ଅଧା ଏକର ଜମିରୁ ଜବର ଦଖଲ ଉଚ୍ଛେଦ ଆରମ୍ଭ କଲା ରାୟଗଡା ପୈାର ପ୍ରଶାସନ

ବିନା ନୋଟିସରେ ଦୋକାନ ଭାଙ୍ଗିବା ଅଭିଯୋଗ, ସପ୍ତାହ ସମୟ ମାଗିଲେ ଉଠା ଦୋକାନୀ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ୩୨୬ ନମ୍ବର ଜାତୀୟ ରାଜପଥ କଡରେ ଥିବା ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ଆରମ୍ଭ କଲା ରାୟଗଡା ପୈାର ପ୍ରଶାସନ । ଆଜି ପୈାରାଂଚଳର ୱାର୍ଡ ନମ୍ବର ୧୫ ଅଧିନସ୍ଥ ଅଶୋକ ସିନେମା ହଲ ନିକଟରେ ଥିବା ଅଧା ଏକର ସରକାରୀ ଜମିରେ ବେଆଇନ୍ ଭାବେ ଗଢି ଉଠିଥିବା ୨୩ ଗୋଟି ଉଠା ଦୋକାନଗୁଡିକୁ ଉଚ୍ଛେଦ କରିବା ପାଇଁ ପୈାର ନିର୍ବାହୀ ଅଧିକାରୀ ୟାସିର ବିଲାଲ ଅହମ୍ମଦଙ୍କ ନେତୃତ୍ୱରେ ପଂହଚିଥିଲା ପୈାର ପ୍ରଶାସନ । ଘଟଣାସ୍ଥଳରେ ଚାପା ଉତେଜନାର ଆଶଙ୍କା ନେଇ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ଭାରପ୍ରାପ୍ତ ତହସିଲଦାର ପର୍ଶୁରାମ ଭତ୍ରାଙ୍କ ଉପସ୍ଥିତିରେ ରାୟଗଡା ଥାନା ଅଧିକାରୀ ଯଶବନ୍ତ ହିଆଲଙ୍କ ନେତୃତ୍ୱରେ ଥାନା ଷ୍ଟାଫ୍ ସହ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ପୈାର ପ୍ରଶାସନ ପକ୍ଷରୁ ବିନା ନୋଟିସରେ ଦୋକାନ ଉଚ୍ଛେଦ କରାଯାଉଥିବା ନେଇ ଉଠା ଦୋକାନୀମାନେ ଅଭିଯୋଗ କରିଥିବା ବେଳେ ତିନୋଟି ଦୋକାନ ଉପରେ ଜେସିବି ମେସିନ୍ ଚାଲିବା ପରେ ଅନ୍ୟ ଦୋକାନୀମାନେ ପୈାର ନିର୍ବାହୀ ଅଧିକାରୀ ୟାସିର ବିଲାଲ୍ ଅହମ୍ମଦଙ୍କ ସହ ଆଲୋଚନା କରି ଆସନ୍ତା ସପ୍ତାହକ ମଧ୍ୟରେ ଦୋକାନର ଜିନିଷପତ୍ରଗୁଡିକ କାଢି ନେଇ ଜାଗା ଖାଲି କରିଦେବୁ ବୋଲି ଲିଖିତ ଭାବେ ଜଣାଇବା ପରେ ଫେରି ଆସିଥିଲା ପୈାର ପ୍ରଶାସନ । ଏ ନେଇ ପୈାର ନିର୍ବାହୀ ଅଧିକାରୀ ୟାସିର ବିଲାଲଙ୍କୁ ପଚାରିବାରୁ ଗତ ଜୁନ୍ ୨୮ତାରିଖରେ ପୈାର ପ୍ରଶାସନ ପକ୍ଷରୁ ନୋଟିସ କରାଯିବା ସହ ସପ୍ତାହ ଧରି ପ୍ରଚାର ମଧ୍ୟ କରାଯାଇଥିଲା ଯେ ଜବରଦଖଲକାରୀ ଦୋକାନୀମାନେ ନିଜେ ଜାଗା ଖାଲି କରି ଚାଲିଯିବା ପାଇ ଏବଂ ଏଥିରେ ସହଯୋଗ ପାଇଁ କୁହାଯାଇଥିଲା । ତେବେ ଜାଗା ଖାଲି କରାଯାଇ ନ ଥିବାରୁ ଆଜି ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ଭାରପ୍ରାପ୍ତ ତହସିଲଦାର, ରାୟଗଡା ଥାନା ଅଧିକାରୀ ଙ୍କ ଉପସ୍ଥିତିରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଜବରଦଖଲକାରୀ ଦୋକାନୀମାନେ ଏକ ସପ୍ତାହ ସମୟ ମାଗିଥିବାରୁ ପୈାର ପ୍ରଶାସନ ଫେରିଆସିଛି । ଯଦି ଆସନ୍ତା ରବିବାର ମଧ୍ୟରେ ଜାଗା ଖାଲି ନ କରନ୍ତି ତେବେ ଉଚ୍ଛେଦ କରିବା ନିୟମାନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନିର୍ବାହୀ ଅଧିକାରୀ କହିଛନ୍ତି । ସେହିପରି ନିଜ ପେଟପାଟଣା ପାଇଁ ଛୋଟ ଛୋଟ ଉଠା ଦୋକାନୀମାନେ ସରକାରୀ ଜାଗାରେ ଦୋକାନ କରି ଗୁଜୁରାଣ ମେଂଟାଉଥିବା ବେଳେ ସେମାନଙ୍କୁ ଉଚ୍ଛେଦ କରିବା ସହ ଥଇଥାନର ବ୍ୟବସ୍ଥା କରିବା ମଧ୍ୟ ପ୍ରଶାସନର ଦାୟିତ୍ୱ ବୋଲି ୱାର୍ଡ ନମ୍ବର ୧୫ର କାଉନସିଲର ସନ୍ତୋଷ କୁମାର ଦଳେଇ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଦୀର୍ଘ ୪୫ବର୍ଷ ଧରି ଏଠାରେ ଛୋଟ ଛୋଟ ବ୍ୟବସାୟ କରି ନିଜର ପରିବାରର ଭରଣପୋଷଣ କରୁଛୁ ବୋଲି ଉଠା ଦେକାନୀମାନେ କହିବା ସହ ଏବେ ବିନା ନୋଟିସରେ ପୈାର ପ୍ରଶାସନ ଉଚ୍ଛେଦ କରିବାକୁ ଆସିଥିବା ବେଳେ ସପ୍ତାହକ ସମୟ ମାଗି ଜାଗା ଖାଲି କରିବାକୁ ଲିଖିତ ଭାବେ ଜଣାଇଛୁ ଏବଂ ଥଇଥାନର ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଛୁ ବୋଲି ଉଠା ଦୋକାନୀମାନେ ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

 

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.