ଦୁର୍ଘଟଣାରେ ଗୁରୁତର ଶିକ୍ଷକଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା

କଲମପୁର,୧୮/୫ : କଳାହାଣ୍ଡି ଜିଲ୍ଲା ଥୁଆମୂଲ ରାମପୁର ବ୍ଲକ ଅନ୍ତର୍ଗତ ମହୁଲପାଟଣା ଆବାସିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପଦ୍ମକେଶରୀ ନାଏକଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।ଜଣେ ଶାନ୍ତଶିଷ୍ଠ ମିଲାପି ଓ ନିଷ୍ଟଭାଷି ଯୋଗୁଁ ଶ୍ରୀ ନାଏକଙ୍କ ବିୟୋଗରେ ଶିକ୍ଷକ ମହଲରେ ଶୋକର ଛାୟା ଖେଲିଯାଇଛି । ଏକ ସଡକ ଦୁର୍ଘଟଣାରେ ଆହାତ ହୋଇ ଏକ ମାସ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ସେ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁସାରେ ଥୁଆମୂଲ ରାମପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଧିନରେ ଥିବା ମହୁଲପାଟଣା ଆବାସିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଦ୍ମକେଶରୀ ନାଏକ ଏବଂ ତାଙ୍କ ସାଥି ମାନେ ଫେରୁଥିବା ବେଳେ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଜୟପାଟଣା ଯାଇ ନିଜ ଅସ୍ଥାୟୀ ଗ୍ରାମ ମୂଖିଗୁଡାକୁ ଫେରୁଥିବା ବେଳେ ହାତି ନଦୀ ପୋଲ ଉପରେ ସେମାନେ ୫ ଜଣ ଆରୋହଣ କରିଥିବା ଗାଡିଟି ଭାରସାମ୍ୟ ହରାଇ ତଲକୁ ଖସି ପଡିଥିଲା । ଯଦ୍ୱରା ଚାଲକ ସମେତ ଶ୍ରୀ ନାଏକ ଗୁରୁତର ଆହାତ ହୋଇଥିଲେ । ଏଥିରେ ଗାଡି ଚାଲକ ସମେତ ଶିକ୍ଷକ ଶ୍ରୀ ନାଏକ ଗୁରୁତର ଆହତ ହୋଇଥିବାରୁ ଉଭୟଙ୍କୁ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଥିଲା । ଶିକ୍ଷକ ଶ୍ରୀ ନାଏକ କଟକ ସ୍ଥିତ ବଡ ମୋଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତ ଗୁରୁବାର ଦିନ ମୃତ୍ୟୁ ବରଣ କରିଥିଲେ । ପ୍ରକାଶଯେ ଏହି ଦୁର୍ଘଟଣା ଏକ ମାସ ପୂର୍ବରେ ଘଟିଥିଲା । ଶୁକ୍ରବାର ଦିନ ତାଙ୍କ ପୈତୃକ ଗ୍ରାମ ଥୁଆମୂଲ ରାମପୁର ରେ ଅନ୍ତୋଷ୍ଟି କ୍ରିୟା ସମ୍ପର୍ଣ୍ଣ କରାଯାଇଥିବା ବେଳେ ତାଙ୍କର ପତ୍ନି ସହ ୨ ନାବାଳକ ସନ୍ତାନ ଥିବା ଜଣାପଡିଛି । 

Omkar Vasthu
Omkar Vasthu
କଲମପୁର ପ୍ରତିନିଧି ତୁଲାରାମ ବେହେରାଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.