ସୋନପୁର ତେଲ ନଦୀ ବ୍ରିଜ ରାସ୍ତା ସଫେଇ ଶେଷ ଦିନରେ ଯୋଗ ଦେଲେ ଏସପି

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ମନମୁଣ୍ଡା ତେଲନଦୀ ବ୍ରିଜର ବାଲି ମାଟି ସଫେଇ କାର୍ଯ୍ୟ ମହା ଅଭିଯାନର ଶେଷ ଦିବସରେ ସୁବର୍ଣ୍ଣପୁର ଏସପି  ଅମରେଶ ପଣ୍ଡା ଆଜି ଯୋଗ ଦେଇ ନିଜେ ବେଲଚା ଧରି ବାଲି ସଫେଇ କରି ମହାନତା ଦେଖାଇବା ସହ ସ୍ବେଛାସେବୀଙ୍କୁ ଉତ୍ସାହିତ କରିଥିଲେ । ୨୦୧୪ ମସିହାରୁ ଚାଲୁ ରଖିଥିବା ସ୍ବେଛାସେବୀଙ୍କ ଏ ଉଦ୍ୟମକୁ ପ୍ରଶଂସା କରି ଏହି ସର୍ବ ପୁରାତନ ବ୍ରିଜର ରକ୍ଷଣ ବେକ୍ଷଣ ଓ ଏ ସମସ୍ୟାର ସ୍ଥାୟୀ ସମାଧାନ ଲାଗି ଜ଼ିଲ୍ଲାପାଳ ଓ ଏନଏଚ ବିଭାଗ ସହ ଆଲୋଚନା କରିବୁ ବୋଲି ଦୃଢ଼ ପ୍ରତିଶୁତି ଦେଇଥିଲେ । ଶ୍ରୀ ପଣ୍ଡା ଆଜି ବୁଲେଟରେ ତେଲନଦୀ ବ୍ରିଜକୁ ପହଞ୍ଚି ସହର ହେଉ ଅବା ଦୂର ଯାତ୍ରା ହେଉ ସର୍ବଦା ହେଲମେଟ ବ୍ୟବହାର କରି ନିଜ ଜୀବନକୁ ସୁରକ୍ଷିତ ରଖିବାକୁ ସ୍ବେଛାସେବୀ ଓ ଯାତ୍ରୀଙ୍କୁ ବ୍ରିଜରେ ସଚେତନ କରିଥିଲେ l ଦୀର୍ଘ ସପ୍ତାହେ ଧରି ଚାଲିଥିବା ଏହି ମହା ଅଭିଯାନରେ ସ୍ୱଚ୍ଛ ଭାରତ ସଂଗଠନ ସୋନପୁର ମନମୁଣ୍ଡାର ସ୍ବେଛାସେବୀଙ୍କ ସହିତ ଏ ବର୍ଷ ମନମୁଣ୍ଡାର କିଛି ଟ୍ରାକ୍ଟର ମାଲିକ ଏଥିରେ ଯୋଡି ହୋଇ ତାଙ୍କ ମହାନତା ଦେଖାଇଛନ୍ତି । ବ୍ରିଜରେ ଜମୁ ଥିବା ପାଣି, ବାଲି, ଖାଲ ନାଳ ଓ ଭଙ୍ଗା ଲୁହା ଛଡ଼ ଯୋଗୁଁ ପ୍ରତ୍ୟହଃ ଯିବା ଆସିବା କରୁଥିବା ହଜାର ହଜାର ଗାଡି ଚାଳକ ଓ ଯାତ୍ରୀ ଅସୁରକ୍ଷିତ ମନେ କରୁଥିବା ଅଭିଯୋଗ ହୋଇ ଆସୁ ଥିବାରୁ ଓ ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ଘଟୁଥିବାରୁ ପ୍ରତିବର୍ଷ ଏ ସ୍ବେଛାସେବୀ ମାନେ ବିଭିନ୍ନ ଲୋକଙ୍କୁ ଏକାଠି କରି ଏ ମହା ଅଭିଯାନକୁ ସପ୍ତାହେ ବ୍ୟାପି ଜାରି ରଖନ୍ତି । ସ୍ଵଛ ଭାରତ ଉଦ୍ୟୋକ୍ତା ସାୟଦ ଅଲିମୁଲ ଇସଲାମ, ଗରିବ ଲୋଇଙ୍କ ତତ୍ତ୍ଵାବଧାନରେ ସୂବର୍ଣ୍ଣପୁର ଜ଼ିଲ୍ଲା ଟ୍ରାକ୍ଟର ମାଲିକ ସଂଘ ଉପ ସଭାପତି ବୈକୁଣ୍ଠ ଶତପଥୀ ଓ ସ୍ୱଚ୍ଛ ଭାରତ କୋଡିନେଟର ମନୋରଞ୍ଜନ ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଅଭିଯାନ ରେ ମନମୁଣ୍ଡା ଟ୍ରାକ୍ଟର ସଂଘର ଉଦ୍ୟୋକ୍ତା ଭଗବାନ ଖଟୁଆ, ବିବେକା ସାହୁ ପ୍ରମୁଖ ସମସ୍ତ ଟ୍ରାକ୍ଟର ମାଲିକ ଓ ସ୍ୱଚ୍ଛ ଭାରତ ସଂଗଠନର ସମସ୍ତ ପୁରୁଷ ଓ ମହିଳା ସଦସ୍ୟ ସକ୍ରିୟ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.