ଗଣତନ୍ତ୍ରର ହତ୍ୟା ହୋଇଛି କହି ଟିଏମସିକୁ ଘେରିଲା ବିଜେପି

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। କିନ୍ତୁ ନିର୍ବାଚନ ବେଳେ ବଙ୍ଗଳାରେ ବହୁ ହିଂସା ଦେଖିବାକୁ ମିଳିଛି। ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତ୍ରୀ ସ୍ମୃତି ଇରାନୀ ଟିଏମସିକୁ ଘେରିଛନ୍ତି। ଟିଏମସିକୁ ଟାର୍ଗେଟ କରି ସ୍ମୃତି ଇରାନୀ କହିଛନ୍ତି ଯେ ଏହା ଗଣତନ୍ତ୍ରର ହତ୍ୟା। ମୁଖ୍ୟମନ୍ତ୍ରୀ ମମତାଙ୍କ ଶାସନରେ ଏହି ହତ୍ୟାକାଣ୍ଡ ଘଟିଛି। ସେପଟେ ଏହି ଘଟଣାକୁ ନେଇ କଂଗ୍ରେସକୁ ମଧ୍ୟ ଟାର୍ଗେଟ କରିଛନ୍ତି ସ୍ମୃତି ଇରାନୀ। ସ୍ମୃତି କହିଛନ୍ତି ରାହୁଲ ଗାନ୍ଧୀ ପଶ୍ଚିମବଙ୍ଗରେ ହିଂସା ସ୍ୱୀକାର କରିଛନ୍ତି କି ? ରାହୁଲ ଗାନ୍ଧୀ ଟିଏମସି ସହିତ ହାତ ମିଳାଇଥିବାରୁ ସେ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସୂଚନା ଥାଉକି, ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଟିଏମସି ଏବଂ କଂଗ୍ରେସ ମିଳିତ ଯୋଜନା ଉପରେ କାର୍ଯ୍ୟ କରୁଛନ୍ତି। ପଶ୍ଚିମବଙ୍ଗ ନିର୍ବାଚନ ପରେ ହିଂସାକୁ ନେଇ ବିଜେପି ଓ ଟିଏମସି ମଧ୍ୟରେ ବାକ୍ ଯୁଦ୍ଧ ଏବେ ତୀବ୍ର ହୋଇଛି।ସନିର୍ବାଚନ ବେଳେ ଟିଏମସି ବୁଥ ଚୋରି କରିଥିବା ବିଜେପି ଅଭିଯୋଗ କରିଛି। ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲଭିୟ ଏଥିପାଇଁ ମମତା ବାନାର୍ଜୀଙ୍କୁ ଦାୟୀ କରିଛନ୍ତି। ସେ ଟ୍ୱିଟ କରି ଲେଖିଛନ୍ତି, “ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ଗଣତନ୍ତ୍ରକୁ ପରିହାସ କରିଛନ୍ତି। ସାଂସଦ ଅଭିଷେକ ବାନାର୍ଜୀଙ୍କ ଡାଏମଣ୍ଡ ହାର୍ବରରେ ଟିଏମସି ବୁଥରେ ଥିବା ବାଲାଟ ବକ୍ସରେ ଷ୍ଟାମ୍ପ୍ ଲଗାଇଛି। ମତଦାନ ପରେ ବିଳମ୍ବିତ ରାତିରେ ଟିଏମସି ବୁଥକୁ କାବୁ କରିଥିଲା, ଯେଉଁଠାରେ ନଥିଲା ସିସିଟିଭି କ୍ୟାମେରା ଏବଂ ନଥିଲେ ସୁରକ୍ଷା କର୍ମୀ।”

Omkar Vasthu
Omkar Vasthu

ସେହିପରି ଅମିତ ମାଲଭିୟଙ୍କ ଟ୍ୱିଟର ଜବାବ ଦେଇଛନ୍ତି ଟିଏମସି ସାଂସଦ ନୁସରତ ଜହାଁ। ସେ କହିଛନ୍ତି, “ବିଜେପି ଦ୍ୱାରା ଗୁଜବ ପ୍ରଚାର କରାଯାଉଛି। ନେତ୍ରା ଜିପି ମଥୁରପୁର ଲୋକସଭା ନିର୍ବାଚନମଣ୍ଡଳୀ ଅଧୀନରେ ଅଛି, ଡାଏମଣ୍ଡ ହର୍ବରରେ ନୁହେଁ। ଦୁର୍ଭାଗ୍ୟବଶତଃ ଆପଣଙ୍କର ଆଇଟି ସେଲ୍ ପ୍ରଚାର ପ୍ରସାର ପାଇଁ ତଥ୍ୟକୁ ଭୁଲ ଉପସ୍ଥାପନ କରିପାରିବ ନାହିଁ। ମିଥ୍ୟା ସୂଚନା ବିସ୍ତାର କରିବାର ଏହି ଅଭିଯାନକୁ ବନ୍ଦ କରିବାକୁ ପଡିବ।” ସୂଚନା ଥାଉକି ପଶ୍ଚିମବଙ୍ଗରେ ଶନିବାର ଦିନ ବ୍ୟାପକ ହିଂସା ମଧ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଶେଷ ହୋଇଛି। ପଞ୍ଚାୟତ ନିର୍ବାଚନ ଭୋଟ ବେଳେ ବ୍ୟାପକ ହିଂସା ଘଟି ୧୮ ଜଣଙ୍କର ମୃତ୍ୟୁ ହୋଇଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.