ମାନସ ବାଗ ବିଜେଡ଼ିର ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣୀ ରାଉତ): ରାଜ୍ୟ ବିଜୁ ଜନତା ଦଳ ପକ୍ଷରୁ ଗତ ୩ ତାରିଖରେ କଳାହାଣ୍ଡି ଜିଲ୍ଲା ପାଇଁ କମିଟି ଗଠନ କରିଥିବା ପ୍ରେସବିବୃତି ଜାରି ହୋଇଛି। ଜିଲ୍ଲା କମିଟି  ସଭାପତି ଭାବେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓଙ୍କୁ ବିଜୁଜନତା ଦଳ ସୁପ୍ରିମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାୟିତ୍ୱ ଦେଇଥିବା ବେଳେ କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ରଙ୍କୁ ମିଳିଛି। ସେହିପରି ମୁଖ୍ୟମନ୍ତ୍ରୀ ଯୁବ ଗୋଷ୍ଠୀଙ୍କ ଉପରେ ଭରସା କରି ନିର୍ବାଚନ ମଣ୍ଡଳୀ ସଭାପତି ଦାୟିତ୍ୱ ଦେଇଥିବା ପ୍ରେସବିବୃତିରୁ ଜଣାପଡିଛି। ସେମାନଙ୍କ ମଧ୍ୟରୁ ରହିଛନ୍ତି ଭବାନୀପାଟଣା ନିର୍ବାଚନ ମଣ୍ଡଳୀ -ସୁରେନ୍ଦ୍ର ପ୍ରଧାନ, ଜୁନାଗଡ଼- ଦିନେଶ ବଗର୍ତ୍ତି, ଧର୍ମଗଡ଼- ମାନସ ରଞ୍ଜନ ବାଗ, ନର୍ଲା -ଚିତ୍ତରଞ୍ଜନ ମଣ୍ଡଳ ଓ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ସଭାପତି ଭାବେ ଶୈଳେନ୍ଦ୍ର ରାଜଙ୍କୁ ଦାୟିତ୍ୱ ମିଳିଛି।ସେହିପରି ଉପସଭାପତି ଭାବେ ପ୍ରଦୀପ ମୁଣ୍ଡ, ଜିତେନ୍ଦ୍ର ମହାନ୍ତି, ଥବିର ପ୍ରସାଦ ସାହୁ, ଦିଗାମ୍ବର ନାଏକ, ଅଭୟ ଚାନ୍ଦ, ଶାମନ୍ତ ଖମାରୀ ଓ ସାରଦା ପ୍ରସନ୍ନ ସ୍ୱାଇଁ ମନୋନୀତ ହୋଇଛନ୍ତି। ତେବେ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ଭାବେ ମାନସ ରଞ୍ଜନ ବାଗ ମନୋନୀତ ହୋଇଥିବା ବେଳେ ଅଞ୍ଚଳରେ କର୍ମୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଦେଇଛି। ସେ ନିର୍ବାଚନ ମଣ୍ଡଳୀର ସାଧାରଣ ଲୋକ ଓ କର୍ମୀଙ୍କ ସହ ସମାନତା ରକ୍ଷା କରି ଅଞ୍ଚଳ ବିକାଶ ସମେତ ସଂଗଠନକୁ ମଜବୁତ ରଖିବାରେ ପ୍ରୟାସ କରିବା ସହ ମୁଖ୍ୟମନ୍ତ୍ରୀ ରଖିଥିବା ଆଶା ବିଶ୍ୱାସକୁ ସାକାର କରିବା ପ୍ରତିବଦ୍ଧ ରଖିଥିବା ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.