ଲଡୁଗାଁ-ବାନେର ରାସ୍ତାରେ ପେଟ୍ରୋଲ ପମ୍ପ ଖୋଲିବାକୁ ଦାବି

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକର ଲଡୁଗାଁ ଠାରୁ ବାନେର ପର୍ଯ୍ୟନ୍ତ ରାସ୍ତାରେ ଗୋଟିଏ ମଧ୍ୟ ପେଟ୍ରୋଲ ପମ୍ପ ନାହିଁ। ଯାହା ଫଳରେ ରାସ୍ତାରେ ଯାତାୟତ କରୁଥିବା ଯାନବାହାନର ପେଟ୍ରୋଲ ସରିଲେ ଲୋକଙ୍କୁ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି। ତେଣୁ ଏହି ରାସ୍ତାରେ ଏକ ନୂତନ ପେଟ୍ରୋଲ ପମ୍ପ ଖୋଲିବାକୁ ଦାବି ହେଉଛି। ଏଠାରେ ସୂଚନାଯୋଗ୍ୟ ଯେ, ଲୁଡୁଗାଁ ଏକ ବ୍ୟବସାୟିକ ପେଣ୍ଠ ସ୍ଥଳ ହୋଇଥିବାବେଳେ ଏଠାରେ ଅନେକ ଶିଳ୍ପାନୁଷ୍ଠାନ ସହିତ ଦୋକାନ ବଜାର ରହିଛି। ପ୍ରାୟତଃ ଲଡୁଗାଁ ଉପରେ ଜୟପାଟଣା, କଲମପୁର ଓ କୋକସରା ବ୍ଳକର ଲୋକ ବିଭିନ୍ନ କାର୍ଯ୍ୟ ପାଇଁ ନିର୍ଭର କରନ୍ତି। ଦୈନିକ ହଜାର ହଜାର ଯାନବାହାନ ଓ ଲୋକଙ୍କ ସମାଗମ ଲାଗି ରହିଥାଏ। ତେବେ ଲଡୁଗାଁ ବାନେର ରାସ୍ତାର ଲଡୁଗାଁ ଶେଷ ମୁଣ୍ଡରେ ଏକ ପେଟ୍ରୋଲ ପମ୍ପ ରହିଥିଲେ ହେଁ ଦୀର୍ଘ ବର୍ଷରୁ ବନ୍ଦ ପଡିଥିବାରୁ ଏହି ରାସ୍ତାରେ ଯା’ ଆସ କରୁଥିବାଲୋକେ ପେଟ୍ରୋଲ ପାଇଁ ଅନେକ ହଇରାଣ ହେଉଥିବା ବେଳେ ଚଢ଼ା ଦରରେ ଦୋକାନୀ ମାନଙ୍କ ଠାରୁ କିଣୁଥିବା ଦେଖିବାକୁ ମିଳିଥାଏ। ଏହି ରାସ୍ତାରେ ଅନେକ ସରକାରୀ ଓ ବେସରକାରୀ ବସ ଚଳାଚଳ ମଧ୍ୟ ରହିଛି। ତେଣୁ ଲଡୁଗାଁ ଠାରୁ ବାନେର ପର୍ଯ୍ୟନ୍ତ ପ୍ରାୟ ୧୫ କିମି. ରାସ୍ତାର କୁଇସମାଲ ଛକରୁ ଲଡୁଗାଁ ପାଖାପାଖି ଅଞ୍ଚଳରେ ଏକ ନୂତନ ପେଟ୍ରୋଲ ପମ୍ପ ଖୋଲିବାକୁ ଅଞ୍ଚଳବାସୀ ପକ୍ଷରୁ ଦାବି ହେଉଛି। ଏହି ଅଞ୍ଚଳରେ ନୂତନ ପେଟ୍ରୋଲ ପମ୍ପ ତିଆରି ହେଲେ ଲଡୁଗାଁ ସମେତ ନୂଆଗୁଡ଼ା ପୁଝାରୀଗୁଡା, ଘଣ୍ଟିଗୁଡା, ପାଣ୍ଡରିପଖାନ, କୁମଯୋର, ବତାସୀଗୁଡା, ଗୋଡଭଞ୍ଜା, ରେଙ୍ଗାଲପାଲି, ଆଏଁଲି ସମେତ ଆଖପାଖ ଗ୍ରାମର ଲୋକଙ୍କୁ ସୁବିଧା ହୋଇପାରିବ। ତେଣୁ ଜନ ସାଧାରଣଙ୍କ ସୁବିଧା ହେତୁ ସରକାର ଏହି ଅଞ୍ଚଳରେ ଏକ ନୂତନ ପେଟ୍ରୋଲ ପମ୍ପ ଖୋଲିବା ନେଇ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.