ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ଆଜି ଲଛିପୁର ମଣ୍ଡଳର ବିଶାଲପାଲି ଠାରୁ ଆରମ୍ଭ ହୋଇ ଦେଉଲି, ମଲିକମୁଣ୍ଡା, ଗଡିଆ, କସୁରପାଲି କଇଁଫୁଲ ପର୍ଯ୍ୟନ୍ତ ସମର୍ଥନ ପାଇଁ ସମ୍ପର୍କ ଅଭିଯାନ ହୋଇ ଥିଲା। ଏହି ଅଭିଯାନରେ ମଣ୍ଡଳ ସଭାପତି ଶ୍ରୀଯୁକ୍ତ ଅଲେଖ ନାଏକ, ବିଜେପି ର ପୂର୍ବତନ ବିଧାୟକ ପ୍ରାର୍ଥୀ ତଥା ବରିଷ୍ଠ ନେତା ନବକୃଷ୍ଣ ଦନ୍ତା ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ଅବିନାଶ ଦାସ ଘର ଘର ଯାଇ ମୋଦୀ ସରକାର ଙ୍କ ସଫଳତା ର ବାର୍ତ୍ତା ଲୋକ ମାନଙ୍କୁ କହିବା ସହିତ ଗରିବ ମାନଙ୍କ ପାଇଁ କେନ୍ଦ୍ର ସରକାର କରିଥିବା ଲୋକାଭିମୁଖୀ କାର୍ଯ୍ୟକ୍ରମ କୁ କିପରିଭାବରେ ରାଜ୍ଯ ସରକାର ନିଜ ଯୋଜନା କହି ଲୋକଙ୍କୁ ଭୂଆଁବୁଲାଉଥିବା ବିଷୟ ରେ ଅବଗତ କରାଇ ଥିଲେ।