ଟିକ୍ରାପଡାରେ ଆମ ପୋଲିସ ସମିତି ବୈଠକ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଟିକ୍ରାପଡା ଫାଣ୍ଡି ପରିସରରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଇଁତଲା ଆଇଆଇସି ଅବନୀ କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭା ମୁଖ୍ୟତଃ ମଦ ବିକ୍ରି, କୋରେଶ, ଜୁଆ, ସଟ୍ଟା ଖେଳ, ଘୁଡୁଘୁଡ଼ି ପଟି, ପେଟ୍ରୋଲଲିଙ୍ଗ, ସାଇବର କ୍ରାଇମ ଓ ଟ୍ରାଫିକ ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା। ଟିକ୍ରାପଡା ସମେତ ଆଖ ପାଖ ଗାଁରେ ସନ୍ଧ୍ୟା ସମୟରେ ବ୍ୟାପକ ମାତ୍ରାରେ ମଦ ବିକ୍ରି ହେବା ଦ୍ୱାରା ଗାଁ ଗାଁ ଅଶାନ୍ତି ବାତାବରଣ ସହ ଛୋଟ ବଡ଼ ଗଣ୍ଡଗୋଳ ସୃଷ୍ଟି ହେଉଛି। ଏହି ମଦ ବିକ୍ରିକୁ ତୁରନ୍ତ ବନ୍ଦ କରିବା ପାଇଁ ଦାବୀ କରାଯାଇଥିଲା। ଏପରିକି ତ୍ରାଫିକ ବ୍ୟବସ୍ଥା ମଧ୍ୟ ଭୁଶୁଡି ପଡିଛି। ଲୋକେ ରାସ୍ତା କଡରେ ବାଇକ କିମ୍ବା ବିଭିନ୍ନ ଯାନବାହାନା ରଖି ଦେଉଥିବା ଯିବା ଆସିବାରେ ଅସୁବିଧା ସମ୍ମୁଖୀନ ହେଉଛି। ଏହା ସହ ଜୁଆ, ଘୁଡୁଘୁଡୁ ଖେଳ, କୋରେଶ ବ୍ୟାପକ ମାତ୍ର ବୃଦ୍ଧି ପାଉଛି। ଏପରିକି ରାତ୍ରି ସମୟରେ ପୋଲିସ ପେଟ୍ରୋଲିଙ୍ଗ ବ୍ୟବସ୍ଥା କଡାକଡ଼ି କରିବା ପାଇଁ ଅଞ୍ଚଳ ଜନସାଧାରଣ ଦାବୀ କରିଛନ୍ତି। ଏଥିରେ ସରପଞ୍ଚ ନରେନ୍ଦ୍ର କଲେତ, ପୂର୍ବତନ ସରପଞ୍ଚ ବ୍ରଜରଙ୍ଗଲାଲ ଜୈନ, ପୂର୍ବତନ ସମିତି ସଭ୍ୟ ଅନନ୍ତ କାଳସାଏ, ଟୁନୁ ରାଜପଲିଆ, ବଳଦେବ ମାଝୀ, ପ୍ରେମ କଠାର, କିଶୋର ଭଞ୍ଜ, କରୁଣା ପସାୟତ, ରଜନୀ ଦାଶ, ଯୁବରାଜ ବଗର୍ତି, ନୀତେଇ ଖଣ୍ଡଗିରି, ଅନନ୍ତ ମହାକୁର, ମଧୁ ଖମାରୀ, ସୁଶୀଲ ମହାକୁର, ଚାମ୍ପେଶ୍ୱର ମହାକୁର, ଗୌତମ କର୍ମୀଙ୍କ ସମେତ ଅଞ୍ଚଳର ଭଦ୍ର ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଶେଷରେ ଫାଣ୍ଡି ଅଧିକାରୀ ଗୋପାଳ ଚନ୍ଦ୍ର ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.