ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ରଜାମୁଣ୍ଡା ଗ୍ରାମରୁ ଏକ ବିରଳ ପ୍ରାଚୀନ କଳା କୃତି ଉଦ୍ଧାର ହେଇଛି। ପ୍ରାପ୍ତ ସୂଚନା ମୁତାବକ ଆଜି ରବିବାର ଉକ୍ତ ଗ୍ରାମର ଚାଷୀ ବରୁଣ ସାହୁ ନିଜ ଜମିରେ ହଳ କରୁଥିବା ସମୟରେ ଏହି ପ୍ରସ୍ତର ନିର୍ମିତ କଳାକୃତି ବାହାର ହୋଇଥିଲା । ଖବର ପ୍ରଚାର ହେବା ପରେ ଏବେ ସେଠାରେ ଲୋକଙ୍କ ଭିଡ଼ ବଢ଼ିବାରେ ଲାଗିଛି । ଗ୍ରାମର ସମାଜସେବୀ କୀର୍ତ୍ତନ ସାହୁ, ସତ୍ୟ ନାରାୟଣ ସାହୁ, ଈଶ୍ୱର ସାହୁ, ବ୍ରହ୍ମା ସାହୁ, ଶ୍ରୀକର ସାହୁ ଉକ୍ତ ଜମିରେ ଉପସ୍ଥିତ ରହି ବିଭିନ୍ନ ବିଭାଗକୁ ଖବର ଦେଇଥିବା ଜଣା ଯାଇଛି। ତେବେ ଏହି ବିରଳ ପ୍ରାଚୀନ ପ୍ରସ୍ତର ନିର୍ମିତ କଳାକୃତି ଗବେଷଣାର ଆବଶ୍ୟକତା ରଖେ ବୋଲି ବୁଦ୍ଧିଜୀବି ମହଲରୁ ମତ ପ୍ରକାଶ ପାଇଛି ।






