୧୦୬ ଜଣ ଚାଷୀଙ୍କୁ ବିରି ସହିତ ମକା ଓ ମୁଗ ବିହନ ବଣ୍ଟନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ବ୍ଲକ ଅନ୍ତର୍ଗତ କାରୁଣ୍ଡ ଫାର୍ମର ପ୍ରଡ଼୍ୟୁସର କମ୍ପାନୀ ଲିମିଟେଡ଼ କାର୍ଯ୍ୟାଳୟ ଠାରେ ସେବାଜଗତ ଓ କାରୁଣ୍ଡ ଫାର୍ମର ପ୍ରଡ଼୍ୟୁସର କମ୍ପାନୀ ଲିମିଟେଡ଼ ଦ୍ଵାରା ତଥା ଆତ୍ମା କଳାହାଣ୍ଡିର ସହାୟତା କ୍ରମେ ଉର୍ଲ୍ଲାଦାନୀ ଗ୍ରାମ ପଂଚାୟତର ନାଗଝରୀ, ଉର୍ଲ୍ଲାଦାନୀ, କୁରୂପଦର ଓ ଜୁର ଖମନ ଗ୍ରାମର ୧୦୬ ଜଣ ଚାଷୀମାନଙ୍କୁ ବିରି ସହିତ ମକା ଓ ମୁଗ ଚାଷ ପାଇଁ ବିହନ ବଣ୍ଟନ କରାଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଡ. ଦିବ୍ୟ ରଞ୍ଜନ ଲେଙ୍କା, ଅତିରିକ୍ତ ପ୍ରାଣୀ ସମ୍ପଦ ଅଧିକାରୀ ତଥା ବ୍ଲକ ସ୍ତରୀୟ ବୈଷୟିକ ଆବାହକ, ଜ୍ଞାନେଶ୍ୱରୀ ବିନ୍ଧାଣି ଅତିରିକ୍ତ କୃଷି ଅଧିକାରୀ ସେବାଜଗତ ମ. ରାମପୁର ବ୍ଲକ ସଂପାଦକ ସତ୍ୟ ନାରାୟଣ ପଟ୍ଟନାୟକ, କାରୁଣ୍ଡ ଫାର୍ମର କମ୍ପାନୀର ବିଭୂତି ଭୂଷଣ ମହାଖୁଡ଼ ପ୍ରମୁଖ ଯୋଗଦାନ କରି ଡାଲି ଓ ତୈଳ ବୀଜ ଚାଷ ଉପରେ ଚାଷୀ ମାନଙ୍କୁ ପ୍ରାଧାନ୍ୟ ଦେବା ସହିତ କିପରି ଅଧିକରୁ ଅଧିକ ଉତ୍ପାଦନ କିରିପାରିବେ ଓ ସେମାନଙ୍କ ଆୟକୁ ଦ୍ବି ଗୁଣିତ କରିଆ ସହିତ ସରକାରଙ୍କ ଦ୍ଵାରା ଘୋଷିତ ସହାୟତା ରାଶି ପାଇପାରିବେ ସେ ଉପରେ ଆଲୋକପାତ କରିଥିଲେ। ମ. ରାମପୁର ବ୍ଲକର ଅନ୍ୟ ୯ ଗୋଟି ପଂଚାୟତକୁ ଆଗାମୀ ୫ ଦିନ ମଧରେ ବିଭିନ୍ନ ବିଭିନ୍ନ ପ୍ରକାରର ଡାଲି ଓ ତିଳ ବୀଜ ମଂଜିଯୋଗାଇ ଦେବା ଉପରେ କାର୍ଯ୍ୟକ୍ରମ ପରିଚାଳକ ଗରୁଡ଼ ଭୋଇ ଧାରଣା ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସେବା ଜଗତର କର୍ମୀ ଶଙ୍କର ସୁନା, ବିକ୍ରମ ଓ କାରୁଣ୍ଡ ଫାର୍ମରପ୍ରଡ଼୍ୟୁସର କମ୍ପାନୀ ଲିମିଟେଡ଼ କର୍ମୀ ଗଣେଶ ନାଏକ, ଭାଗିରଥି, ମେଘନାଦ ଓ ଇଶ୍ୱର ପ୍ରମୁଖ ସହାୟତା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.