ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତ ସ୍ଥିତ କାଉଗୁଡ଼ା ଆବାସିକ ଉଚ୍ଚ ବିଦ୍ୟାଳୟରେ ବନ ବିଭାଗ ଓ ବିଦ୍ୟାଳୟର ମିଳିତ ଉଦ୍ୟମରେ ୭୪ତମ ବନମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ବନବିଭାଗ ତରଫରୁ ଫରେଷ୍ଟ ଗାର୍ଡ ତପିମଣି କୁମାର, ଶାନ୍ତିଲତା ପାଢ଼ୀ, ମାଧବୀ ଗୋପାଳ,ଅମୀୟ ତ୍ରିପାଠୀ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁପ୍ରଭା ଦୋରା ତଥା ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ।ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ଲାକାର୍ଡ ପ୍ରଦର୍ଶନ କରାଯାଇଥିଲା। ତେବେ ପ୍ରତିବର୍ଷ ବିଦ୍ୟାଳୟରେ ଏହିଭଳି ବୃକ୍ଷ ରୋପଣ କରାଯାଇ ପରିବେଶ ସୁରକ୍ଷା ଦିଗରେ ତତ୍ପର ଥିବାରୁ ଚଳିତ ବର୍ଷ ବିଦ୍ୟାଳୟକୁ ବିଶ୍ୱ ପରିବେଶ ଦିବସ ଅବସରରେ ଭୁବନେଶ୍ୱର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ବ୍ଲକରୁ କାଉଗୁଡ଼ା ଉଚ୍ଚ ବିଦ୍ୟାଳୟକୁ ପ୍ରକୃତି ମିତ୍ର ପୁରସ୍କାର ଦିଆଯାଇଥିଲା।