୨୦୦ ୟୁନିଟ ବିଜୁଳି ଦେୟମୁକ୍ତ ଦାବୀରେ କେଗାଁଠାରେ ଆମ୍ ଆଦମୀ ପାର୍ଟିର ଜନ ସମାବେଶ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଆଜି ଜୁନାଗଡ ନିର୍ବାଚନ ମଣ୍ଡଳୀ ଗୋଲାମୁଣ୍ଡା ବ୍ଲକ କେଗାଁ ବଜାର ପଡିଆଠାରେ ଆମ ଆଦ୍‌ମି ପାର୍ଟି ତରଫରୁ ୨୦୦ ୟୁନିଟ ବିଜୁଳି ଦେୟମୁକ୍ତ ଦାବୀରେ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆମ ଆଦ୍‌ମି ପାର୍ଟିର ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ଯୋଗଦେଇ ଓଡିଶାର ଅନେକ ଜାଗାରେ ବିଜୁଳି ଉତ୍ପାଦନ ହେଉଥିଲେ ସୁଦ୍ଧା ରାଜ୍ୟର ଲୋକଙ୍କୁ ବିଜୁଳି ମହଙ୍ଗା ହୋଇଛି ଯାହାକି ଦୁଖଃର ବିଷୟ ବୋଲି କହିଥିଲେ । ଏଥିପାଇଁ ଏଠାରୁ ୨୦୦ ୟୁନିଟ ବିଜୁଳୀ ଦାବୀରେ ଆମ ଆଦ୍‌ମି ପାର୍ଟିର ଆନ୍ଦୋଳନ ଆରମ୍ଭ ହେଲା । ଆଗାମୀ ଦିନରେ ରାଜ୍ୟ ସରକାର ଯଦି ୨୦୦ ୟୁନିଟ ବିଜୁଳୀ ଦେୟମୁକ୍ତ ନକରନ୍ତି ତାହେଲେ ରାଜ୍ୟରେ ଆମ ଆଦମି ପାର୍ଟି ସରକାର ଗଢିଲେ ରାଜ୍ୟବାସୀ ମାଗଣାରେ ୨୦୦ ୟୁନିଟ ବିଜୁଳୀ ପାଇବେ ବୋଲି କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଶ୍ରୀ ମହାପାତ୍ର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହିତ ରାଜ୍ୟ ବିଜେପି ନେତାମାନେ ବିଜେଡି ଦଳ ବିରୋଧରେ କହୁଥିଲେ ସୁଦ୍ଧା କେନ୍ଦ୍ରର ବିଜେପି ନେତା ଓ ମନ୍ତ୍ରୀମାନେ ବିଜେଡି ତଥା ମୁଖ୍ୟମମନ୍ତ୍ରୀଙ୍କ ଗୁଣଗାନ କରିଥାନ୍ତି ଏଥିରୁ ସ୍ୱାଷ୍ଟ ଅନୁମାନ ହେଉଛି ଯେ ଓଡିଶାରେ ବିଜେପି ବିଜେଡି ମିଳିତ ସରକାର ଚାଲିଛି । ଉକ୍ତ କାର୍ଯ୍ୟକ୍ରମ ଜୁନାଗଡ ନିର୍ବାଚନ ମଣ୍ଡଳୀ ସଭାପତି ଡିଲେଶ୍ୱର ସାଙ୍କ ନେତୃତ୍ୱରେ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲା ସଭାପତି ସତ୍ୟ ମାହାର, ସାଧାରଣ ସଂପାଦକ ତିର୍ଥ ବୁଦ୍ଧିଆ, ଜୁନାଗଡ ନିର୍ବାଚନ ମଣ୍ଡଳୀ କାର୍ଯ୍ୟକାରୀ ସଭାପତି ଭକ୍ତରାମ ମାଝୀ, ଗୋଲାମୁଣ୍ଡା ବ୍ଲକ ସଭାପତି ବିଶ୍ୱମ୍ବର ମାଝୀ, ସଧାରଣ ସଂପାଦକ ପ୍ରଶାନ୍ତ ତାଣ୍ଡି, ମହିଳା ସଭାନେତ୍ରୀ ପ୍ରେମଲତା ସେଠିଆ, ସହସଭାନେତ୍ରୀ ଜ୍ୟୋତି ହରପାଲ, ଜୁନାଗଡ ବ୍ଲକ ସଭାପତି ମଙ୍ଗରାଜ ମାଝୀ, ଜୁନାଗଡ ଏନଏସି ସଭାପତି ନିତ୍ୟାନନ୍ଦ ପାତ୍ର ପମ୍ରୁଖ ଉପସ୍ଥିତ ଥିଲେ । ଡମ୍ବରୁଧର ମାଝୀ ମଂଚ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜୁନାଗଡ ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେପି ଓ କଂଗ୍ରେସ ଦଳର କର୍ମୀମାନେ ଦଳ ଛାଡି ଆମ ଆଦ୍‌ମି ପାର୍ଟିରେ ଯୋଗଦାନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.