ସୋନପୁରରେ ଫଇଭଟି ସଚିବଙ୍କୁ ଆମ୍ ଆଦମୀ ପାର୍ଟି କର୍ମୀଙ୍କ ଦ୍ୱାରା ଅଣ୍ଡାମାଡ ଘଟଣା; ଅଣ୍ଡାମାଡକୁ ନିନ୍ଦା କଲେ ଆପ୍ ରାଜ୍ୟ ସଭାପତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଆଜି ଫାଇଭଟି ସଚିବ ଭିକେ ପାଣ୍ଡିଆନ ସୋନପୁର ଗସ୍ତରେ ଥିବା ବେଳେ କିଛି ଆମ ଆଦମୀ ପାର୍ଟି କର୍ମୀ ତାଙ୍କୁ ଅଣ୍ଡାମାଡ କରିଥିବା ଜଣାପଡିଛି । ଅପରପକ୍ଷରେ ଆଜି ଗୋଲାମୁଣ୍ଡା ବ୍ଲକ କେଗାଁଠାରେ ଆମ ଆଦମୀ ପାର୍ଟିର ଜନ ସମାବେଶ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଏହି ଘଟଣା ବିଷୟରେ ଉପସ୍ଥିତ ସାମ୍ବାଦିକମାନେ ରାଜ୍ୟ ସଭାପତି ଶ୍ରୀ ମହାପାତ୍ରଙ୍କୁ ପଚାରିଥିବା ବେଳେ ସେ ଏ ଘଟଣା ବିଷୟରେ ଜାଣିନଥିବା କହିଥିବା ବେଳେ ଉକ୍ତ ଅଣ୍ଡା ମାଡ ଘଟଣାକୁ ନିନ୍ଦ କରିଥିଲେ । ଆମ ଆଦମୀ ପାର୍ଟି ହିଂସାକୁ ଗ୍ରହଣ କରେ ନାହିଁ । ସେ ଏଠାରୁ ଭୁବନେଶ୍ୱରକୁ ଗଲେ ଏ ବିଷୟରେ ତର୍ଜମା କରିବେ ଓ ଯଦି ଆମ ଆଦମୀ ପାର୍ଟିର କୌଣସି ସଦସ୍ୟ ଏହି ଘଟଣା ଘଟାଇଛନ୍ତି ତାହେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.