ୍ତାହେରୁ ଉର୍ଦ୍ଧ୍ବ ହେବ ରବି ଋତୁ ଧାନ ବିକ୍ରୟ ନେଇ ମଣ୍ଡିରେ ପଡିରହିଛି ଚାଷୀଙ୍କ କୁଇଣ୍ଟାଲ କୁଇଣ୍ଟାଲ ଧାନ। ପ୍ୟାକ୍ସ କର୍ମଚାରୀ କହୁଛନ୍ତି ଆଜି କାଲି ଭିତରେ ଉଠିଯିବ। ଏପଟେ କିଛି ଦିନ ହେବ ମଣ୍ଡି ଅଚଳ ହୋଇପଡିଛି। ତେବେ ମଣ୍ଡିକୁ ଧାନ ଆଣି ନଥିବା ଦଲାଲଙ୍କ ଘରୁ କେମିତି ପ୍ୟାକ୍ସ କର୍ମଚାରୀ ଧାନ ଉଠାଣ କରୁଛନ୍ତି ବୋଲି କୋକସରା ବ୍ଲକ କାଶିବାହାଲ ପ୍ୟାକ୍ସ ଅଧିନରେ ଥିବା ତୁନଗାଁ ଧାନ ମଣ୍ଡିରେ ବିକ୍ରୀ ପାଇଁ ଆସିଥିବା ଚାଷୀମାନେ ଅଭିଯୋଗ ଉଠାଇଛନ୍ତି। ଏହି ମଣ୍ଡିରେ ଆରମ୍ଭରୁ ଠିକ୍ ଠାକ୍ ଧାନ କ୍ରୟ କରାଯାଉଥିଲା, ଏବେ ପ୍ରାୟ ୩ ଦିନ ହେବ କୌଣସି ଚାଷୀଙ୍କ ମୁଠାଏ ମଧ୍ୟ ଧାନ ଉଠାଣ ହୋଇନାହିଁ। ଫଳରେ ଚାଷୀଙ୍କ ପ୍ରାୟ ୨ ହଜାର କୁଇଣ୍ଟାଲରୁ ଉର୍ଦ୍ଧ୍ବ ଧାନ ମଣ୍ଡିରେ ପଡିରହି ଅଚଳାବସ୍ଥା ଦେଖାଦେଇଛି। ଅନେକ ଚାଷୀଙ୍କ ଟୋକନ ୨୨ ରୁ ୩୦ ତାରିଖରେ ରହିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମଣ୍ଡିରେ ଧାନ ଆଣି ବିକ୍ରୀ କରି ପାରିନଥିବା ପ୍ରକାଶ କରିଛନ୍ତି। ଅଚ୍ୟୁତ ସତନାମୀ ନାମକ ଜଣେ ଚାଷୀ ନିଜର ୧୩୦ କୁଇଣ୍ଟାଲ ଧାନ ଗତ ୨୨ ତାରିଖରେ ବିକ୍ରୀ କରିବା ପାଇଁ ଟୋକନ ପାଇଥିଲେ। ଏବଂ ବିକ୍ରି ନିମନ୍ତେ ଠିକ୍ ସମୟରେ ମଣ୍ଡିରେ ଧାନ ଆଣି ଗଦା କରିଛନ୍ତି। ହେଲେ ତାଙ୍କର ଧାନ ଆଜି ପର୍ଯ୍ୟନ୍ତ ଉଠାଣ ହୋଇନାହିଁ। ପ୍ୟାକ୍ସ କର୍ମଚାରୀ ମାନଙ୍କୁ କହିଲେ ଆଜି କାଲି କହି ଦିନ ପରେ ଦିନ ଗଡ଼ାଇ ଦେଉଥିବା ବେଳେ ଅଳ୍ପ ଦିନ ପରେ ବିବାହ କାର୍ଯ୍ୟ ରହିଥିବାରୁ ଧାନ ବିକ୍ରି କଲେ ଜିନିଷ କିଣା କିଣି କରିଥାନ୍ତି ବୋଲି ଚାଷୀ ଜଣକ କହିଛନ୍ତି। ସହିପରି ଅନ୍ୟ ଜଣେ ଚାଷୀ ଭଗବାନ ସତନାମୀ ୨୯ ତାରିଖରେ ଟୋକନ ପାଇଥିବାବେଳେ ମଣ୍ଡିକୁ ଧାନ ଆଣି ପାଖାପାଖି ୧୩ ଦିନ ବିତିଗଲାଣି ହେଲେ ଧାନ ଉଠାଣ ହୋଇପିରିନାହିଁ। ଆଗକୁ ତାଙ୍କ ଝିଅ ବିବାହ ଥିବାରୁ ଧାନ ବିକ୍ରି କଲେ ବିବାହ କାର୍ଯ୍ୟରେ ଖର୍ଚ୍ଚ କରିବେ ବୋଲି କହିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେହିପରି ଚାଷୀ ଷଷ୍ଠୀ ସତନାମୀ, ଅଭି ନାଏକ, ଭାଗିରଥୀ ସତନାମୀ, ଦୁର୍ଯ୍ୟୋଧନ ସତନାମୀ, ସୁଧୀର ଶବର, ଆନନ୍ଦ ନାଏକ, ଡମ୍ବରୁଧର ରାଉତ, ରମେଶ ସତନାମୀ, ବିଶେଶ୍ୱର ଶବର, ଭୁବନେଶ୍ୱର ଶବର ସମେତ ଅନେକ ଚାଷୀଙ୍କ ଟୋକନ ୨୨ ରୁ ୩୦ ତାରିଖରେ ରହିଥିଲା। ହେଲେ ଆଜି ପର୍ଯ୍ୟନ୍ତ ମଣ୍ଡିରୁ ଏମାନଙ୍କ ଧାନ ଉଠାଣ ନହୋଇ ପଡ଼ିରହିଛି। ଅନ୍ୟପଟେ ଧାନ ଉଠାଣ କେବେ ହେବ ସେନେଇ ଟାଣଖରାରେ ଚାଷୀ ଘରୁ ଯା’ ଆସ କରି ବିକଳ ହେଉଥିବା ବେଳେ ଏମାନଙ୍କ ମଧ୍ୟରେ ଧାନ ବିକ୍ରୟ କଲେ କିଏ ବ୍ୟାଙ୍କ ଋଣ ପରିଶୋଧ କରିବତ ଆଉ କିଏ ଉଚ୍ଚ ଶିକ୍ଷା ପାଇଁ ନିଜ ପୁଅ ଝିଅର ନାମ ଲେଖାଇବ, ଏମିତି କି ରବି ଚାଷ ପାଇଁ ଆଣିଥିବା ଖତ ସାର୍ ଟଙ୍କା ମହାଜନ କୁ ସୁଝିବା ସହିତ ଆଗକୁ ଖରିଫ ଚାଷ ପାଇଁ ସଜବାଜ ହେବେ। ତେବେ ଏହି ମଣ୍ଡିରେ କିଛି ଦିନ ହେବ କୌଣସି ଚାଷୀଙ୍କ ଧାନ ଉଠାଣ ହୋଇ ନଥିବା ବେଳେ ପ୍ୟାକ୍ସ ସମ୍ପାଦକ ଓ କିଛି ଏଜେଣ୍ଟ ବେପାରୀ ମାନଙ୍କ ସହିତ ଶଲାସୁତୁରା କରି ସେମନଙ୍କ ଘରୁ ସିଧାସଳଖ ଧାନ ଉଠାଣ କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଶନିବାର ଠାରୁ ଆଜି ପର୍ଯ୍ୟନ୍ତ କୌଣସି ଚାଷୀଙ୍କ ମୁଠାଏ ମଧ୍ୟ ଧାନ ମଣ୍ଡିରୁ ପ୍ୟାକ୍ସ କ୍ରୟ କରି ନାହଁ । ତେବେ ପ୍ୟାକ୍ସ ଧାନ କ୍ରୟ କରିଥିବା ଚାଷୀ ମାନେ କୌଣସି ପ୍ରକାରେ ଜାଣିବାକୁ ପାଇବା ପରେ ଅସନ୍ତୋଷ ପ୍ରକାଶ କରି ଚାଷୀଙ୍କ ଧାନ କେମିତି ପ୍ୟାକ୍ସ କର୍ମଚାରୀ ଉଠାଣ କଲେ, ତାହା ତଦନ୍ତ କଲେ ପ୍ୟାକ୍ସ କର୍ମଚାରୀ ଓ ଦଲାଲ ମାନଙ୍କ ମଧୁ ଚନ୍ଦ୍ରିକା ଆପେ ଆପେ ଧରା ପଡ଼ିଯିବ ବୋଲି ଚାଷୀ ମାନେ ପ୍ରକାଶ କରିଛନ୍ତି। ଏବଂ ଆଗକୁ ଚାଷୀଙ୍କ ଧାନ ସିଘ୍ର ଉଠାଣ କରିବା ସହିତ ମଣ୍ଡିରେ ଦଲାଲ୍ ରାଜ ବନ୍ଦ କରିବା ପାଇଁ ସେମାନେ ଚେତାବନୀ ଦେଇଛନ୍ତି। ନଚେତ ଆଗାମୀ ଦିନରେ ଆନ୍ଦୋଳନର ପନ୍ଥା ଆପଣେଇବାକୁ ବାଧ୍ୟ ହେବୁ ବୋଲି ମଣ୍ଡିରେ ଧାନ ବିକ୍ରୀ ପାଇଁ ଆସିଥିବା ଚାଷୀମାନେ ସୂଚାଇ ଦେଇଛନ୍ତି। ଏନେଇ ପ୍ୟାକ୍ସ ସମ୍ପାଦକ ନିରଞ୍ଜନ ବାଗଙ୍କୁ ପଚାରିବାରୁ ଦୁଇ ଦିନ ମଧ୍ୟରେ ସମସ୍ତ ଧାନ ଉଠାଣ କରାଯିବ ଯେହେତୁ କନ୍ଦାବୁଟୁରା ର ଉପ ମଣ୍ଡି ତୁନ ଗାଁ ଏଣୁ କନ୍ଦାବୁଟୁରାରେ ଉଠାଣ ଚାଲିଛି ବୋଲି କହିଥିଲେ l

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.