ନର୍ଲା ଓ ରୁପ୍ରାରୋଡ଼ରେ ସଂମ୍ପନ୍ନ ହେଲା ବାହୁଡା ଯାତ୍ରା; ପ୍ରବଳ ଭକ୍ତ ସମାଗମ

ଜୟ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହେଲା ଯାତ୍ରା ସ୍ଥଳ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଓ ରୁପ୍ରାରୋଡ଼ରେ ଅନୁକୁଳ ପାଗ ଯୋଗୁଁ ଆନନ୍ଦ ଉହ୍ଲାସ ଓ ଶାନ୍ତି ଶୃଙ୍ଖଳାର ସହ ତିନି ଠାକୁରଙ୍କ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ୟା ୫.୩୦ ସମୟରେ ମାଉସୀ ଘରୁ ବିଦାୟ ନେଇ ପହଣ୍ଡି ବିଜେ କରିଥିଲେ ତିନି ଠାକୁର । ପବିତ୍ର ବାହୁଡା ଯାତ୍ରା ପାଇଁ ସକାଳ ୬ ଘଣ୍ଟା ସମୟରେ ମଙ୍ଗଳ ଆଳତୀ ସାଙ୍ଗକୁ ଶ୍ରୀ ଜୀଉ ମାନଙ୍କ ସମସ୍ତ ରୀତି ନୀତି ଆରମ୍ଭ ହୋଇଯାଇଥିଲା । ଦିନ ତମାମ ପୂଜାପାଠ ପରେ ଅପରାହ୍ନ ୫ ଟା ବେଳେ ତିନି ବିଗ୍ରହ ପହଣ୍ଡି ବିଜେ କରିଥିଲେ । ନର୍ଲାର ବରିଷ୍ଠ ନାଗରିକ ସତ୍ୟ ନାରାୟଣ ପାତ୍ର ଓ ତପିନ୍ଦ୍ର ଗଉଡିଆ ଛେରା ପହରା କରିଥିଲେ । ନବୋଦୟ ଛକରେ ବାହୁଡା ଯାତ୍ରା ପାଇଁ ରଥ ପ୍ରସ୍ତୁତ ହୋଇ ରହିଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଶ୍ରୀଜୀଉମାନେ ମାଉସୀ ମନ୍ଦିରରୁ ରଥ ରଖାଯାଇଥିବା ଛକଯାଏଁ ଘଣ୍ଟ, ଶଙ୍ଖ ବାଦ୍ୟରେ ପହଣ୍ଡିରେ ଯାଇଥିଲେ । ପଣ୍ଡା ଅଜୟ ନନ୍ଦ ସୁଦର୍ଶନ ବିଗ୍ରହ କୁ ଧରି ସବା ଆଗରେ ଚଲିଥିବା ବେଳେ, ତାଙ୍କ ପରେ ବିଦ୍ୟାଧର ପତି ଗରୁଡ ବିଗ୍ରହକୁ ବିଗ୍ରହ ଧରିଥିଲେ । ମନ୍ମୟ ଚାନ୍ଦ, ଗୌତ୍ତମ ଚିନ୍ଦା, ମଧୁସୁଦନ ପାଢୀ, ସଞ୍ଜୟ ପଣ୍ଡା, ସୁଶାନ୍ତ ଚାନ୍ଦ, ପ୍ରଭୋବ ଚାନ୍ଦ, ମହେଶ ଚାନ୍ଦ, ସୁରେନ୍ଦ୍ର ଚାନ୍ଦ, ସୁଧର୍ମା ପଣ୍ଡା, ବିଶି ପଣ୍ଡା, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ପ୍ରଶାନ୍ତ ପଣ୍ଡା, ହୃଷିକେଶ ପାତ୍ର ପ୍ରମୁଖ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ପହଣ୍ଡି କରି ରଥଯାଏଁ ନେଇ ଆସିଥିଲେ । ପ୍ରଭୁଙ୍କ ଆସନ ପରିପାଟି କଥା ଶମ୍ଭୁ ଜଡ଼ା ଓ ମହିଳା ଭକ୍ତ ମାନେ ବୁଝିବା ସହ ଠାକୁର ମାନଙ୍କୁ ଚାମର କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଯୁବ ସ୍ୱେଚ୍ଛାସେବୀ ଚୁଳମଣି ଗଉଡିଆ, ବିମଲ କୁମାର କେଡିଆ, ମହେନ୍ଦ୍ର ଗଉଡ଼ ପ୍ରମୁଖ ଠାକୁର ମାନଙ୍କ ପହଣ୍ଡି ରେ ସହଯୋଗ କରିଥିଲେ । କର୍ତ୍ତା ଚିରଞ୍ଜିବୀ ଗଉଡିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ତିନିଠାକୁର ପହଣ୍ଡି ସାରିବା ପରେ ରଥ ସମ୍ମୁଖରେ ନୈବେଦ୍ୟ ଲାଗି ହୋଇଥିଲା। ରଥାରୁଢ ହେବାପରେ ଅପରାହ୍ନ ଠିକ୍ ୬.୩୦ ସମୟରେ ରଥ ଟଣାଯାଇଥିଲା । ମୁଖ୍ୟ ପୂଜକ ନାରାୟଣ ପଣ୍ଡା, ସହକାରୀ ସୁଦାମ ପଣ୍ଡା, ମଧୁ ପାଢ଼ୀ,ସଞ୍ଜୟ ପଣ୍ଡା ପ୍ରମୁଖ ରଥ ଉପରେ ପୂଜନ ଦାଇତ୍ୱ ନିର୍ବାହନ କରିଥିଲେ । ସନ୍ଧ୍ୟା ୭.୩୦ ରେ ରଥ ଆସି ପହଁଚିଲା ଚାରିଛକ ସ୍ଥିତ ଶ୍ରୀମନ୍ଦିରରେ ।

Udyog Nursery
Udyogi Nursery

ସେହିଭଳି ରୁପ୍ରା ରୋଡ଼ରେ ମଧ୍ୟ ଆନନ୍ଦ ଉହ୍ଳାସ ଓ ପ୍ରବଳ ଭକ୍ତ ସମାଗମ ମଧ୍ୟରେ ବାହୁଡା ଯାତ୍ରା ସମ୍ପନ୍ନ ହୋଇଯାଇଛି । ପରମ୍ପରା କ୍ରମେ ପୁରୀର ପଣ୍ଡା ମାନେ ବାହୁଡ଼ା ନିତି ସଂପାଦନ କରିଥିଲେ । ରୁପ୍ରାରୋଡ ଜଗନ୍ନାଥ ମନ୍ଦିରର ଉଦ୍ୟୋକ୍ତା ସ୍ବର୍ଗତ ଡ଼ଃ ସାଧୁରାମ ଅଗ୍ରୱାଲଙ୍କ ଜ୍ୟୋଷ୍ଠ ପୂତ୍ର ସୁନୀଲ ଅଗ୍ରୱାଲ ରଥରେ ଛେରାପହଁରା କରିଥିଲେ। ପ୍ରଦୀପ ଅଗ୍ରୱାଲ, ରତନ ଅଗ୍ରୱାଲ, ତ୍ରିନାଥ ମହାନ୍ତି, ରାଜେଶ ଦତ୍ତା, ଶ୍ୟାମସୁନ୍ଦର ଶର୍ମା, ସୁମିତ ଅଗ୍ରୱାଲ, ଅମିତ ଶର୍ମା (ବଣ୍ଟି), ଜଗମୋହନ ରୋହିଲା, ମନ୍ଦିର ପରିଚାଳନା କମିଟିର କାର୍ଯ୍ୟକର୍ତ୍ତା ଓ ରୁପ୍ରାରୋଡବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଆଜି ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତି ରହିଥିବାବେଳେ ଆସନ୍ତାକାଲି ଗୁରୁବାର ସୁନାବେଶ ହେବ ବୋଲି ସୂଚନା ରହିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.