ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଇଁ ସାମୁହିକ ଭୂମି ପୂଜନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଥିବା ହିତାଧିକାରୀ ମାନଙ୍କୁ ଏବେ କାର୍ଯ୍ୟାଦେଶ ବଣ୍ଟନ ସାଙ୍ଗକୁ ଗୃହ ନିର୍ମାଣ ପାଇଁ ସାମୁହିକ ଭୂମି ପୂଜନ କାର୍ଯ୍ୟକ୍ରମ ଗୁଡିକ ଅନୁଷ୍ଠିତ ହେଉଛି । ମହାମାରୀ କରୋନା ସମୟରେ ୨୦୨୦ ରୁ ୨୦୨୨ ପର୍ଯ୍ୟନ୍ତ ଦୁଇ ବର୍ଷ ଧରି ନୂତନ ହିତାଧିକାରୀଙ୍କୁ ଆବାସ ଯୋଜନା ପ୍ରଦାନ କାର୍ଯ୍ୟକ୍ରମ ବନ୍ଦ ରହିଥିଲା । ଦୀର୍ଘ ଦୁଇବର୍ଷ ପରେ ଏସିସି ତାଲିକା ଭୂକ୍ତ ହିତାଧିକାରୀ ମାନଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଘର ପ୍ରଦାନ କରାଯାଉଛି । ବର୍ତ୍ତମାନ ଚାଷ କାର୍ଯ୍ୟର ସିଜନ ହୋଇଥିବାରୁ ଆବାସ ଯୋଜନାର ହିତାଧିକାରି ମାନେ ଏହି ଆବାସ ଯୋଜନା ସ୍କିମରେ ମିଳୁଥିବା ଟଙ୍କାକୁ ଚାଷ କାର୍ଯ୍ୟରେ ବିନିଯୋଗ ନକରି ଯେମିତି ଘର ତିଆରି କରିବେ ସେଥିପ୍ରତି ଜନସଚେତନା ସୃଷ୍ଟି କରାଯିବା ସହ ସାମୁହିକ ଭୂମି ପୂଜନରେ ହିତାଧିକାରୀ ମାନଙ୍କୁ ଶପଥପାଠ କରାଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଗତ ସପ୍ତାହରୁ ଏହି ସାମୁହିକ ଭୂମି ପୂଜନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ସୋମବାର ଶାନ୍ତପୁର, ଘଣ୍ଟମାଳ, ବଡଧାରପୁର ପ୍ରଭୃତି ଗାମ ପଞ୍ଚାୟତରେ ଆବାସ ଯୋଜନା ହିତାଧିକାରୀ ମାନଙ୍କ ଗୃହ ନିର୍ମାଣ ନିମନ୍ତେ ସାମୁହିକ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ୍ୟାଇଛି । ଘଣ୍ଟମାଳ ଗ୍ରାମ ପଞ୍ଚାୟତରେ ଭୂମି ପୁଜନ କାର୍ଯ୍ୟକ୍ରମରେ ବିଡିଓ ବାସନ୍ତୀ ସେଠୀ ଯୋଗଦାନ କରି ସାମୁହିକ ଭୂମି ପୂଜନ କରିଥିଲେ । ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, କାର୍ଯ୍ୟ ନିର୍ବାହୀ ଅଧିକାରୀ ଆରତୀ ମାଝୀ, କନିଷ୍ଠ ଯନ୍ତ୍ରୀ ବିଚିତ୍ରା ନନ୍ଦ ନାଏକ, ହିତାଧିକାରୀ ଏବଂ ଜନସାଧାରଣ ଉପସ୍ଥିତ ଥିଲେ । ସେହିଭଳି ଶାନ୍ତପୁର ଓ ବଡଧାରପୁର ଗ୍ରାମ ପଞ୍ଚାୟତର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ସାମଲ ଯୋଗଦାନ କରି ଭୂମି ପୂଜନ କରିଥିବା ବେଳେ ସରପଞ୍ଚ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିତେନ୍ଦ୍ର ଯୋଶୀ, ସରୋଜ ମହାରଣା, ହିତାଧିକାରି ଓ ଜନସାଧାରଣ ଉପସ୍ଥିତ ଥିଲେ । ସେହିଭଳି ଭୀମକେଲା ଗ୍ରାମ ପଂଚାୟତରେ ସରପଞ୍ଚ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ରବି ନାଏକ ଙ୍କ ଉପସ୍ଥିତିରେ ଭୂମି ପୂଜନ ଓ ସାମୁହିକ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆବାସ ଯୋଜନାରେ ପାଇଥିବା ଟଙ୍କାକୁ କେବଳ ଗୃହ ନିର୍ମାଣ କାର୍ଯ୍ୟରେ ବିନିଯୋଗ କରି ଗୃହ ନିମ୭ାଣ ତୁରନ୍ତ ସାରିବା ନେଇ ହିତାଧରକାରିମାନେ ଶପଥପାଠ କରିଥିଲେ ।

Udyog Nursery
Udyogi Nursery

ଏଠାରେ ପ୍ରକାଶ ଯୋଗ୍ୟ ଯେ ନର୍ଲା ବ୍ଲକ ଅଞ୍ଚଳର ୨୬ ଗୋଟି ଗ୍ରାମ ପଞ୍ଚାୟତ ପାଇଁ ୧୫୦୦ ଘର ଆସିଛି । ହିତାଧିକାରୀ ମାନଙ୍କୁ ଏହି ଯୋଜନାରେ ଗୃହ ନିର୍ମାଣ ନିମନ୍ତେ ୧,୩୦,୦୦୦ ଟଙ୍କା ପ୍ରଦାନ କରାଯାଉଥିବା ବେଳେ ଚାରି ମାସ ମଧ୍ୟରେ ଘର ସମ୍ପୂର୍ଣ୍ଣ କଲେ ୨୦,୦୦୦ ଟଙ୍କା ବୋନସ ଓ ୬ ମାସ ମଧ୍ୟରେ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କଲେ ୧୦,୦୦୦ ଟଙ୍କା ବୋନସ ମିଳିବ ବୋଲି ନର୍ଲା ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀମତୀ ସେଠୀ ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.