କଳାହାଣ୍ଡିରେ ନକଲି ନୋଟ୍ କାରବାର; ଜଣେ ଗିରଫ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ନକଲି ନୋଟ୍ କାରବାର କରୁଥିବା ବେଳେ ରିଷିଡା ଗାଁରେ ଏମ୍ ରାମପୁର ଥାନା ପୋଲିସ ଜଣେ ବ୍ୟକ୍ତିକୁ ଗିରଫ କରିବା ସହ ତା’ଠାରୁ ୨୦୦ଟଙ୍କିଆ ୧୦୦ଖଣ୍ଡ ନକଲି ନୋଟ ସହ ସେ ବ୍ୟବହାର କରୁଥିବା ଏକ ମୋବାଇଲ ଜବତ କରିଛି। ସମୁଦାୟ ୨୦ହଜାର ଟଙ୍କା ଜବତ ହୋଇଛି। ଗିରଫ ବ୍ୟକ୍ତି ଜଣକ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ କୁନ୍ଦେଇପାଲି ଗାଁର ବିରେନ୍ଦ୍ର ସୁନା ବୋଲି ଜଣାପଡିଛି। ବିରେନ୍ଦ୍ର ଗତ କାଲି ସନ୍ଧ୍ୟା ସମୟରେ ରିଷିଡା ଗାଁର ମେଡିକାଲ ନିକଟରେ ଏକ କଳା ରଙ୍ଗର ପଲିଥିନରେ ନକଲି ନୋଟ ରଖି ଠିଆ ହୋଇଥିବା ବେଳେ କୈାଣସି ସୂତ୍ରରୁ ଖବର ପାଇ ପୋଲିସ ତା’ ପାଖରେ ପହଞ୍ଚିଥିଲା। ପରେ ତା’ ଠାରୁ ୨୦୦ଟଙ୍କିଆ ନକଲି ନୋଟ ୧୦୦ଖଣ୍ଡ ଓ ସେ ବ୍ୟବହାର କରୁଥିବା ଏକ ମୋବାଇଲକୁ ଜବତ କରିବା ସହ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ କେସିଙ୍ଗା ଏସଡିପିଓ ରୋହିତ ବର୍ମା ସୂଚନା ଦେଇଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ମ.ରାମପୁର ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ, ଏସ ଆଇ ଶ୍ରିରାଜ ପାଢ଼ୀ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.