ଖୁବଶୀଘ୍ର ଆରମ୍ଭ ହେବ ଚିପ୍‌ ସକ୍ଷମ ଇ-ପାସପୋର୍ଟ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଇ-ପାସପୋର୍ଟ ପାଇଁ ଆଉ କରିବାକୁ ପଡିବନି ଅପେକ୍ଷା। କାରଣ ଦେଶରେ ଶୀଘ୍ର ପାସପୋର୍ଟ ସେବା କାର୍ଯ୍ୟକ୍ରମ (ପିଏସ୍‌ପି ୨.୦)ର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ଲୋକେ ଚିପ୍ ଯୁକ୍ତ ଏକ ଇ-ପାସପୋର୍ଟ ପାଇବେ ବୋଲି ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଘୋଷଣା କରିଛନ୍ତି। ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଭାରତର ନାଗରିକମାନେ ବର୍ତ୍ତମାନ ନୂତନ ଏବଂ ନବୀକରଣ ହୋଇଥିବା ଇ-ପାସପୋର୍ଟ ପାଇବେ। ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ପାସପୋର୍ଟ ସେବା ଖୁବ୍ ଶୀଘ୍ର ଲୋକଙ୍କୁ ଏକ ନିର୍ଭରଯୋଗ୍ୟ, ସୁଗମ ତଥା ସ୍ୱଚ୍ଛ ଢଙ୍ଗରେ ପାସପୋର୍ଟ ସୁବିଧା ଯୋଗାଇ ଦେବ। ନୂତନ ଚିପ୍ ସହିତ ଉନ୍ନତ ଏବଂ ଅପଗ୍ରେଡ୍ ପାସପୋର୍ଟ ପ୍ରସ୍ତୁତ କରିବା ପାଇଁ ଏଆଇ ବ୍ୟବହୃତ ହେବ। ପାସପୋର୍ଟ ଦିବସରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଇଜ୍ ଆଫ୍ ଲାଇଫ୍ ମନ୍ତ୍ରକୁ ବଢାଇବାରେ ଆମେ ନିରନ୍ତର ସହଯୋଗ କରୁଛୁ। ଆମକୁ ଏହାକୁ ଆଗକୁ ନେବାକୁ ଏବଂ ଡିଜିଟାଲ ଇକୋ ସିଷ୍ଟମରେ ଉନ୍ନତି ଆଣିବାକୁ ପଡିବ। ଇ-ପାସପୋର୍ଟ ଫ୍ୟାସିଲିଟି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସହ ପ୍ରସ୍ତୁତ ହେବ। ଏହି ପାସପୋର୍ଟଗୁଡ଼ିକରେ ଚିପ୍ ସକ୍ଷମ ହେବ। ଏହା ସହିତ ଲୋକମାନେ ସହଜରେ ବିଦେଶ ଯାତ୍ରା କରିବାକୁ ସକ୍ଷମ ହେବେ। ଇ-ପାସୋପର୍ଟରେ ଏଆଇ କୌଶଳର ବ୍ୟବହାର କରିବା ଦ୍ୱାରା ଲୋକଙ୍କ ତଥ୍ୟ ସୁରକ୍ଷିତ ଏବଂ ନିରାପଦ ରହିବ। ଇ-ପାସପୋର୍ଟ ପ୍ରୋଗ୍ରାମ ୨.୦ ଅନୁଯାୟୀ, ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ପାସପୋର୍ଟ ପ୍ରସ୍ତୁତ କରାଯିବ। ଏଥିରେ ସର୍ବଶେଷ ବାୟୋମେଟ୍ରିକ୍ ଟେକ୍ନୋଲୋଜି ମଧ୍ୟ ବ୍ୟବହୃତ ହେବ। ଏଆଇ, ଆଡଭାନ୍ସ ଡାଟା ଏନାଲିସିସ, ଚାଟ୍ ବୋଟ୍, ଲାଙ୍ଗୁଏଜ୍ ପ୍ରିଫରେନ୍ସ ସହିତ କ୍ଲାଉଡ୍ କମ୍ପ୍ୟୁଟିଂର ବ୍ୟବହାର କରି ଏହି ପାସପୋର୍ଟ ପ୍ରସ୍ତୁତ କରାଯିବ। ଏହାଦ୍ୱାରା ପାସପୋର୍ଟ ତିଆରି କରିବାରେ ସହଜ ହେବ ଏବଂ ବ୍ୟବହାରକାରୀଙ୍କ ତଥ୍ୟ ମଧ୍ୟ ସୁରକ୍ଷିତ ରହିବ। ଇ-ପାସପୋର୍ଟର ସଫ୍ଟୱେର୍ ଆଇଆଇଟି କାନପୁର ଏବଂ ଏନଆଇସି ଦ୍ୱାରା ବିକଶିତ ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.