ଖଲ୍ଲିକୋଟ : ଜନ୍ମବେଦୀରୁ କର୍ମବେଦୀକୁ ବାହୁଡ଼ିଲେ ତିନି ଠାକୁର

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଦୀର୍ଘ ନଅ ଦିନ ବ୍ୟାପୀ ମାଉସୀ ମାଆ ମନ୍ଦିର ସ୍ଥିତ ଜନ୍ମବେଦୀରୁ ଲୀଳାଖେଳା ସାରି ଶ୍ରୀଜୀଉମାନେ ବାହୁଡା ଯାତ୍ରାରେ ବାହାରି ଜନ୍ମବେଦୀରେ ପହଂଚିବା ପୂର୍ବରୁ ତିନିମୂର୍ତ୍ତି ବଡ଼ଦାଣ୍ଡରେ ଥିବା ବଡ଼ପଣ୍ଡାଙ୍କ ଦୁଆରେ ପୋଡପିଠା ଭୋଗ ଖାଇ ମନ୍ଦିରକୁ ଫେରିଥିଲେ। ତିନି ମୂର୍ତ୍ତିଙ୍କୁ ଜନ୍ମ ବେଦୀରୁ ଦିନ ୩ ଘଣ୍ଟା ସମୟରେ ଆଣି ଚାରିମଳ ଦେଇ ପହଣ୍ଡି ସେବକ ମାନେ ଶ୍ରୀଜିଉ ମାନଙ୍କୁ ରଥାରୁଢ଼ କରିଥିଲେ l ପରେ ତିନିରଥକୁ ଶହ ଶହ ଭକ୍ତ ଗୁଣ୍ଡିଚା ମନ୍ଦିରରୁ ସିଂହଦ୍ୱାର ପର୍ଯ୍ୟନ୍ତ ଟାଣି ଟାଣି ଆଣିଥିଲେ l ଇତି ମଧ୍ୟରେ ୯ ଦିନ ବ୍ୟାପି ନବଦିନାତ୍ମକ ଯାତ୍ରାରେ ଆଡ଼ପ ମଣ୍ଡପରେ ନୃତ୍ୟ ଓ ଭଜନ କାର୍ଯ୍ୟକ୍ରମ ଲୋକ ମାନଙ୍କୁ ଭକ୍ତି ଭିତରେ ବାନ୍ଧି ରଖିଥିଲା l ଗତକାଲି ସନ୍ଧ୍ୟା ଦର୍ଶନ ବେଳେ ତୁଳସୀପୁର ସରପଂଚ ମିଷ୍ଟାନ୍ନ ବାଂଟିଥିବା ବେଳେ ବାହୁଡା ଉପଲକ୍ଷେ ଖଲ୍ଲିକୋଟ ପ୍ରେସ କ୍ଲବ ତରଫରୁ ମଧ୍ୟ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା l ୯ ଦିନ ଯାତ୍ରାରେ ଖଲ୍ଲିକୋଟ ରାଣୀଙ୍କ ପ୍ରତିନିଧି ସଂକେତ ରାମରାଓ ଓ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ବିଜ୍ଞାପିତ ଅଂଚଳ ପରିଷଦ ଅଧକ୍ଷ ଇଂ ନିରଂଜନ ବେହେରା, ମନ୍ଦିର ସମୂହ ନିର୍ବାହୀ ଅଧିକାରୀ ରାଜକିଶୋର ପଟ୍ଟନାୟକ, ରାଜସ୍ବ ନିରୀକ୍ଷକ ମୀନକେତନ ଶବର, ଟ୍ରଷ୍ଟି ସୁଧାଂଶୁ ଶେଖର ସାହୁଙ୍କ ସମେତ ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ଦୈତାରୀ ବେହେରା ୯ ଦିନ ବ୍ୟାପି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଅଂଶ ଗ୍ରହଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.