ମୌସୁମୀ ଅଧିବେଶନ ପୂର୍ବରୁ ବେଙ୍ଗାଲୁରୁରେ ଏକାଠି ହେବେ ବିରୋଧୀ ଦଳ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ ବିରୋଧୀ ଏକାଠି ହୋଇ ପାଟନା ପରେ ବେଙ୍ଗାଲୁରୁରେ ବୈଠକ କରିବେ। କିନ୍ତୁ ମହାରାଷ୍ଟ୍ରର ଏନସିପିରେ ବିଭାଜନ ପରେ ଏହି ବୈଠକ ସ୍ଥଗିତ ହେଲା ବୋଲି କୁହାଯାଉଥିଲା। କିନ୍ତୁ ଏହି ବିରୋଧୀ ବୈଠକ ସମ୍ପର୍କରେ କଂଗ୍ରେସ ପ୍ରତିକ୍ରିୟା ରଖିଛି। କଂଗ୍ରେସ ଦଳର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ କହିଛନ୍ତି ଯେ ବିରୋଧୀ ଏକତା ଭାଙ୍ଗି ନାହିଁ। ସେ କହିଛନ୍ତି ଯେ ଜୁଲାଇ ୧୭ ଏବଂ ୧୮ ରେ ବେଙ୍ଗାଲୁରୁରେ ବିରୋଧୀ ଦଳର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ବିରୋଧୀ ଏକଜୁଟ ହୋଇ ବୈଠକକୁ ଆସିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହି ବୈଠକରେ କଂଗ୍ରେସ ନେତୃତ୍ବ ନେବ। ବିରୋଧୀଙ୍କ ବୈଠକ ପରେ ସଂସଦର ମୈାସୁମୀ ଅଧିବେଶ ବସିବ। ଯେଉଁଥିରେ ୟୁନିଫର୍ମ ସିଭଲ କୋଡ ଭଳି ବିଲ୍ ଉପସ୍ଥାପନ କରିପାରେ କେନ୍ଦ୍ର। ଆଉ ଏହାକୁ ନେଇ ବିରେଧୀ ଦଳରେ ଥିବା ନେତାଙ୍କ ମଧ୍ୟରେ ଭିନ୍ନ ମତ ଦେଖିବାକୁ ମିଳିଛି। ଉଲ୍ଲେଖଯୋଗ୍ୟ, ଜୁନ୍ ୨୩ ରେ ପାଟନାରେ ବିରୋଧୀ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ୧୫ ଟି ବିରୋଧୀ ଦଳର ନେତା ଅଂଶଗ୍ରହଣ କରିଥିଲେ। ସମସ୍ତ ଦଳର ନେତାମାନେ ଏହି ସଭାରେ ଏକାଠି ହୋଇ ଏକତାର ବାର୍ତ୍ତା ଦେଇଥିଲେ। ଏହି ବୈଠକରେ ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏନଡିଏ ଏବଂ ବିଜେପିକୁ ପରାସ୍ତ କରିବାର ଯୋଜନା ଉପରେ ଆଲୋଚନା କରାଯାଇଥିଲା। ବୈଠକ ପରେ ବିରୋଧୀ ଦଳର ପରବର୍ତ୍ତୀ ବୈଠକ ଜୁଲାଇ ୧୦-୧୨ ରେ ଶିମଲାରେ ଅନୁଷ୍ଠିତ ହେବ ବୋଲି କୁହାଯାଇଥିଲା, କିନ୍ତୁ ବର୍ତ୍ତମାନ ସଭାର ସ୍ଥାନ ପରିବର୍ତ୍ତନ କରାଯାଇଛି। ଏହି ବୈଠକ ସମ୍ପର୍କରେ ନୀତୀଶ କୁମାର କହିଛନ୍ତି ଯେ ସମସ୍ତ ନେତାଙ୍କ ସହ ତାଙ୍କର ଆଲୋଚନା ହୋଇଛି। ସମସ୍ତ ବିରୋଧୀ ଦଳ ଏକାଠି ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.