ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ସିଭିଲ କୋର୍ଟ ପରିସରରେ ଜିଲ୍ଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଇଁତଲା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ମିସ ଭାଗ୍ୟଶ୍ରୀ ପତିଙ୍କ ତତ୍ତ୍ୱବଧାନରେ ୨ଗୋଟି ସିଏମସି ମାମଲାର ପ୍ରତ୍ୟାହୃତ ହୋଇଥିଲା। ଏହା ସହିତ ୪୩୭ ଗୋଟି ରାଜସ୍ୱ ମାମଲା ଓ ମଟରଯାନ ସମ୍ବଦ୍ଧିୟ ବିଭିନ୍ନ ମାମଲା ଗୁଡିକର ଜାରିନାମା ଆଦାୟ କରାଯାଇଥିଲା। ଏହି ଲୋକ ଅଦାଲତରେ ଓକିଲ ସଂଘ ସଭାପତି ମାନଭଞ୍ଜନ ପାଣିଗ୍ରାହୀ, ସମ୍ପାଦକ ଜପେଶ୍ୱର ଯାନୀ, ବରିଷ୍ଠ ଆଇନଜୀବି ରାଧେଶ୍ୟାମ ସାହୁ, ସତ୍ୟନାରାୟଣ ସାହୁ, ସୁବୋଧ ମିଶ୍ର, ପବିତ୍ର ସାହୁ, ମନୋଜ ପୃଷେଠ, ଯୁବରାଜ ରଣା, ମାନସ ରଣା, ଜ୍ୟୋସ୍ନାରାଣୀ ବାଗ, ଫିରୋଜ ବଗର୍ତ, ଭୀମରାଜ ବାଗ, ମନୋରଞ୍ଜନ ପୃଷେଠ, ପାଣୁ ମହାନନ୍ଦ, ମାନସ ରଞ୍ଜନ ପୃଷେଠଙ୍କ ସମେତ କୋର୍ଟର ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।