ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ନର୍ଲା ସରସ୍ୱତୀ ଶିଶୁ ମନ୍ଦିରରେ ଗୁରୁ ଦକ୍ଷିଣା ଉତ୍ସବ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ନର୍ଲା ପକ୍ଷରୁ ଗୁରୁ ପୂର୍ଣ୍ଣିମା ଅବସରରେ ନର୍ଲା ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଖଣ୍ଡ କାର୍ଯ୍ୟବାହ ତଥା ନର୍ଲା ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନାଚାର୍ଯ୍ୟ ଶ୍ରୀ ବୁଦ୍ଧ ନାଏକଙ୍କ ନେତୃତ୍ୱରେ ଆଜି ସୋମବାର ଅପରାହ୍ନ ୪ ଘଣ୍ଟା ସମୟରେ ଗୁରୁ ଦକ୍ଷିଣା ଉତ୍ସଵ ପାଳିତ ହୋଇଯାଇଛି । ଶ୍ରାବଣ ପୂର୍ଣ୍ଣିମା ଦିନ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂକ୍ଷ ଏହି ଗୁରୁ ଦକ୍ଷିଣା ଉତ୍ସଵ ପାଳନ କରିଥାଏ । ଏହି ପରିପ୍ରେକ୍ଷୀରେ ଆଜି ସୋମବାର ନର୍ଲା ଅଞ୍ଚଳର ସ୍ୱୟଂ ସେବକ ମାନେ ବହୁ ସଂଖ୍ୟାରେ ନର୍ଲା ଶିଶୁ ମନ୍ଦିର ଠାରେ ସମବେତ ହୋଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଗୈରିକ ଧ୍ୱଜ ସ୍ଥାପନ କରାଯାଇଥିଲା । ଧ୍ୱଜ ସ୍ଥାପନା ପରେ ସ୍ୱୟଂ ସେବକ ମାନେ ଧ୍ୱଜ ପ୍ରଣାମ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଖଣ୍ଡ କାର୍ଯ୍ୟବାହ ଶ୍ରୀ ନାଏକ ଗୁରୁ ପୂଜନ ପରମ୍ପରା ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଆଭିମୁଖ୍ୟ ସମ୍ପର୍କରେ ମାର୍ଗ ଦର୍ଶନ ଦେଇଥିଲେ । ଏଥିରେ ମୁଖ୍ୟବକ୍ତା ଭାବରେ ପୂର୍ବତନ ତହସିଲ କାର୍ଯ୍ୟବାହ ଅଜୟ କୁମାର ନାଏକ ଯୋଗଦାନ କରି ଶ୍ରୀ ଗୁରୁଜୀଙ୍କ ରାଷ୍ଟ୍ରପ୍ରତି ତ୍ୟାଗପୂତ ମନୋଭାବ ଓ କର୍ତ୍ତବ୍ୟ ନିଷ୍ଠତା ଉପରେ ମାର୍ଗଦର୍ଶନ ଦେଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସ୍ୱୟଂ ସେବକ ବେଦପ୍ରକାଶ ଅଗ୍ରୱାଲ ଯୋଗଦାନ କରି ମାର୍ଗଦର୍ଶନ ଦେଇଥିଲେ । ଏହାପରେ ଉପସ୍ଥିତ ସ୍ୱୟଂ ସେବକ ମାନେ ସାଧ୍ୟ ମତେ ଶକ୍ତି ଅନୁଯାୟୀ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଗୁରୁ ଗୈରୀକ ଧ୍ୱଜ ନିକଟରେ ଦକ୍ଷିଣା ଅର୍ପଣ କରିଥିଲେ । ଗୁରୁ ଦକ୍ଷିଣା କାର୍ଯ୍ୟକ୍ରମ ପରେ ସଂଘର ସାମୁହିକ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମରେ ବରିଷ୍ଠ ସ୍ୱୟଂ ସେବକ ମାନଙ୍କ ମଧ୍ୟରେ କଲ୍ୟାଣ କୁମାର ସାହୁ, ନୀଳକଣ୍ଠ ବେହେରା, ପ୍ରଦୀପ କୁମାର ନାଏକ, ଚିନ୍ମୟ ସେଠୀ, ସରୋଜ ବୁଦ୍ଧିଆ, ଅଶୋକ ଅଗ୍ରୱାଲ ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.