ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ବଲବସପୁର କ୍ଲଷ୍ଟର ଅଧିନ ବୁଢିପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ସୁରେନ୍ଦ୍ର ମାଝୀ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆ ଯାଇଥିବା ଦୁଇ ହଳ ମାଗଣା ସ୍କୁଲ ୟୁନିଫର୍ମ ବଣ୍ଟନ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଡୋଲେଶ୍ବର ସାହୁ କାର୍ଯ୍ୟକ୍ରମ ସଂଚାଳନ କରିଥିବାବେଳେ ଶିକ୍ଷୟିତ୍ରୀ ସରୋଜିନୀ ବାଗର୍ତ୍ତି, ଶିକ୍ଷକ ସ୍ଵରାଜ କୁମାର ସାମନ୍ତରାୟ ଓ ଶିକ୍ଷୟିତ୍ରୀ ସତ୍ୟଭାମା ପଣ୍ଡା ସହଯୋଗ କରିଥିଲେ। ଏଥିରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ/ସଦସ୍ୟା ଉପସ୍ଥିତ ଥିଲେ। ବିଦ୍ୟାଳୟର ୧୦୭ଜଣ ଛାତ୍ରଛାତ୍ରୀ ମାନଙ୍କୁ ଦୁଇ ହଳ ପୋଷାକ ପ୍ରଦାନ କରାଯାଇଥିଲା। ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପୋଷାକର ମାନ ଉତ୍ତମ ରହିଛି ବୋଲି ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଓ ଅବିଭାବକମାନେ ମତ ପ୍ରକାଶ କରିଛନ୍ତି।