ବେନଗାଁ ପିଇଓଙ୍କ ଦବଙ୍ଗଗିରି !

ବାକି ଥିବା ଭତ୍ତା ଟଙ୍କା କହିଲେ ବୃଦ୍ଧାଙ୍କୁ ନାଲି ଆଖି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ):  ଲାଞ୍ଜିଗଡ ବ୍ଲକର ଆଦିବାସୀ ଅଧ୍ୟୁଷିତ ବେନଗାଁ ଗ୍ରାମ ପଞ୍ଚାୟତର ବୃଦ୍ଧ, ବୃଦ୍ଧା, ବିଧବା ଓ ଦିବ୍ୟାଙ୍ଗ ହିତାଧିକାରୀମାନେ ଆଗରୁ ସମସ୍ତେ ନିୟମିତ ଭାବରେ ପ୍ରତ୍ୟେକ ମାସରେ ଭତ୍ତା ଟଙ୍କା ପାଉଥିଲେ ହେଲେ ନିଜ ନିଜ ପାସ ବହିରେ ଭତ୍ତା ଟଙ୍କା ପଡିବା ଦିନଠାରୁ ବର୍ତ୍ତମାନ ଶତାଧିକ ବୃଦ୍ଧ ବୃଦ୍ଧା ୫ ରୁ ୬ ମାସ ଲେଖାଏଁ ଭତ୍ତା ଟଙ୍କା ପାଇ ନାହାନ୍ତି। ଯାହାକି ବୃଦ୍ଧ ବୟସରେ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ୟାଙ୍କକୁ ଦୌଡି ଦୌଡ଼ି ହଇରାଣ ହରକର ହେଉଛନ୍ତି। ତେଣୁ ଭତ୍ତା ଟଙ୍କା ପାଇନଥିବା  ବୃଦ୍ଧାମାନେ ଏକତ୍ରିତ ହୋଇ ଆଜି ବେନଗାଁ ପଞ୍ଚାୟତର କାର୍ଯ୍ୟ ନିର୍ବାହି ଅଧିକାରୀ (ପିଇଓ) ଯଦୁମଣି ନାଏକଙ୍କୁ ତାଙ୍କ କାର୍ଯ୍ୟାଳୟରେ  ପଚାରିବାରୁ ଶ୍ରୀ ନାଏକ ଉତ୍ୟକ୍ତ ହୋଇ ବୃଦ୍ଧାମାନଙ୍କୁ ଗାଳିଗୁଲଜ କରିବା ସହ ତୁ ତା ମେ ମାଁ କରିବା ସହ ତୁ କିଏ ସେ ମତେ ବାରମ୍ବାର ଭତ୍ତା ଟଙ୍କା ବିଷୟରେ ପଚାରିବା ଲୋକ ବୋଲି ବୃଦ୍ଧା ମାନଙ୍କୁ ଧମକ ଦେଉଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ଆମେ ବେନଗାଁ ସରପଞ୍ଚଙ୍କୁ ପଚାରିବାରୁ ଏକଥା ସମ୍ପୂର୍ଣ ସତ। ପବ୍ଲିକ ହଉବା ଆମକୁ ମଧ୍ୟ୍ୟ ସେ ସେହି ଭଲି ବ୍ୟବହାର କରନ୍ତି ବୋଲି କହିଥିଲେ। ଅନେକ ବୃଦ୍ଧା ଦୁରଦୂରାନ୍ତରରୁ ଚାଲି ଚାଲି ଆସି ଭତ୍ତା ଟଙ୍କା ନ ପାଇ ନିରାଶ ହୋଇ ଘରକୁ ଫେରୁଥିବା ବେଳେ ଜଣେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସେମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ପରିବର୍ତ୍ତେ ଏମିତି ଗାଳି ଗୁଲଜ କରି ପଞ୍ଚାୟତ କାର୍ଯ୍ୟାଳୟରୁ ବାହାରି ଯାଅ ବୋଲି ଧମକ ଦେବା କେତେ ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବୃଦ୍ଧା ମାନଙ୍କ ସହ ପିଇଓଙ୍କ ହାରାହାରି ୨ ଘଣ୍ଟା କଥା କଟାକଟି ପରେ ଶତାଧିକ ବୃଦ୍ଧା ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରି  ତାଲାପକାଇ ବନ୍ଦ କରି ଦୃଢ଼ ପ୍ରତିବାଦ କରିଥିଲେ। ୫ ରୁ ୬ ମାସ ବାକି ଥିବା ଭତ୍ତା ଟଙ୍କା ନପାଇବା ପର୍ଯ୍ୟନ୍ତ ଆମେ ପଞ୍ଚାୟତ କାର୍ଯ୍ୟାଳୟକୁ ବନ୍ଦ ରଖିବୁ ବୋଲି କହିଛନ୍ତି ଉପସ୍ଥିତ ଥିବା ବୃଦ୍ଧା ହିତାଧିକାରୀମାନେ। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଏଥିପ୍ରତି ବ୍ଲକ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ଅଞ୍ଚଳବାସୀ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.