ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ କେନ୍ଦୁପତ୍ର ଡିଭିଜନ ଅଧୀନସ୍ଥ ସଇଁତଲା କେନ୍ଦୁପତ୍ର ରେଞ୍ଜ ଅଫିସ ଠାରେ ନୂତନ କେନ୍ଦ୍ରୀୟ କେନ୍ଦୁପତ୍ର ଗୋଦାମ ଗୃହ ଉଦଘାଟିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବରେ ବଲାଙ୍ଗୀର ସିସିଏଫ ହର୍ଷ ବର୍ଦ୍ଧନ ଉଦଗାତା ଯୋଗଦାନ କରି ନୂତନ କେନ୍ଦ୍ରୀୟ ଗୋଦାମ ଗୃହକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଟିଟିଲାଗଡ଼ କେନ୍ଦୁଲିଫ ଏସିଏଫ ତଥା ଡ଼ିଏଫଓ ଦାୟିତ୍ୱରେ ଥିବା ଡା. ସୋମନାଥ ବେହେରା ମଧ୍ୟ ଯୋଗଦାନ କରିଥିଲେ । ପ୍ରଥମେ ସଇଁତଲା ରେଞ୍ଜର ଭାସ୍କର ଚନ୍ଦ୍ର ପାଣିଗ୍ରାହୀ ପୁଷ୍ପଗୁଚ୍ଛ ସହ ଉପଢ଼ୋକନ ଦେଇ ଅତିଥିମାନଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଏହି ନୂତନ ଗୃହ ଉଦଘାଟିତ ସମୟରେ ତୁଷୁରା ରେଞ୍ଜର ସୁଯ୍ୟକାନ୍ତ ନାୟକ, ବେଲଗାଁ ରେଞ୍ଜର ପି. ଆର ପ୍ରଧାନ, ବନ୍ଦପଡା ରେଞ୍ଜର ବାଳମୁକୁନ୍ଦ ଗହୀର, ଟିକ୍ରାପଡା ରେଞ୍ଜର ଅଭିନାଶ ତରିଆ ଯୋଗଦାନ କରିଥିଲେ । ଏହି ଗୋଦାମ ୮ ଲକ୍ଷ ଟଙ୍କା ଅନୁଦାନରେ ନିର୍ମିତ ହୋଇଥିଲା । ପରେ ସିସିଏଫ ଶ୍ରୀ ଉଦଗାତା ଓ ଏସିଏଫ ଶ୍ରୀ ବେହେରା ଗୋଦାମ ଗୃହ ପରିଦର୍ଶନ କରିବା ସହ କେନ୍ଦୁପତ୍ର ବନ୍ଧା ଯାଇଥିବା ବିଡା ପଚାରି ବୁଝିଥିଲେ । ଏଥିରେ ଦେଓଗାଁ ଫରେଷ୍ଟର ସୁନୀଲ ଓରାମ, କନ୍ଦକେଲଗାଁ ଫରେଷ୍ଟର ମୋନାଲିସା ମିଶ୍ର, ଟିଟିଲାଗଡ଼ ଫରେଷ୍ଟର ସୁନିତା ତ୍ରିପାଠୀ, କରମତଲା ଫରେଷ୍ଟର ଲିଙ୍ଗରାଜ ଗଡ଼ତ୍ୟା, ସଇଁତଲା ଫରେଷ୍ଟର ସନୋଜ ନାୟକ, ଫରେଷ୍ଟ ଗାର୍ଡ ସରିତା ନାୟକ, ହେଡ଼ ଚେକର ରାଜକୁମାର ବିଶି, ସର୍କଲ ଚେକର ଅଶୋକ ଷଡ଼ଙ୍ଗୀ, ବିବେକ ପାତ୍ର, ଡ଼ିଓ ହିମାଂଶୁ ପାତ୍ର, ରେଞ୍ଜ କର୍ମଚାରୀ ମାଧବ ସାହୁ, ପୁରୋହିତ ସାହୁ, ଗଣ୍ଡାରମ ପ୍ରଧାନ, ଗଣେଶ ମାଝୀ, ଗୌର ମହାକୁର, ହେମଲାଲ ସାଣ୍ଡ ଓ ସରୋଜ ମିଶ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।