ରାୟଗଡା ଜିଲ୍ଳାସ୍ତରୀୟ ‘ମୋ ଘର ଯୋଜନା’ର ଶୁଭାରମ୍ଭ

ହିତାଧିକାରୀ ପାଇଲେ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହ ଋଣ

୩ଟି ବ୍ଳକର ୪ଜଣ ହିତାଧିକାରୀଙ୍କୁ ମିଳିଲା ବ୍ୟାଙ୍କ ଋଣ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାଜ୍ୟ ସରକାରଙ୍କ ନୂଆ ଯୋଜନା ‘ମୋ ଘର ଯୋଜନା’ର ଜିଲ୍ଳାସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ରାୟଗଡା ଜିଲ୍ଳା ସଦର ମହକୁମା ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଳାର ରାମନାଗୁଡା,ମୁନିଗୁଡା,କାଶିପୁର ୩ଟି ବ୍ଳକର ୪ଜଣ ଯୋଗ୍ୟ ହିତାଧିକାରୀଙ୍କୁ ୩ ଲକ୍ଷ ଟଙ୍କା ଲେଖାଁଏ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଋଣ ଯୋଗାଇ ଦିଆଯାଇଛି । ଆଜି ସ୍ଥାନୀୟ ଜିଲ୍ଳା ପରିଷଦ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଳାପାଳ ସୋମନାଥ ପ୍ରଧାନ ଯୋଗ ଦେଇ ରାମନାଗୁଡା ବ୍ଳକର ଜଣେ ହିତାଧିକାରୀଙ୍କୁ ୩ ଲକ୍ଷ ଟଙ୍କାର ବ୍ୟାଙ୍କ ଋଣ ଚେକ୍ ଆକାରରେ ପ୍ରଦାନ କରିଥିଲେ । ପରେ ଅପରାହ୍ନରେ ମୁନିଗୁଡା ଓ କାଶିପୁର ବ୍ଳକର ୩ଜଣଙ୍କୁ ବ୍ୟାଙ୍କ ଋଣ ଚେକ୍ ଆକାରରେ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଳା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ରବି ନାରାୟଣ ତ୍ରିପାଠୀ,ଭାରତୀୟ ଷ୍ଟେଟ ବ୍ୟାଙ୍କ ରାୟଗଡା ଜିଲ୍ଳା ଶାଖା ଆଂଚଳିକ ପ୍ରବନ୍ଧକ ଭବାନୀ ଶଙ୍କର ମହାକୁଡ,ବିଡିଓ ରାମନାଗୁଡା ଗୈାରଚନ୍ଦ୍ର ପଟ୍ଟନାୟକ, ବିଡିଓ କାଶିପୁର ମନିଷା ଦାସ, ବିଡିଓ ମୁନିଗୁଡା ପ୍ରୀତମ କୁମାର ତନ୍ତି, ଏପିଡି ପ୍ରଭାତ ଲେଙ୍କାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବର୍ତମାନ ଜିଲ୍ଳାରେ ୨୩୪୯ଜଣ ହିତାଧିକାରୀ ନିଜ ନାମ ପଂଜୀକରଣ କରିଥିବା ବେଳେ ୧୨୭୦ଜଣ ହିତାଧିକାରୀ ଆବେଦନ କରିଛନ୍ତି । ସେଥିମଧ୍ୟରୁ ୩୨୦ଜଣ ହିତାଧିକାରୀଙ୍କୁ ବ୍ୟାଙ୍କ ଋଣ ପ୍ରଦାନ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ସରକାରଙ୍କ ଏହି ଯୋଜନାରେ ସାମିଲ ହେଉଥିବା ଯୋଗ୍ୟ ହିତାଧିକାରୀଙ୍କୁ ବ୍ୟାଙ୍କ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ଏବଂ ହିତାଧିକାରୀଙ୍କୁ ବ୍ୟାଙ୍କ ଋଣ ମିଳିବା ନିମନ୍ତେ ସ୍ଥାନୀୟ ବିଡିଓମାନେ ପୂର୍ଣ୍ଣମାତ୍ରାରେ ସହଯୋଗ କରୁଛନ୍ତି ବୋଲି ଏସବିଆଇ ଆଂଚଳିକ ପ୍ରବନ୍ଧକ ଶ୍ରୀ ମହାକୁଡ ପ୍ରକାଶ କରିଛନ୍ତି । ସେହିପରି ଜିଲ୍ଳାରେ ଥିବା ନିମ୍ନ ଓ ନିମ୍ନ ମଧ୍ୟବିତ ପରିବାର ପାଇଁ ମୋ ଘର ଯୋଜନା ରାଜ୍ୟ ସରକାରଙ୍କ ଏକ ସଫଳ ଯୋଜନା ଭାବେ ପରିଗଣିତ ହେବ । ବହୁ ଯୋଗ୍ୟ ହିତାଧିକାରୀମାନେ ଏହି ଋଣ ନେଇ ନିଜ ଘର ନିର୍ମାଣ କରିପାରିବେ ବୋଲି ଜିଲ୍ଳା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ତ୍ରିପାଠୀ ପ୍ରକାଶ କରିଥିଲେ । ରାଜ୍ୟ ସରକାରଙ୍କ ଏହି ନୂଆ ଯୋଜନାରେ ହିତାଧିକାରୀଙ୍କୁ ମିଳିବ ଆର୍ଥିକ ସହାୟତା । ପରିବାର ପିଛା ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦେବେ ବ୍ୟାଙ୍କ । ନିମ୍ନ ଓ ନିମ୍ନ ମଧ୍ୟବିତ ପରିବାରକୁ ଘର ନିର୍ମାଣ, ମରାମତି, ଉନ୍ନତିକରଣ ଓ ସଂପ୍ରସାରଣ ପାଇଁ ମୋ ଘର ଯୋଜନାରେ ଆର୍ଥିକ ସହାୟତା ଯୋଗାଇ ଦେବେ ରାଜ୍ୟ ସରକାର । ଏହି ଯୋଜନାରେ ହିତାଧିକାରୀଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଯୋଗାଇ ଦିଆଯିବ । ଏହି ଯୋଜନାର ହିତାଧିକାରୀଙ୍କୁ ୪୦ରୁ ୭୦ହଜାର ଟଙ୍କା ପର୍ଯ୍ୟନ୍ତ ସବସିଡି ମିଳିବ । ୧୦ବର୍ଷ ମଧ୍ୟରେ ଏହି ଋଣ ପରିଶୋଧ କରିବେ ହିତାଧିକାରୀ ।

Udyog Nursery
Udyogi Nursery

ଯେଉଁ ମାନଙ୍କର କଚ୍ଚା ଘର ଥିବ କିମ୍ବା ଗୋଟିଏ କୋଠାରୀ ଥିବା ପକ୍କା ଘର ଥିବ ଏବଂ ପରିବାରର ଆୟ ୨୫ ହଜାର ଟଙ୍କାରୁ କମ ଥିବ ସେହିମାନେ ମୋ ଘର ଯୋଜନାରେ ଆର୍ଥିିକ ସହାୟତା ପାଇବାକୁ ଯୋଗ୍ୟ ସହ ଅନ୍ୟାନ୍ୟ ମାପଦଣ୍ଡ ରହିଥିବା ବେଳେ ଏବଂ ଏହି ବ୍ୟାଙ୍କ ଋଣ ପାଇବା ପାଇଁ ପଂଚାୟତ,ବ୍ଳକ ଓ ମୋ ସେବା କେନ୍ଦ୍ରରେ ଅନଲାଇନ ଜରିଆରେ ହିତାଧିକାରୀ କରିପାରିବେ ଆବେଦନ । ଆଉ ଆବେଦନ ପୂର୍ବରୁ ହିତାଧିକାରୀଙ୍କୁ ନିଜ ନାମ ପଂଜୀକରଣ କରିବାକୁ ପଡିବ ଏବଂ ପରେ ଯୋଗ୍ୟ ହିତାଧିକାରୀ ଚିହ୍ନଟ ହେବା ପରେ ସେମାନଙ୍କୁ ବ୍ୟାଙ୍କ ପକ୍ଷରୁ ଋଣ ଯୋଗାଇ ଦିଆଯିବ ବୋଲି ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି । ମୋ ଘର ଯୋଜନାରେ ବ୍ୟାଙ୍କରୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇବା ପରେ କାଶିପୁର ବ୍ଳକର ହିତାଧିକାରୀ ଅଶୋକ କୁମାର ପୂଜାରି, ମୁନିଗୁଡା ବ୍ଳକର ହିତାଧିକାରୀ ବିପିନବିହାରୀ ପଟ୍ଟନାୟକ, ମୁନିଗୁଡା ବ୍ଳକ ଶିବପଦରର ଶ୍ୟାମ ସୁନ୍ଦର ଗଉଡ ପ୍ରମୁଖ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.