ମୁଖ୍ୟମନ୍ତ୍ରୀ ଆମ ଦାବି ପୂରଣ କରିବେ ବୋଲି ଆଶା -ଜିତେନ୍ଦ୍ର ମୁଣ୍ଡ

୨୧ ଜୁଲାଇରୁ ଆନ୍ଦୋଳନକୁ ଓହ୍ଲାଇବ ମିଳିତ ଅମଲା ମଂଚ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ଅମଲା ଭବନ ପରିସରରେ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ କଳାହାଣ୍ଡି ଶାଖାର ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ମୁଣ୍ଡଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅମଲା ସଂଘ ଜିଲ୍ଲା ସଭାପତି ସୁକାନ୍ତ ମହାପାତ୍ର, ଟ୍ରେଜେରୀ ଅମଲା ସଂଘର ସମରେନ୍ଦ୍ର ପଣ୍ଡା, ରାଜସ୍ୱ ଅମଲା ସଂଘରୁ ଅଜିତ ସାହୁ ତଥା ଭବାନୀପାଟଣା ବ୍ଲକ ମିଳିତ ଅମଲା ମଂଚ ଅଧ୍ୟକ୍ଷ ବ୍ରଜମୋହନ ମୁଣ୍ଡ ମଂଚାସୀନ ଥିଲେ। ଏଥିରେ କେତେକ ଦାବି ବିଷୟରେ ଆଲୋଚିତ ହୋଇଥିଲା। ସେଥିମଧ୍ୟରେ ଆନ୍ଦୋଳନ ପ୍ରତ୍ୟାହୃତ ହେବାର ୨୦ଦିନ ଅତିବାହିତ ହେଲା ପରେ ମଧ୍ୟ ଦାବିପୂରଣ ଦିଗରେ ସରକାର କୌଣସି ପଦକ୍ଷେପ ନ ନେବାରୁ ଆସନ୍ତା ୨୧ ଜୁଲାଇ ଠାରୁ ପୁଣିଥରେ ଜିଲ୍ଲାରେ କାର୍ଯ୍ୟରତ ଅମଲା ସାମୁହିକ ଛୁଟିରେ ଯିବା, ୫ଟି ସଚିବଙ୍କ ପ୍ରତିଶୃତିକୁ ସମ୍ମାନ ଜଣାଇ ପୁଣିଥରେ ଦାବିପତ୍ର ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏଥିରେ ଜିଲ୍ଲାର ଶତାଧିକ ଅମଲା ଅଂଶଗ୍ରହଣ କରି ତାଙ୍କର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ। ତେବେ ଦାବିପତ୍ର ପ୍ରଦାନ ପରେ ବି ଯଦି ସରକାର କିଛି ବିଚାର ନ କରନ୍ତି, ତାହେଲେ ଶାନ୍ତିପୂର୍ଣ୍ଣ ଭାବେ ୨୧ ଜୁଲାଇରୁ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଜଣେଇଛନ୍ତି। ଏ ମର୍ମରେ ମୁଖ୍ୟମନ୍ତ୍ରୀ ନିଶ୍ଚୟ ଆମ ଦାବି ଶୁଣିବେ ବୋଲି ମଞ୍ଚର ଅଧ୍ୟକ୍ଷ ଜିତେନ୍ଦ୍ର ମୁଣ୍ଡ ପ୍ରକାଶ କରିଛନ୍ତି। ଆଲୋଚନା ସମୟରେ ବରିଷ୍ଠ ଅମଲା ଟଂକଧର ସାହୁ, ରତ୍ନାକର ଧଙ୍ଗଡାମାଝୀ, ବିଶ୍ଵନାଥ ମୁଣ୍ଡ, ମନୋରଞ୍ଜନ ଛତ୍ରପାଲ, ଅନମୋଲ ନାଏକ, କୁରୁକ୍ଷେତ୍ର ବାଗ, ଜଗତରାମ ଗହୀର, ବିଶ୍ୱନାଥ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.