ବିପର୍ଯ୍ୟୟ ପାଇଁ ଅନେକ ଗାଁ ବିପଦରେ, କାହିଁକି ଗୁଜରାଟ ଓଡ଼ିଶାଠୁ ଶିଖିବା ଉଚିତ?

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଗୁଜରାଟରେ ବାତ୍ୟା ‘ବିପର୍ଯ୍ୟୟ’ ପାଇଁ ୧୭୦୦ ରୁ ଅଧିକ ଗାଁ, ୭୫ଟି ଉପକୂଳ ସହର ଏବଂ ୪୧ ଟି ବନ୍ଦରର ସ୍ଥିତି ବିପଦରେ ରହିଛି। ଆସନ୍ତାକାଲି ଗୁଜରାଟରେ ଲ୍ୟାଣ୍ଡଫଲ କରିବାର ଅଛି ଏହି ବାତ୍ୟା। ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ୩୫ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଲକ୍ଷାଧିକ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି। କିନ୍ତୁ ଜନସଂଖ୍ୟାର ୨୫ ପ୍ରତିଶତ (୧୦ ନିୟୁତ ଲୋକ) ଏହାର ଉପକୂଳର ବସବାସ କରନ୍ତି। ଦୁଇ ବର୍ଷ ପୂର୍ବେ ଗୁଜୁରାଟରେ ତାଉ-ତେ ବାତ୍ୟା ଆସିଥିଲା। ଏହି ଝଡ ଯୋଗୁଁ ୬୭ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହା ବ୍ୟତୀତ ୮୫୦୦ ରୁ ଅଧିକ ପ୍ରାଣୀ ମଧ୍ୟ ନିହତ ହୋଇଥିଲେ। ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ବିଶେଷଜ୍ଞମାନେ କହିଛନ୍ତି ଯେ ଗୁଜୁରାଟ ଓଡିଶାରୁ ଶିଖିବା ଉଚିତ, ଯେଉଁଠାରେ ସାଧାରଣତ ପ୍ରତିବର୍ଷ ସାଇକ୍ଲୋନନ୍ ଆସିଥାଏ। ଅନ୍ୟ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକ ଅପେକ୍ଷା ଓଡ଼ିଶା ଭଲ ପ୍ରସ୍ତୁତ।ବାତ୍ୟା ସମ୍ବନ୍ଧରେ ଦୁଇ ରାଜ୍ୟକୁ ତୁଳନା କରି ଜି.କେ ଭଟ୍ଟ କହିଛନ୍ତି ଯେ ଓଡିଶାରେ ଅଧିକ ଘୂର୍ଣ୍ଣିବଳୟର ସମ୍ମୁଖୀନ ହେବାର ଅଭିଜ୍ଞତା ରହିଛି। ସେଥିପାଇଁ ଓଡ଼ିଶାରେ ଆବଶ୍ୟକ ଭିତ୍ତିଭୂମି ରହିଛି। ଓଡିଶା ତୁଳନାରେ ଗୁଜୁରାଟରେ ଏହା ସହଜ ନୁହେଁ। ସେ ଆହୁରି କହିଛନ୍ତି ଯେ ଏହା କେବଳ ଭଲ ଭିତ୍ତିଭୂମିର ବିଷୟ ନୁହେଁ । ପ୍ରାୟ ଏକ ଦଶନ୍ଧି ପୂର୍ବରୁ ଗୁଜୁରାଟର ଜରୁରୀକାଳୀନ ଅପରେସନ୍ ସେଣ୍ଟର ପ୍ରତିଷ୍ଠା କରାଯାଇଥିଲା। ବାସ୍ତବରେ ଭଟ୍ଟ ଗୁଜୁରାଟ ହାଜାର୍ଡ ରିସ୍କ ଦଳର ଏକ ଅଂଶ ଥିଲେ। କହିରଖୁଛୁ ଓଡ଼ିଶା ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପଦର ମୁକାବିଲା କରିବାରେ ବିଭିନ୍ନ ସମୟରେ କେନ୍ଦ୍ର ସରକାରଙ୍କଠାରୁ ଅନେକ ଥର ପୁରସ୍କାର ଗ୍ରହଣ କରିଛି। ନିକଟରେ ହୋଇଥିବା ବାହାନଗା ଟ୍ରେନ ଦୁର୍ଘଟଣା ପରେ ଆହତଙ୍କୁ ଯେଉଁଭଳି ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ତାକୁ ପ୍ରଧାନମନ୍ତ୍ରୀ ଟ୍ବିଟ୍ କରି ପ୍ରଶଂସା କରିଥିଲେ। ଏଥି ସହିତ ନନ୍ ପ୍ରଫିଟ କ୍ଲାଇମେଟ୍ ରେଜିଲିଆଣ୍ଟ ଅବଜରଭିଂ ସିଷ୍ଟମର ସଞ୍ଜୟ ଶ୍ରୀବାସ୍ତବ କହିଛନ୍ତି ଯେ ଗୁଜୁରାଟକୁ ଏହାର ପ୍ରଯୁକ୍ତିବିଦ୍ୟାକୁ ଆହୁରି ବିକଶିତ କରିବାକୁ ପଡ଼ିବ। ଏହି ସମୟରେ ସେ ଅନେକ ଜିନିଷ ବିଷୟରେ ଉଲ୍ଲେଖ କରିଥିଲେ ଯେପରିକି ପ୍ରାରମ୍ଭିକ ଚେତାବନୀ, ବହୁ ପୂର୍ବରୁ ସୂଚନା ପ୍ରକ୍ରିୟାକରଣ ଇତ୍ୟାଦି। ସେ କହିଛନ୍ତି ଗୁଜୁରାଟରେ ବୈଷୟିକ ବିଶେଷଜ୍ଞଙ୍କ ଅଭାବ ରହିଛି। ସଞ୍ଜୟ ଶ୍ରୀବାସ୍ତବ ଆହୁରି ସୂଚନା ଦେଇଛନ୍ତି ଯେ ଉପକୂଳବର୍ତ୍ତୀ ଅଞ୍ଚଳରେ ୪୭୦ କିଲୋମିଟରରେ ୨୦୦ ଟି ବହୁମୁଖୀ ସାଇକ୍ଲୋଥନ୍ ଆଶ୍ରୟସ୍ଥଳ ରହିଛି। ଏହି ଆଶ୍ରୟସ୍ଥଳୀଗୁଡ଼ିକରେ ସୁରକ୍ଷିତ ଜଳ, ପ୍ରାଥମିକ ଚିକିତ୍ସା, ଖାଦ୍ୟ ଶସ୍ୟ ଭଳି ସମସ୍ତ ସୁବିଧା ଅଛି। ଅନ୍ୟପକ୍ଷରେ, ଗୁଜୁରାଟର ୧୬୦୦ କିଲୋମିଟର ଲମ୍ବା ଉପକୂଳବର୍ତ୍ତୀ ଅଞ୍ଚଳରେ କେବଳ ୭୬ ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ଅଛି। ଯେଉଁଗୁଡିକ ବହୁ ବର୍ଷ ପୁରୁଣା । ଏହି ଆଶ୍ରୟସ୍ଥଳଗୁଡିକର ବ୍ୟବହାର କମ୍ ହୁଏ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.