ଜନ୍ମ ଦିନରେ ରକ୍ତଦାନ କରି ସମାଜ ପାଇଁ ପ୍ରେରଣା ସାଜିଲେ ଯୁବ ସମାଜସେବୀ ସନ୍ତୋଷ କୁମାର ପଧାନ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ସର୍ଜନ କୁମାର ପାଣ୍ଡେ): ଜନ୍ମଦିନ ହେଉକି ବିବାହ ବାର୍ଷିକୋତ୍ସବ ହେଉ ପ୍ରାୟତଃ ଲୋକେ ବାଜା, ବାଣ, ଭୋଜିଭାତ, ଲାଇଟ୍ ସାଜସଜ୍ଜା କେକ୍ କାଟି କ୍ୟାଣ୍ଡେଲ ଜାଳି ଗୀତନାଚ ଆସର ଜମାଇ ଖୁବ ଆଡମ୍ବରରେ ଉତ୍ସବ ପାଳନ କରିଥାନ୍ତି। ହେଲେ ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ଯ ନିଜ ୨୯ ତମ ଜନ୍ମଦିନ ଉତ୍ସବରେ ଜଣେ ନବଜାତ ଶିଶୁକୁ ଜନ୍ମ ଦେଇଥିବା ବାସନ୍ତୀ ଅଦାବର ନାମକ ମହିଳାଙ୍କୁ ସୋନପୁର ମେଡିକାଲରେ ୬ତମ ଥର ରକ୍ତଦାନ କରି ଏକ ନିଆରା ଢଙ୍ଗରେ ଖୁବ ନିରାଡମ୍ବରରେ ଉତ୍ସବ ମନାଇ ଆଜିର ସମାଜକୁ ଆଗାମୀ ଯୁବ ପିଢିଙ୍କୁ ପ୍ରେରଣା ଓ ଉତ୍ସାହ ପ୍ରଦାନ କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ବ୍ଲକ ନାରାୟଣପୁର ଅଞ୍ଚଳର ଜଣାଶୁଣା ସମାଜସେବୀ ଶ୍ରୀଯୁକ୍ତ ରାମେଶ୍ଵର ପଧାନଙ୍କ ସୁପୁତ୍ର ସନ୍ତୋଷ କୁମାର ପଧାନ। ଶ୍ରୀ ପ୍ରଧାନଙ୍କ ଏହି ମହନୀୟ କାର୍ଯ୍ୟ ପାଇଁ ତାଙ୍କୁ ଶୁଭେଚ୍ଛା ଓ ବୃଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଥିବା ବେଳେ ନିଜ ଜନ୍ମଦିନ ଉତ୍ସବରେ ଏଭଳି ଏକ ସେବାରେ ସୁଯୋଗ ପାଇ ଶ୍ରୀ ପଧାନ ଆତ୍ମ ସନ୍ତୋଷ ଲାଭ କରିଥିବା ଏବଂ ଏହି ମହତ କର୍ଯ୍ୟରେ ସାମିଲ ହେବାକୁ ସୋନପୁର ରକ୍ତଦାତା ସଂଘର ସଦସ୍ଯ ତଥା ଯୁବ ସାମ୍ବାଦିକ ସର୍ଜନ କୁମାର ପାଣ୍ଡେ ତାଙ୍କର ପ୍ରେରଣା ଦାତା ଆଦର୍ଶ ଭାବେ ଛିଡା ହୋଇଥିବା ବିଷୟ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.