ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ କରମତଲା ପଞ୍ଚାୟତ ଦାବଜୋରୀ ଗାଁର ସାମ୍ବାଦିକ ଚନ୍ଦ୍ରଭାନୁ ପ୍ରଧାନଙ୍କ ବାପା ସଂକୀର୍ତ୍ତନ ପଧାନ(୬୦)ଙ୍କ ବୁଧବାର ପରଲୋକ ଘଟିଛି। ଗାଁ ଆମ୍ବତୋଟା ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ବଡ଼ ପୁଅ ଚନ୍ଦ୍ରଭାନୁ ପଧାନ ମୁଖାଗ୍ନି ଦେଇଥିଲେ। ପରଲୋକ ସମୟରେ ସାନ ପୁଅ ଦିବାକର, ନାତି ଦିବ୍ୟରଞ୍ଜନ(ମିଳନ), ୨ ଝିଅ ଜ୍ୱାଇଁ ଉପସ୍ଥିତ ରହିଥିଲେ। ଶ୍ରୀ ପଧାନ ଜଣେ ପରୋପକାରୀ, ସ୍ନେହୀ ସ୍ଵଭାଵର ବ୍ୟକ୍ତି ଥିଲେ। ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।