କର୍ଲାମୁଣ୍ଡା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କର୍ଲାମୁଣ୍ଡା ବ୍ଳକ ଅଧିନସ୍ଥ କର୍ଲାମୁଣ୍ଡା କ୍ଲଷ୍ଟରର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥ‌ିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ସୁଶ୍ରୀ ଵିଜୟାଲକ୍ଷ୍ମୀ ନାଗ ଯୋଗଦାନ କରି ରାଜ୍ୟ ସରକାରଙ୍କ ‘ସମସ୍ତେ ପଢିବେ..’ ସ୍ଲୋଗାନ ଦେଇ ଏହାକୁ କେମିତି ଫଳପ୍ରଦ କରୁଛନ୍ତି ସେ ବିଷୟରେ ମାର୍ଗଦର୍ଶନ ଦେଇଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସାମାଜିକ କର୍ମୀ ଦିନବନ୍ଧୁ ସାହୁ, ସିଆରସିସି ମଧୁସୂଦନ ଧରୁଆ, ପ୍ରମୁଖ ମଞ୍ଚସୀନ ରହି ମାର୍ଗଦର୍ଶନ ଦେବା ସହ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରିଟନ୍ ନାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟମାନେ ଉପସ୍ଥିତ ରହି ୧୫୭ ଜଣଛାତ୍ରଛାତ୍ରୀ ମାନଙ୍କୁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆ ଯାଇଥିବା ମାଗଣା ସ୍କୁଲ ୟୁନିଫର୍ମ ବଣ୍ଟନ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ନାଗ କାର୍ଯ୍ୟକ୍ରମ ସଂଚାଳନ କରିଥିବାବେଳେ ଶିକ୍ଷୟିତ୍ରୀ ତୁଲାମଣୀ ସାହୁ, ଶିକ୍ଷକ ରାଉତ ସୁନା, ଶୁଶିଲ ରଣା, ପ୍ରଶନ୍ନ ବାଗ, ସଂଜୟ ସେନାପତି, ଵିଶିକେଶନ ସୁନା ପ୍ରମୁଖ ସହଯୋଗ କରିଥିଲେ। ଏଥ‌ିରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ/ସଦସ୍ୟା ଉପସ୍ଥିତ ଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ କର୍ଲାମୁଣ୍ଡା ବ୍ଲକର ପ୍ରଥମ ଟ୍ରାକ ପ୍ୟାଣ୍ଟ୍ ଓ ସାର୍ଟ ପୋଷାକ ପ୍ରଦାନ କରାଯାଇଥିଲା। ଚଳିତ ବର୍ଷ ପୋଷାକର ମାନ ଉତ୍ତମ ରହିଛି ବୋଲି ଉପସ୍ଥିତ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଓ ଅବିଭାବକମାନେ ମତ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.